ହେଡଲାଇନସ୍:

ମହାନଦୀ ମାଇନ୍ସ ଆଣ୍ଡ୍ ମିନେରାଲ୍ସ ପକ୍ଷରୁ ପ୍ରଦାନ କରାଯାଉଥିବା ପ୍ରତିକାରମୂଳକ ପାଠପଢ଼ାରୁ ଉପକୃତ ହେବେ ସୁନ୍ଦରଗଡ଼ର ୪ଟି ଗାଁର ଛାତ୍ରଛାତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ, ୨୭/୧୧/୨୦୨୪: ଆଦାନି ଏଂଟରପ୍ରାଇଜେସ୍ ଲିମିଟେଡର ସହଯୋଗୀ ମହାନଦୀ ମାଇନ୍ସ ଆଣ୍ଡ୍ ମିନେରାଲ୍ସ ପ୍ରାଇଭେଟ ଲିମିଟେଡ୍ର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର) ପଦକ୍ଷେପର ଏକ ଅଂଶ ଭାବରେ ୧୫୧ ଜଣ ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ସମର୍ଥନ କରିବା ପାଇଁ ସ୍ୱତନ୍ତ୍ର କୋଚିଂ ଓ ପ୍ରତିକାରମୂଳକ ପାଠପଢ଼ା (ରେମେଡିକାଲ୍ କ୍ଲାସ୍) ଆରମ୍ଭ କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲା ଝାରପାଳମ ସ୍ଥିତ ସରକାରୀ ୟୁଜି ହାଇସ୍କୁଲରେ ନଭେମ୍ବର ୨୬ ତାରିଖରୁ ଏହି ପାଠପଢ଼ା ଆରମ୍ଭ ହୋଇଛି ।
ବିଜାହାନ, ଭୋଗ୍ରାଖଛର, ଗିରିସିମା ଓ ଝାରପାଲମ ଗ୍ରାମର ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଚତୁର୍ଥ, ପଂଚମ, ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସହାୟତା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।
ଚତୁର୍ଥ ଓ ପଂଚମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଆଦର୍ଶ ଓ ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ସଫଳ ହେବା ପାଇଁ ଆବଶ୍ୟକ ଦକ୍ଷତା ଓ ଜ୍ଞାନ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ପ୍ରାଥମିକ ଲକ୍ଷ୍ୟ । ପ୍ରତିଯୋଗୀମାନେ ଏହି ପ୍ରବେଶିକା
ପରୀକ୍ଷା ପାଇଁ ବିଶେଷ ଭାବରେ ଉପଯୁକ୍ତ ଏବଂ କେନ୍ଦ୍ରୀଭୂତ ପ୍ରଶିକ୍ଷଣ ଅଧିବେଶନ ମାଧ୍ୟମରେ ପ୍ରସ୍ତୁତ ହେବେ । ଏହି କାର୍ଯ୍ୟକ୍ରମ ସେମାନଙ୍କର ଶିକ୍ଷାଗତ ଦକ୍ଷତା ଏବଂ ଆତ୍ମବିଶ୍ୱାସକୁ ବଢ଼ାଇବା ସହ ଏହା ସୁନିଶ୍ଚିତ କରିବ ଯେ ସେମାନେ ଏହି ଗୁରୁତ୍ୱପୂର୍ଣ୍ଣ ମୂଲ୍ୟାଙ୍କନରେ ଉତ୍କୃଷ୍ଟ ହେବା ପାଇଁ ଭଲ ଭାବରେ ପ୍ରସ୍ତୁତ ଅଛନ୍ତି ।
ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ସେମାନଙ୍କ ଭବିଷ୍ୟତ ପାଇଁ ବିଭିନ୍ନ ମାର୍ଗ ଖୋଜିବା ଉଦ୍ଦେଶ୍ୟରେ ବ୍ୟାପକ କ୍ୟାରିୟର କାଉନସେଲିଂ ଦ୍ୱାରା ଉପକୃତ ହେବେ । ଶୈକ୍ଷିକ ଚାପର ମୁକାବିଲା କରିବା ଏବଂ ସେମାନଙ୍କର ସୁସ୍ଥତା ବଜାୟ ରଖିବା ପାଇଁ ସେମାନେ ପ୍ରଭାବଶାଳୀ ଚାପ ପରିଚାଳନା କୌଶଳ ଶିଖିବେ । ଏହାବ୍ୟତୀତ ନିର୍ଦ୍ଧିଷ୍ଟ ବିଷୟରେ ଉପଯୁକ୍ତ ଶୈକ୍ଷିକ ସହାୟତା ପ୍ରଦାନ କରାଯିବ ଯାହା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଅଧ୍ୟୟନରେ ଉକôୃଷ୍ଟ ହେବା ଏବଂ ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଆବଶ୍ୟକ ମାର୍ଗଦର୍ଶନ ସୁନିଶ୍ଚିତ କରିବ ।
ଏହି ପଦକ୍ଷେପ ଗ୍ରାମାଚଂଳର ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷା ସୁଯୋଗ ବୃଦ୍ଧି କରିବା ଏବଂ ସେମାନଙ୍କ ଶିକ୍ଷାଗତ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ କମ୍ପାନୀର ପ୍ରତିବଦ୍ଧତାକୁ ଦର୍ଶାଉଛି ।
ଏହି ଉନ୍ମୋଚନ ଉତ୍ସବରେ ମହାନଦୀ ମାଇନ୍ସ ଆଣ୍ଡ୍ ମିନେରାଲ୍ସ ପ୍ରାଇଭେଟ ଲିମିଟେଡର ସାଇଟ୍ ମୁଖ୍ୟ ଧର୍ମେନ୍ଦ୍ର ଦୁବେଙ୍କ ସମେତ ଜମି ଓ ଆରଆଣ୍ଡଆର୍ ମୁଖ୍ୟ ଦିଲ୍ଲୀପ ସେବକ ଉପସ୍ଥିତ ଥିଲେ । ସିଏସ୍ଆର୍ଟିମ୍ର ସଦସ୍ୟଙ୍କ ସମେତ ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

0
0
0
s2sdefault