ବିପର୍ଯ୍ୟୟ ପରିଚାଳନାରେ ଯୋଜନାର ଆଧୁନିକୀକରଣ ଏବଂ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ
ଭୁବନେଶ୍ୱର, ୭.୧୧.୨୦୨୪: ରାଜ୍ୟରେ ବିପର୍ଯ୍ୟୟ ମୁକାବିଲା ପାଇଁ ବିଭିନ୍ନ ବିଭାଗକୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ବିଭିନ୍ନ ସମୟରେ ପ୍ରଦାନ କରାଯାଇଥିବା ଅର୍ଥ ଏବଂ ସେ ବାବଦରେ ହୋଇଥିବା ଖର୍ଚ୍ଚ ସଂପର୍କରେ ଆଜି ଲୋକସେବା ଭବନରେ ଅନୁଷ୍ଠିତ ଏକସମୀକ୍ଷା ବୈଠକ ମୁଖ୍ୟଶାସନସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତହୋ ଇଯାଇଛି। ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟଶାସନସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀଦେଓରଂଜନ କୁମାରସିଂଯୋଗଦେଇବିଭିନ୍ନବିଭାଗକୁ ପ୍ରଦାନ କରାଯାଇଥିବା ଅର୍ଥ ଓ ଖର୍ଚ୍ଚ ସଂପର୍କରେଉ ପସ୍ଥାପନ କରିଥିଲେ। ବୈଠକରେ ସଂପୃକ୍ତ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ ।
ରାଜ୍ୟରେ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠି( ଏସଡିଆରଏଫ) ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି( ଏସଡିଏମ୍ଏଫ)ର ମିଳିତ ପାଣ୍ଠିରେ ରାଜ୍ୟ ବିପର୍ଯ୍ୟୟ ସମ୍ଭାବ୍ୟ ବିପଦ ପରିଚାଳନା ପାଣ୍ଠି ( ଏସଡିଆରଏମଏଫ) ରହିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହାୟତାରେ ପରିଚାଳିତ ଏହି ପାଣ୍ଠିରୁ ବିପର୍ଯ୍ୟୟ ମୁକାବିଲା ପାଇଁ ରିଲିଫ୍ ଓ ତୁରନ୍ତ ପ୍ରତିକ୍ରିୟା କାର୍ଯ୍ୟାନୁଷ୍ଠାନ, ପୁନରୁଦ୍ଧାର ଓ ପୁନଃ ନିର୍ମାଣ, ବିପର୍ଯ୍ୟୟ ପ୍ରସ୍ତୁତି ଓ ଦକ୍ଷତା ବୃଦ୍ଧି ପାଇଁ ଖର୍ଚ୍ଚ କରାଯାଇଥାଏ । ବୈଠକରୁ ଜଣାଯାଇଛି ଯେ, ଗତ୨୦୨୧-୨୨ରୁ୨୦୨୪-୨୫ବର୍ଷରେ ଅଦ୍ୟାବଧି ବିଭିନ୍ନ ବିଭାଗକୁ ୨୪୫୮.