ନବରଙ୍ଗପୁର, ୮/୧୧/୨୦୨୪:ଅଶୋକ ସାହୁ, ଶାସକ ପ୍ରଶାସକ,ଜିଲା ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଜିଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ କହିଥିଲେ, ନବରଙ୍ଗପୁର ଜିଲା କୌଣସି କ୍ଷେତ୍ରରେ ପଛରେ ନାହିଁ ସବୁ କ୍ଷେତ୍ରରେ ଆଗେଇଛି । ଛାତ୍ର ଛାତ୍ରୀ ମାନେ ଦେଶର ଭବିଷ୍ୟତ ବହୁତ ପରିଶ୍ରମ କରି ଆଗକୁ ଯାଆନ୍ତୁ,ନବରଙ୍ଗପୁର ଜିଲ୍ଲାର କଳା ସଂସ୍କୃତିକୁ ବଞ୍ଚାଇବାରେ ଚେଷ୍ଟା କରନ୍ତୁ । ରାଜ୍ୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ଭାଗ ନେଇ ପୁରସ୍କୃତ ହୁଅନ୍ତୁ ଓ ଅନ୍ତର୍ନିହିତ କଳାକୁ ମଞ୍ଚରେ ପ୍ରତିପାଦନ କରନ୍ତୁ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଯୋଗ ଦେଇ ସୁରଭି କାର୍ଯ୍ୟକ୍ରମ ଛାତ୍ରୀ ଛାତ୍ରୀ ମାନଂକ ଅନ୍ତର୍ନିହିତ ପ୍ରତିଭାକୁ ସ୍ଵୀକୃତି ଦେବା ସହ ଆଗକୁ ବଢିବାର ପ୍ରେରଣା ଦେଉଛି ବୋଲି କହିଥିଲେ।ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ଯୋଗ ଦେଇଥିବା ବେଳେ ଜିଲା ଶିକ୍ଷା ଅଧିକାରୀ ଛାତ୍ରପତି ସାହୁ ସଭାପତିତ୍ୱ କରି କହିଥିଲେଯେ, ଶିକ୍ଷା ମାଧ୍ୟମରେ ପିଲାମାନଙ୍କର ବିକାଶ, ସର୍ବାଙ୍ଗୀନ ଉନ୍ନତି ତଥା ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମରେ ଗୋଷ୍ଠୀ ସହଯୋଗ ଓ ସଚେତନତା ହେଉଛି ଶିକ୍ଷା ବିଭାଗର ମୂଳ ଗାଥା ଉଦ୍ଦେଶ୍ୟ । ଚଳିତ ବର୍ଷ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ତରଫରୁ ବିଦ୍ୟାଳୟ ସ୍ତରୀୟ, କ୍ଲଷ୍ଟର ସ୍ତରୀୟ, ବ୍ଲକ ସ୍ତରରେ ଗୋଟିଏ ଦିନ ଲେଖାଏଁ ଶିଶୁ ମହୋତ୍ସବ “ସୁରଭି-୨୦୨୪” ଆୟୋଜନ କରାଯାଇଛି। ଚଳିତ ବର୍ଷର “ସୁରଭି-୨୦୨୪" ର ମୁଖ୍ୟ ପ୍ରସଙ୍ଗ ହେଉଛି ‘ଓଡିଶାର ଲୋକକଳା' । ତଦନୁଯାୟୀ ବିଦ୍ୟାଳୟ,କ୍ଲଷ୍ଟର ଓ ବ୍ଲକ ସ୍ତରରେ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ପ୍ରତ୍ୟେକ ବିଭାଗରେ ପ୍ରଥମସ୍ଥାନ ଅଧିକାର କରିଥିବା ପ୍ରତିଯୋଗିମାନଙ୍କୁ ଜିଲ୍ଲା ସ୍ତରୀୟ "ଶିଶୁ ମହୋତ୍ସବ “ସୁରଭି-୨୦୨୪” କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ଦିଆଯାଇଛି । ଯଦି କୌଣସି ପ୍ରତିଯୋଗିତାର ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ଜିଲ୍ଲା ସ୍ତରରେ କୌଣସି କାରଣ ବଶତଃ ଅଂଶଗ୍ରହଣ କରିନପାରନ୍ତି, ସେହି କ୍ଷେତ୍ରରେ ଅଗ୍ରାଧିକାର ଭିତ୍ତିରେ ଦ୍ୱିତୀୟ କିମ୍ବା ତୃତୀୟ ସ୍ଥାନ ଗ୍ରହଣ କରିଥିବା ଛାତ୍ରୀଛାତ୍ରଙ୍କୁ ଙ୍କୁ ସୁଯୋଗ ଦିଆଯାଇଛି ।