ବିଦାୟ ନେଲେ ମାଆ ଶ୍ୟାମାକାଳୀ ; ବାଜା ବାଣରେ ଦୁଲୁକିଲା ଗୋବରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ମାଆ ଶ୍ୟାମାକାଳୀଙ୍କୁ ଭାବ ବିହ୍ୱଳ ବିଦାୟ ଦେଇଛନ୍ତି ଗୋବରା ବାସୀ I ଗୋବରା ଶ୍ରୀ କପିଳେଶ୍ଵର ଯୁବକ ସଂଘ ଦ୍ୱାରା ଆୟୋଜିତ ମାଆ ଶ୍ୟାମାକାଳୀ ପୂଜାର ଆଜି ବିସର୍ଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ବାଜା ବାଣରେ ଗୋବରା ପ୍ରକମ୍ପିତ ହୋଇଛି I ଛତ୍ରପୁରର ରଣପା ଏବଂ ଡିହ ପଢ଼ାଳ ମାଆ ଦଣ୍ଡକାଳୀ ଦୁଲଦୁଲି ଗୃପ୍ ରେ ଦୁଲଦୁଲିରେ ଗୋବରା ଚଳଚଞ୍ଚଳ ହୋଇଥିଲା I ଆଜି ସନ୍ଧ୍ୟାରେ ମାଆଙ୍କ ଭସାଣୀ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଗୋବରା ଗ୍ରାମ, ବାସୁଦେବପୁର ଗ୍ରାମ ଏବଂ ଗୋବରା ମୁଖ୍ୟ ସଡ଼କରେ ମାଆଙ୍କ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା I ପାରମ୍ପରିକ ବାଜା, ଡିଜେ ବାଜଣା ମଧ୍ୟରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା I ଶ୍ରୀ କପିଳେଶ୍ଵର ଯୁବକ ସଂଘର ସଭାପତି ସବ୍ୟସାଚୀ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠାନର ସଦସ୍ୟ ମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ଗାଙ୍ଗପୁର ପୋଲିସ୍ ବାହିନୀ ଆଇନ୍ ଶୃଙ୍ଖଳା ଉପରେ ତୀକ୍ଷ୍ଣ ନଜର ରଖିଥିଲେ I ଗୁରୁବାର ଦିନ ମାଆ ଶ୍ୟାମା କାଳୀଙ୍କ ମଣ୍ଡପ ନିକଟରେ ବହୁ ପ୍ରତିକ୍ଷିତ ଲଟେରୀ ଉଠାଣ ହୋଇଥିଲା I ଲଟେରୀ ଉଠାଣରେ ପ୍ରଥମ ବିଜେତା ଭାବେ ବେଲଗୁଣ୍ଠା ବ୍ଳକ୍ ଡିମ୍ବିରିପଲ୍ଲୀ ଗ୍ରାମର ବୁଲେଟ୍ ମୋଟରସାଇକେଲ୍ ହାସଲ କରିଥିବା ବେଳେ 130 ଜଣ ବିଜେତା ବିଭିନ୍ନ ପୁରସ୍କାର ହାସଲ କରିଥିଲେ I ଉତ୍ସବର ଅନ୍ତିମ ସାଂସ୍କୃତିକ sandhyare ଅନୁଷ୍ଠାନ ତରଫରୁ ବେଲଗୁଣ୍ଠା ଡ଼୍ରାଇଭର ମହାସଂଘକୁ ଉପଢୌକନ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା I ସେହିପରି ଭସାଣୀ ଉତ୍ସବରେ ଚକାନୟନ ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ଏବଂ ଢୋଲ ବାଦକ ମହାଦେବ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I

0
0
0
s2sdefault