ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ବି ମାଲିଗୁଡା ଠାରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଏବଂ ୱାନ ଷ୍ଟପ ସେଣ୍ଟର୍ (ଶକ୍ତି ସମ୍ବଳ ) ମିଳିତ ଭାବରେ 16ଦିନିଆ କାର୍ଯ୍ୟକ୍ରମ ର ତୃତୀୟ ଦିନରେ ଜରୁରୀକାଳୀନ ପ୍ରତିକ୍ରିୟା ଉପରେ ସଚେତନତା କରାଯାଇଛି | ସଖୀ କେନ୍ଦ୍ରର ସ୍ୱାସ୍ଥ୍ୟ କର୍ମୀ ଦାମିନୀ ବାଳା ନାୟକ ଜରୁରୀ କାଳୀନ ପରିସ୍ଥିତି ରେ କିପରି 112, ଜରୁରୀକାଳୀନ ଶହାୟତା 181 ଜରୁରୀକାଳୀନ ମହିଳା ହେଲ୍ପ ଲାଇନ 1098 ଚାଇଲଡ ହେଲ୍ପ ଲାଇନ ର ସହାୟତା କିପରି ଭାବରେ କେଉଁ ପରିସ୍ଥିତିରେ ନେବାଉଚିତ ଏହା ଉପରେ ଆଲୋଚନା କରାଯାଇଥିଲା. ସଖୀ ୱାନ ଷ୍ଟପ ସେଣ୍ଟର କେଶ ୱାର୍କର ଜସ୍ମିନ ସିଂ ଜିଲ୍ଲାରେ ଚାଲିଥିବା ମହିଳା ଓ ବାଳିକା ହିଂସାକୁ ଦୂରୀକରଣ କରିବା କ୍ଷେତ୍ରରେ ୱାନ ଷ୍ଟପ ସେଣ୍ଟର ର ଭୂମିକା ଓ ଉଦ୍ଦେଶ୍ୟ ଉପରେ ଆଲୋକ ପାତ କରିଥିଲେ। ମହିଳା ଙ୍କ ଉପରେ ହେଉଥିବା ହିଂସା କିପରି ଦୂରୀକରଣ ହୋଇପାରିବ ଆଲୋଚନା କରାଗଲା । ସଖୀ କେନ୍ଦ୍ର ର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ କୁ କିପରି ଗ୍ରାମ ଗ୍ରାମ ରେ ସଚେତନତା କରିପାରିବା ଏହା ଉପରେ ଗୁରୁତ୍ୱ ଦିଆଯାଇଥିଲା ଉପସ୍ଥିତ ଥିବା ସମସ୍ତ ଅଙ୍ଗନବାଡି, ଆଶା, ସ୍ୱୟଂ ସହାୟକ ଗୋଷ୍ଠୀ ର ସଭ୍ୟ ମାନଙ୍କୁ ଏହି କାର୍ଯ୍ୟକ୍ରମ ବିଷୟରେ ବିସ୍ତାର ରୂପରେ ଆଲୋଚନା କରିଥିଲେ ପରିଶେଷରେ ମଲ୍ଟି ପୋରପଜ ୱାର୍କର ସୁମିତା ଗରଡ଼ା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ.
ରାଜ୍ୟ
ହିଂସା ମୁକ୍ତ ସମାଜ ଗଠନର ଅଭିଯାନ ପାକ୍ଷିକର ତୃତୀୟ ଦିନ
- Hits: 3