୮୦୩କୋଟି ଟଙ୍କା ପ୍ରଦାନ କରାଯାଇଛି। ବିଭିନ୍ନ ବର୍ଷରେ ଏଥିପାଇଁ ଏସଡିଆରଏଫ୍ ଏବଂ ଏସଡିଏମ୍ଏଫରୁ କୃଷିଓକୃଷକସଶକ୍ତିକରଣ, ଶକ୍ତିବିଭାଗ, ଜଙ୍ଗଲ, ପରିବେଶଓଜଳବାୟୁପରିବର୍ତ୍ତନ, ସ୍ୱାସ୍ଥ୍ୟଓପରିବାରକଲ୍ୟାଣ, ଗୃହ, ଗୃହନିର୍ମାଣ ଓ ସହରାଞ୍ଚଳବିକାଶ, ଓସଡମା, ପଞ୍ଚାୟତିରାଜ ଓ ପାନୀୟଜଳବିଭାଗ, ଗ୍ରାମ୍ୟ ଉନ୍ନୟନ, ଜଳସଂପଦ ବିଭାଗ ଓ ପୂର୍ତ୍ତ ବିଭାଗ ଆଦି ୧୧ ଟି ବିଭାଗ ତଥା ସଂସ୍ଥାକୁ ବିପର୍ଯ୍ୟୟ ମୁକାବିଲା ଓ ପ୍ରସ୍ତୁତି ପାଇଁ ଏହି ଅର୍ଥ ପ୍ରଦାନ କରାଯାଇଥିବା ବେଳେ ଏଥିରୁ ବିଭିନ୍ନ ବିଭାଗର ଖର୍ଚ୍ଚ ସହ ଓ ବିନିଯୋଗ ପ୍ରମାଣ ପତ୍ର ଦାଖଲ ସଂପର୍କିତ ସମୀକ୍ଷା କରାଯାଇଥିଲା।
ଅଗ୍ନିଶମ ଓ ଜରୁରୀକାଳୀନ ସେବାବାବଦରେବିପର୍ଯ୍ୟୟ ମୁକାବିଲା ପାଇଁ ବିଭିନ୍ନ ଉପକରଣକ୍ରୟ ଓ ଦକ୍ଷତା ବୃଦ୍ଧି ପାଇଁ ଖର୍ଚ୍ଚ ଉପସ୍ଥାପନ କରାଯିବା ସହ ଆଗାମୀ ଦିନ ପାଇଁ ପ୍ରସ୍ତୁତି ନିମନ୍ତେ ଆବଶ୍ୟକତା ଅନୁସାରେ ଖର୍ଚ୍ଚ ମଂଜୁର ପାଇଁ ଅନୁରୋଧ କରାଯାଇଛି। ସେହିପରି ଓଡ୍ରାଫ ତରଫରୁ ମଧ୍ୟ ଖର୍ଚ୍ଚ ଉପସ୍ଥାପନ କରାଯାଇଥିଲା।
ବିଭିନ୍ନ ବାବଦରେ ଖର୍ଚ୍ଚ ଓ ବିନିଯୋଗ ପତ୍ର ପ୍ରଦାନ ସଂପର୍କରେ ଅନୁଧ୍ୟାନ କରି ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗମାନଙ୍କୁ ଆବଣ୍ଟନ କରାଯାଉଥିବା ଅର୍ଥକୁ ସଠିକ୍ ବିନିଯୋଗ କରାଯିବା ସହ ଖର୍ଚ୍ଚ ପ୍ରକ୍ରିୟାର ଉପଯୁକ୍ତ ତଦାରଖ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଆହୁରି ମଧ୍ୟ ସେ ବିପର୍ଯ୍ୟୟ ପରିଚାଳନା ଯୋଜନାର ଆଧୁନିକୀକରଣ ଏବଂ ମୁକାବିଲା ପାଇଁ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇଛନ୍ତି । ବିପର୍ଯ୍ୟୟମୁକାବିଲାପାଇଁ ଜରୁରୀ ଆବଶ୍ୟକତା ହେଉଥିବା ଅଗ୍ରାଧିକାର କ୍ଷେତ୍ର, ବାତ୍ୟା ସମୟରେ ଅଧିକ ଜୋରରେ ପବନ ବହିବାର ଆଶଙ୍କା ଥିଲେ ଏଥିପାଇଁ ପ୍ରସ୍ତୁତିରେ ଆଧୁନିକୀକରଣ, ବିଦ୍ୟୁତ୍ଶକ୍ତି ପୁନଃ ସଂସ୍ଥାପନ, ଜଳନିଷ୍କାସନ ସମସ୍ୟାର ସମାଧାନ, ଦକ୍ଷତା ବୃଦ୍ଧି ଭଳି ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ସଂପର୍କିତ ଖର୍ଚ୍ଚକୁ ଗୁରୁତ୍ୱ ଦିଆଯିବା ସଂପର୍କରେ ବୈଠକରେ ଆଲୋକପାତ କରାଯାଇଥିଲା।