ହେଡଲାଇନସ୍:

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ମହିଳା ଓ ବାଳିକା ହିଂସା ଦୂରୀକରଣ ଦିବସ ଅଭିଯାନ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପ୍ରଶାସନ ଓ ଆଇ ଏସ୍ ଆର୍ ଡି "ସଖୀ" ୱାନ ଷ୍ଟପ ସେଣ୍ଟର , ଏନ୍ ଏମ୍ ୱାଇ ସି ଏସ୍ ଶକ୍ତିସଦନ ର ମିଳିତ ଆନୁୁୁକୂଲ୍ୟରେ ଆଜି (ବୁଧବାର) ଜିଲ୍ଲାପାଳ ସମ୍ମେଳନ କକ୍ଷ ଠାରେ ଆନ୍ତର୍ଜାତୀୟ ମହିଳା ଓ ବାଳିକା ହିଂସା ଦୂରୀକରଣ ଦିବସ ଅଭିଯାନ ପାଳିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ , ଗଜପତି ଶ୍ରୀମତୀ ମନୋରମା ଦେବୀ ଉପସ୍ଥିତ ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ ଜଣାଇ ଏହି ଦିବସର ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ।
ପ୍ରୋଗ୍ରାମ ଅଫିସର ଶ୍ରୀମତୀ କେ.ସୁନୀତା ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭ ରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା। ଏହି ଅବସରରେ ସମ୍ମାନିତ ଅତିଥି ଶିବାନୀ ପାଣିଗ୍ରାହୀ ଜିଲ୍ଲା ସଂଯୋଜିକା ଓ ଏଲ ଏମ୍ (ସ୍ୱୟଂ ପ୍ରକଳ୍ପ) ମହିଳା ମାନଙ୍କ ପ୍ରତି ଥିବା ଆଭିମୁଖ୍ୟ ବଦଳି ଲେ ଯାଇ ସମାଜର ଉନ୍ନତି ହୋଇପାରିବ ବୋଲି କହିଥିଲେ ଏବଂ ମହିଳା ମାନଙ୍କ ପ୍ରତି ଘଟୁଥିବା ୪ ପ୍ରକାରର ହିଂସା ବିଷୟରେ ଅବଗତ କରାଇବା ସହ Dowry Prohibition Act , POSH Act , ଘରୋଇ ହିଂସା ଆଦି ବିଷୟରେ ବୁଝାଇଥିଲେ। ଏହି ଅବସରରେ ସମ୍ମାନିତ ଅତିଥି କିଶୋରୀ ନ୍ୟାୟ ପରିଷଦର ସଦସ୍ୟା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ child Rights , PC PNDT Act , Property Rights ଉପରେ ଅବଗତ କରାଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ପିଓଆଇସି ଡମ୍ବୁରୁଧର ବଳବନ୍ତ ଜିଲ୍ଲା ରେ ହେଉଥିବା ମହିଳା ଚାଲାଣ ବିଷୟରେ ଅବଗତ କରାଇଥିଲେ ତତ୍ ସହିତ ଶିଶୁ ହେଲ୍ପଲାଇନ 1098 ବିଷୟରେ ଅବଗତ କରାଇଥିଲେ।
