ନବରଂଗପୁର ତା ୮.୧୧.୨୦୨୪:ଅଶୋକ ସାହୁ, ଶାସକ ପ୍ରଶାସକ,ସ୍ଥାନୀୟ ଓ ଏସ ଆର୍ ଟି ସି ବସ ଡିପୋ ଠାରେ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ବସ ସେବା ଯୋଜନା ଅନ୍ତର୍ଗତ ନବରଙ୍ଗପୁର ଠାରୁ ବିଜୟୱାଡ଼ା ପର୍ଯ୍ୟନ୍ତ ନୂତନ ଭଲଭୋ ଅତ୍ୟାଧୁନିକ ବସ ସେବା ର ଶୁଭାରମ୍ଭ ହୋଇଯାଇଅଛି।ଏହି ଅବସରରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ପତାକା ଦେଖାଇ ବସ ଯାତ୍ରା ର ଶୁଭାରମ୍ଭ କରିଛନ୍ତି। ଅନ୍ୟତମ ସମ୍ମାନୀତ ଅତିଥି ରୂପେ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ,ମାନ୍ୟବର ବିଧାୟକ ଝରିଗାଁ ନରସିଂହ ଭତ୍ରା ଯୋଗ ଦେଇଥିଲେ।ଏହି ବସ ସେବା ଯୋଗୁଁ ନବରଙ୍ଗପୁର, ଜୟପୁର,କୋରାପୁଟ ଅଂଚଳର ଅନେକ ଯାତ୍ରୀ , ବ୍ୟବସାୟୀ ଲାଭବାନ ହେବେ ଓ ଆରାମଦାୟକ ଯାତ୍ରା କରିପାରିବେ।ଏଥିରେ ପୁରୁଷ ଯାତ୍ରୀ ୧୨୭୮ ଟଙ୍କା ଏବଂ ମହିଳା ଯାତ୍ରୀ ୬୩୯ ଟଙ୍କା ( ୫୦% ପ୍ରତିଶତ କମ)ରେ ଯାତ୍ରା କରିପାରିବେ। ଏହି ବସ ନବରଙ୍ଗପୁର ଠାରୁ ଅପରାହ୍ନ ୩.୩୦ ମି ସମୟରେ ବାହାରି ବୋରିଗୁମ୍ମା ,ଜୟପୁର,କୋରାପୁଟ,ବିଶାଖାପାଟଣା ଦେଇ ବିଜୟୱାଡ଼ା ରେ ସକାଳ ୮.୦୦ ଘ ସମୟରେ ପହଞ୍ଚିବ ଏବଂ ବିଜୟୱାଡ଼ା ରୁ ଅପରାହ୍ନ ୩.୧୫ ମୀ ସମୟରେ ବାହାରି ନବରଙ୍ଗପୁର ସକାଳ ୫.୦୦ଘ ସମୟରେ ପହଞ୍ଚିବ।ଏହି ଶୁଭାରମ୍ଭ ଉତ୍ସବରେ ନବରଙ୍ଗପୁର ଡି ଟି ଏମ ସନ୍ତୋଷ କୁମାର ନାୟକ, ଏ ଟି ଏମ ଶୁଭମ୍ କର ଜୟପୁର ଡି ଟି ଏମ ଶ୍ରୀନିବାସ ପାଣିଗ୍ରାହୀ, ଡି ଆଇ ପି ଆର୍ ଓ ମନୋଜ କୁମାର ବେହେରା ଙ୍କ ସମେତ ସହରର ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟ
ନବରଂଗପୁର ଠାରୁ ବିଜୟୱାଡ଼ା ପର୍ଯ୍ୟନ୍ତ ନୂତନ ବସ ସେବାର ଶୁଭାରମ୍ଭ
- Hits: 2