ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼.ରୀନା ସାହୁଙ୍କ ସଭାପତିତ୍ବରେ ସଂବିଧାନ ଦିବସ ଅତ୍ୟନ୍ତ ଗରିମାର ସହ ପାଳିତ ହୋଇଯାଇଛି। ଭାରତର ସଂବିଧାନକୁ ସମାପ୍ତ କରିବା ପାଇଁ ୨ ବର୍ଷ ୧୧ ମାସ ଓ ୧୮ ଦିନ ସମୟ ଲାଗିଥିବା ସହ ଏହା ବିଶ୍ବର ବୃହତ୍ତମ ସଂବିଧାନ ଭାବେ ଡ଼ ଅମ୍ବେଦକରଙ୍କ ଦ୍ବାରା ଲେଖାଯାଇଥିବା କଥା ଉଲ୍ଲେଖ କରିଥିଲେ ଡ଼ ରୀନା ସାହୁ ।
ସେହିଭଳି ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଡ଼.ଭାରତୀ ପାଣିଗ୍ରାହୀ ମଧ୍ୟ ନିଜ ବକ୍ତବ୍ୟରେ କହିଥିଲେ ଯେ ସଂବିଧାନ ହେଉଛି ଗୋଟିଏ ଦେଶର ଆତ୍ମା ଓ ଏହା ବିନା ତାହାକୁ ସାର୍ବଭୌମ ରାଷ୍ଟ୍ର କୁହାଯାଇପାରିବ ନାହିଁ। ଜାତି , ଧର୍ମ , ବର୍ଣ୍ଣ ଲିଙ୍ଗ ନିର୍ବିଶେଷରେ ଆମେ ସବୁ ଏକ। ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟରେ ସଂବିଧାନ ଦିବସ ଉପଲକ୍ଷେ ବକ୍ତୃତା , ପ୍ରବନ୍ଧ ତଥା ଚିତ୍ରାଙ୍କନ ପ୍ରତିଯୋଗିତା ସବୁ ଆୟୋଜନ କରାଯାଇଥିଲା। ଯେଉଁଥିରେ କି.ପି. ଅଶ୍ବିନୀ , ମଧୁସ୍ମିତା ପ୍ରଧାନ, ଚାନ୍ଦିନୀ ବେହେରା , ରାଧିକା , ଜୟଲକ୍ଷ୍ମୀ , ବିଶ୍ବଜିତା ମଲ୍ଲିକ୍ , ମନିଷା କାର୍ଯୀ , ଲକ୍ଷ୍ମୀପ୍ରିୟା ବେହେରା , ଲକ୍ଷ୍ମୀ ରଇତ , ସୌମ୍ୟା ଲିମା ପ୍ରଭୃତି କୃତି ଛାତ୍ରୀଙ୍କୁ ଅଧ୍ୟକ୍ଷା ପୁରସ୍କୃତ କରିଥିଲେ।
ଶେଷରେ ଡ଼.ପାଣିଗ୍ରାହୀ ଧନ୍ୟବାଦ୍ ପ୍ରଦାନ କରିବା ପରେ ଅଧ୍ୟକ୍ଷାଙ୍କ ଦ୍ବାରା ସଭା ସାଙ୍ଗ କରାଯାଇଥିଲା।
ରାଜ୍ୟ
ମହିଳା ସ୍ନାତକ ମହାବିଦ୍ୟାଳୟରେ ସଂବିଧାନ ଦିବସ ପାଳିତ
- Hits: 8