ଜିଲ୍ଲା ସାମାଜିକ ସୁରକ୍ଷଷା ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ନାୟକ ମହିଳା ଓ ବାଳିକା ମାନାଙ୍କ ପ୍ରତି ରହିଥିବା ବିଭିନ୍ନ ସରକାରୀ ଯୋଜନା ବିଷୟାରେ ବୁଝାଇଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ଉପସ୍ଥିତ ସମସ୍ତଙ୍କୁ ମହିଳା ଓ ବାଳିକା ମାନଙ୍କ ହିଂସା ଦୂରୀକରଣ କିପରି ରୋକାଯାଇ ପାରିବ ଏବଂ ସେଥିପାଇଁ ସମସ୍ତଙ୍କର ଚେଷ୍ଟା ରହିବା ଆବଶ୍ୟକ ସେହି ବିଷୟରେ ବୁଝାଇଥିଲେ।
ପୋଲିସ ଇନ୍ସପେକ୍ଟର ଶ୍ରୀଯୁକ୍ତ ସିି.ବି.ମହାନ୍ତି ସାଇବର କ୍ରାଇମ ବିଷୟରେ ବହୁ ଉଦାହରଣ ମାଧ୍ୟମରେ ସୁଚାଇଥିଲେ। ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ ଯୋଗଦେଇ ଲିଙ୍ଗଗତ ସମାନତା ଓ ମହିଳା ମାନଙ୍କୁ ସମାଜରେ ଉପଯୁକ୍ତ ସମ୍ମାନ ମିଳିବା ଆବଶ୍ୟକ ବୋଲି ବୁଝାଇବ ସହ ମହିଳା ଓ ପୁରୁଷ ଉଭୟେ ମାନସିକ ସ୍ତରରେ ଶଶକ୍ତ ହେଲେ ଯାଇ ଆମ ଜିଲ୍ଲାକୁ ଏକ ମହିଳା ହିଂସାମୁକ୍ତ ଏବଂ ସୁରକ୍ଷିତ ଜିଲ୍ଲା ଭାବରେ ଗଢିତୋଳିବା ଏହି ବିଷୟରେ ଆଲୋକପାତ କରାଇଥିଲେ।
ଜିଲ୍ଲା ଶିଶୁ କଲ୍ୟାଣ ସମିତି ର ସଦସ୍ୟା ଶ୍ରୀମତୀ ସୁଜାତା ପଟ୍ଟନାୟକ , ଏବଂ ଶ୍ରୀମତୀ ମମତାରାଣୀ ଶତପଥି , ଜିଲ୍ଲା ସଂଯୋଜକ Action - Aid ଶ୍ରୀଯୁକ୍ତ ଶେଷଦେବ ଭୋଇ , ଶକ୍ତିସଦନ ର ସୁପେରିଟେଣ୍ଡେଣ୍ଟ ଶ୍ରୀମତୀ ମଞ୍ଜୁଳତା , ଆଇ ଏସ୍ ଆର୍ ଡ଼ି ୱାନ ଷ୍ଟପ ସେଣ୍ଟର ର କେନ୍ଦ୍ର ପ୍ରଶାସିକ ଶ୍ରୀମତୀ ସୁନିତା ରଥ , ଆକାଂକ୍ଷା ର ସମ୍ପାଦିକା ଶ୍ରୀମତୀ ମିନା କୁମାରୀ ଟହଲ , ଆଇ ଏସ୍ ଆର୍ ଡ଼ି ର ଉପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ନାଗେଶ୍ଵର ଚୌଧୁରୀ ସମସ୍ତେ ଏହି ଦିବସ ଅବସରରେ ସଂକ୍ଷିପ୍ତ ସୂଚନା ଦେଇଥିଲେ।
ଅଙ୍ଗନବାଡି କର୍ମୀ , ସୁପେରଭାଇଜର , ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତା , ଆଇ ଏସ୍ ଆର୍ ଡ଼ି ୱାନ ଷ୍ଟପକେନ୍ଦ୍ରର ସମସ୍ତ କର୍ମଚାରୀ ଏବଂ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ଯାଳୟର ସମସ୍ତ କର୍ମଚାରୀ , ଶକ୍ତିସଦନ ର କର୍ମଚାରୀ ଉପସ୍ଥିତ ରହି କାର୍ଯ କ୍ରମଟିକୁ ସାଫଲ୍ୟ କରିଥିଲେ।
ପରିଶେଷରେ ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ଶ୍ରୀମତୀ ସାରଳା ପାତ୍ର ଉପସ୍ଥିତ ସମସ୍ତଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

0
0
0
s2sdefault