ଏହା ବ୍ୟତୀତ ଜିଲାର ସମସ୍ତ ବିଦ୍ୟାଳୟରେ ୧୧ ତାରିଖରୁ ‘ଜାତୀୟ ଶିକ୍ଷା ଦିବସ'ଓ ୧୪ ରିଖରେ ‘ଶିଶୁ ଦିବସ’ ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟିର ସଭ୍ୟା,ସଭ୍ୟ ଓ ଅଭିଭାବକ ମାନଙ୍କ ସହଯୋଗରେ ରେ ପାଳନ କରାଯିବା ନିମନ୍ତେ
ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି ବୋଲି କହିଥିଲେ । ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ରେଶମ ଲାଲ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସୁରଭି କାର୍ଯ୍ୟକ୍ରମରେ କୃତିତ୍ୱ ହାସଲ କରିଥିବା କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ପୂର୍ବାହ୍ନ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜିଲା ଶିକ୍ଷା ଅଧିକାରୀ ଛାତ୍ରପତି ସାହୁ ସଭାପତିତ୍ୱ କରି ଥିଲେ । ମୁଖ୍ୟ ଅତିଥି ଭାବେ ଜିଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର ଯୋଗ ଦେଇଥିଲେ । କୋଷାଗୁମୁଡା ଭାରପ୍ରାପ୍ତ ବିଇଓ ସୁପ୍ରିୟା ନାୟକ, ଚନ୍ଦାହାଣ୍ଡି ବିଇଓ ଶୁଭେନ କୁମାର ମଣ୍ଡଳ, ଜିଲା ବିଜ୍ଞାନ ପରିଦର୍ଶକ ଚିତ୍ତରଞ୍ଜନ ପଟନାୟକ ଓ ଅନୁସୂଚିତ ଜାତି ଓ ଜନଜାତି ଜିଲା ସଂଯୋଜକ ଜଗଦା ନନ୍ଦ ସୁନାରୀ ମଞ୍ଚ।ସିନ ଥିଲେ । ଜିଲା ସ୍ତରୀୟ ସୁରଭି କାର୍ଯ୍ୟ କ୍ରମରେ ଵକ୍ତୃତା, ରଚନା, ଚିତ୍ରାଙ୍କନ, କୁଇଜ, ସୃଜନଶୀଳ ଲିଖନ, ତର୍କ, ଏକକ ସଙ୍ଗୀତ, ହସ୍ତ ଲିଖନ, ସାଂସ୍କୃତିକ ପ୍ରତିଯୋଗିତା ପ୍ରମୁଖ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଥମ , ଦ୍ଵିତୀୟ ଓ ତୃତୀୟ ସ୍ଥାନରେ କୃତିତ୍ୱ ହାସଲ କରିଥିବା କୃତି ପ୍ରତିଯୋଗୀଙ୍କୁ ମାନ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନେ ରାଜ୍ୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଭାଗ ନେବେ ।
ରାଜ୍ୟ
ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ସୁରଭି ଅନୁଷ୍ଠିତ.
- Hits: 13