ହେଡଲାଇନସ୍:

ଜ଼ିଲ୍ଲାସ୍ତରୀୟ ୟୁନିଅର ରେଡ଼କ୍ରସ ଶିବିର ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବିଜେପୁର /ସୁଶାନ୍ତ ସାହୁ ବିଜେପୁରରେ ୧୦ମ ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ ଶିବିର ଉଦ୍‌ଯାପିତ ହୋଇଯାଇଛି । ସ୍ଥାନୀୟ ହାଇସ୍କୁଲରେ ତିନିଦିନ ଧରି ଚାଲିଥିବା ଏହି ଶିବିରରେ ରେଡକ୍ରସ ପ୍ରଶିକ୍ଷଣ ସହ ସ୍ଵାସ୍ଥ୍ୟ, ସଡ଼କ ସୁରକ୍ଷା, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସଂପର୍କରେ ଜିଲ୍ଲାର ବାରଗୋଟି ଵ୍ଲକରୁ ଆସିଥିବା ଶିକ୍ଷାର୍ଥୀଗଣ ପ୍ରଶିକ୍ଷଣ ନେଇଥିଲେ । ଦ୍ଵାଦଶ କୁମାର ପ୍ରଧାନ, ଧର୍ମରାଜ ପ୍ରଧାନ, ମହେନ୍ଦ୍ର ଆଚାର୍ଯ୍ୟ, ମନୋଜ କୁମାର ସାହୁ, ମନୋହର ଦାଶ, ସୌମ୍ୟାଶ୍ରୀ ଭୋଇ ପ୍ରମୁଖ ରେଡକ୍ରସ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ । ଡାକ୍ତର ପ୍ରଜ୍ଞା ପରମିତା ପାତ୍ର ରକ୍ତଦାନ ଓ ଏଡ୍‌ସ୍‌, ଭକ୍ତ ଚରଣ ତାଣ୍ଡିଆ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା, ଅତିରିକ୍ତ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ସାଗୁଆ ମାଝୀ ସଡକ ସୁରକ୍ଷା ସଂପର୍କରେ ଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରେ କୁଇଜ୍, ବକ୍ତୃତା, ସୃଜନଶୀଳ ଲିଖନ, ସଂଗୀତ, ଦଳଗତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଦ୍ଵିତୀୟ ଦିବସର ସାଂସ୍କୃତିକ ସନ୍ଧ୍ୟାରେ ଵିଶ୍ଵବାଣୀ ପଶ୍ଚିମ ଓଡ଼ିଶା ବ୍ୟୁରୋ ଚିଫ୍‌ ନିରଞ୍ଜନ ତ୍ରିପାଠୀ, ପ୍ରମେୟ ର ପାଣ୍ଡବ ପଧାନ, ସମ୍ବାଦ ର ସୂନୀଲ ମିଶ୍ର, ସମାଜ ର ଜିତେନ୍ଦ୍ରିୟ ମେହେର, ଏମ୍‌ବିସି ଟିଭି ର ଆକାଶ ମେହେର, ହଟ୍ ନିଉଜର ଜଗନ୍ନାଥ କୁମ୍ଭାରଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଜେପୁର ନୃତ୍ୟ ଦଳ ରାଜ୍ୟସ୍ତରୀୟ ରେଡକ୍ରସ ଶିବିରକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । କନ୍ୟା ଭୃଣହତ୍ୟା, ନାରୀ ଶିକ୍ଷା, ରକ୍ତଦାନ ମହାନତା ବିଷୟରେ ସଚେତନତା ସୃଷ୍ଟି ପାଇଁ ଭଵ୍ୟ ଶୋଭାଯାତ୍ରାରେ ଶିବିରାର୍ଥୀଗଣ ବିଜେପୁର ସହର ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରାରେ ବରିଷ୍ଠ ନାଗରିକଗଣ ସାମିଲ୍ ହେଇଥିଲେ ।

ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ନାରାୟଣ ଭୁଏଙ୍କ ଅଧ୍ୟକ୍ଷତାରେ ଉଦ୍‌ଯାପନୀ ସମାରୋହ ଆୟୋଜିତ ହୋଇଥିଲା । ବିଜେପୁର ତହସିଲଦାର କର୍ଣ୍ଣ ସୁନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧୀରଜ ପଟ୍ଟନାୟକ, ସରପଞ୍ଚ ସଂଘ ସଭାନେତ୍ରୀ ସବିତା ସାହୁ ସାମାଜିକ କର୍ମୀ ଜୟକୃଷ୍ଣ ଡନସନା, ଜିଲ୍ଲା କ୍ରୀଡା ଅଧିକାରୀ ସୁଦୀପ୍ତ କୁମାର ନାଏକ, ବରପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁକୁନ୍ଦ ମାହାର, ବଲାଙ୍ଗିର ଜେଆର୍‌ସିଓ ରାମ ନାରାୟଣ ଦାଶ, ବୌଦ୍ଧ ଜେଆର୍‌ସିଓ ଵନମାଳୀ ମେହେର, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ପାଣ୍ଡେ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ସ୍ଥାନୀୟ ସ୍କୁଲର ପ୍ରଧାନଶିକ୍ଷକ ମନୋଜ ବେହେରା ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ମୁନସୀ ପାତ୍ର ସଭାକୁ ପରିଚାଳନା କରିଥିଲେ । କୃଷ୍ଣଚନ୍ଦ୍ର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଉଦ୍‌ଯାପନୀ ସମାରୋହର ଅତିଥିଙ୍କ ଦ୍ଵାରା ରେଡକ୍ରସ ପତାକା ଅବତରଣ ହୋଇଥିଲା । ଜିଲ୍ଲାର ବିଭିନ୍ନ ଵ୍ଲକର ରେଡକ୍ରସ କାଉନସିଲର, ସ୍ଥାନୀୟ ବ୍ଲକର କାଉନସିଲର, କ୍ରୀଡା ଶିକ୍ଷକ, ସିଆର୍‌ସିସିଗଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

0
0
0
s2sdefault