ନବରଙ୍ଗପୁର,୭/୧୧/୨୦୨୪-ଅଶୋକ ସାହୁ, ଶାସକ ପ୍ରଶାସକ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ର ମନ୍ତ୍ରୀ ସାବିତ୍ରୀ ଠାକୁର ନବରଙ୍ଗପୁର ଦୁଇ ଦିନିଆ ଜିଲା ଗସ୍ତରେ ଆସି ଆଜି ପାପଡ଼ାହାଣ୍ଡି ବ୍ଲକ ର ଅଙ୍ଗନବାଡ଼ି କେନ୍ଦ୍ର, ମୈଦଲପୂର୍ ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ,ନବରଙ୍ଗପୁର ସଦର ମହକୁମା ମୁଖ୍ୟ ଡ଼ାକ୍ତରଖାନା ସ୍ଥିତ (ୱାନ୍ ଷ୍ଟପ ସେଣ୍ଟର )ସଖୀ କେନ୍ଦ୍ର, ଗାନ୍ଧୀ ଛକ ନିକଟସ୍ଥ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରର ଶୁଭ ଉଦଘାଟନ,ନବରଙ୍ଗପୁର ସହର ସଂଖାରି ରାସ୍ତା ଲାଖ କାରିଗର ମାନଙ୍କ ପାଇଁ ଏକ କେନ୍ଦ୍ର ର ଭିତ୍ତି ପ୍ରସ୍ତର ସ୍ଥାପନ କରିଥଲେ।କେନ୍ଦ୍ରମନ୍ତ୍ରୀଙ୍କ ସହିତ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,ମାନ୍ୟବର ଲୋକସଭା ସାଂସଦ ବଳଭଦ୍ର ମାଝୀ,ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ,ମାନ୍ୟବର ବିଧାୟକ ଝରିଗାଁ ନରସିଂହ ଭତ୍ରା,ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଉପ ଜିଲ୍ଲାପାଳ,ନବରଙ୍ଗପୁର ପ୍ରକାଶ ମିଶ୍ର ପ୍ରମୁଖ ଗସ୍ତ ରେ ଯାଇଥିଲେ।
ଆଜି ୮.୧୧.୨୦୨୪ ରିଖ ସକାଳ ୮.୪୦ ମି ସମୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ସାବିତ୍ରୀ ଠାକୁର ପାପଡ଼ା ହାଣ୍ଡି ବ୍ଲକ ଅନ୍ତର୍ଗତ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ମମତା, ସୁଭଦ୍ରା,ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ଏକ ପେଡ ମା କେ ନାମ ର ହିତାଧିକାରୀମାନଙ୍କ ସହ ବାର୍ତ୍ତାଳାପ କରିଥିଲେ ଓ ବୃକ୍ଷ ରୋପଣ କରିଥିଲେ।ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ। ମୈଦଳପୂର୍ ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଗସ୍ତ କରି ହଷ୍ଟେଲ କୋଠା ର ଶୁଭ ଉଦଘାଟନ ସହ ହଷ୍ଟେଲ କୋଠରୀ,ଶୌଚାଳୟ, ରୋଷାଇ କୋଠରୀ ପରିଦର୍ଶନ କରିଥିଲେ ଏବଂ ଛାତ୍ରୀ ମାନଂକ ଦ୍ଵାରା ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଦେଖିଥିଲେ।ନବରଙ୍ଗପୁର ମୁଖ୍ୟ ଡ଼ାକ୍ତରଖାନା ରେ ଅବସ୍ଥିତ ପୀଡିତା ଓ ନିର୍ଯାତିତା ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ସଖୀ କେନ୍ଦ୍ର ପରିଦର୍ଶନ କରିଥିଲେ। ଗାନ୍ଧୀ ଛକ ନିକଟସ୍ତ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉଦଘାଟନ କରିଥିଲେ। ସଙ୍ଖାରି ଷ୍ଟ୍ରିଟ୍ ରେ ଲାଖ କାରିଗର ମାନଙ୍କ ସୁବିଧା ପାଇଁ ଏକ କେନ୍ଦ୍ରର ଭିତ୍ତପ୍ରସ୍ତର ସ୍ଥାପନ କରିଥିଲେ।
ରାଜ୍ୟ
କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ର ମନ୍ତ୍ରୀ ଙ୍କ ନବରଙ୍ଗପୁର ଜିଲ୍ଲାକୁ ଦୁଇ ଦିନିଆ ଗସ୍ତ ଅବସରରେ ଆଜି କ୍ଷେତ୍ର ପରିଦର୍ଶନ
- Hits: 15