ଲୋକ ମହୋତ୍ସବ ମଣ୍ଡେଇ ପାଳନ ନେଇ ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୮/୧୧/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ବ୍ଲକ ସ୍ତରୀୟ ଲୋକ ମହୋତ୍ସବ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି। ଚଳିତ ମାସ ୨୦ ତାରିଖ ରେ ନନ୍ଦାହାଣ୍ଡି ବ୍ଲକ ର ଧଣ୍ଡରା ଶୈବ ପୀଠ ରୁ ଜିଲ୍ଲା ସ୍ତରୀୟ ଲୋକ ମହୋତ୍ସବ ର ଶୁଭାରମ୍ଭ କାର୍ଯ୍ୟକ୍ରମ ଥିବା ବେଳେ ଡିସେମ୍ବର ୬ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ ଲୋକ ମହୋତ୍ସବ ମଣ୍ଡେଇ ପାଳିତ ହେବ। ଦୀର୍ଘ ୧୨ ବର୍ଷ ପରେ ବ୍ଲକ ସ୍ତରୀୟ ଲୋକ ମହୋତ୍ସବ ମଣ୍ଡେଇ ପାଳନ କରାଯିବାକୁ ଥିବା ବେଳେ ଡାବୁଗାଁ ରେ ଚଳିତ ମାସ ୨୮ ତାରିଖ ଗୁରୁବାର ଦିନ ପାଳନ କରାଯିବାକୁ ଧାର୍ଯ୍ୟ କରାଯାଇଥିଲା। ଏଥି ନିମନ୍ତେ ଭୈରବ ମନ୍ଦିର ସମ୍ମୁଖ ପଡିଆ ରେ ମୁଖ୍ୟ ଆୟୋଜନ ହେବାକୁ ଥିବା ବେଳେ ୨୦ ତାରିଖ ରୁ କ୍ରୀଡା ପ୍ରତିଯୋଗିତା ହେବା ନେଇ ସ୍ଥିରୀକୃତ କରାଯାଇଥିଲା।ବିଭିନ୍ନ ଗ୍ରାମରୁ ଦେବାଦେବୀ ସହ ଲାଠି,କୁର୍ସୀ ଆମନ୍ତ୍ରଣ କରାଯିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଆଦିବାସୀ ଲୋକକଳା, ଗ୍ରାମାଞ୍ଚଳର ପାରମ୍ପାରିକ ଆଦିବାସୀ ନୃତ୍ୟ, ସଂସ୍କୃତି ଓ ପରମ୍ପରା, ତଥା ଲୁକ୍କାୟିତ ପ୍ରତିଭା ସୃଷ୍ଟି କରିବା ଏହି ମଣ୍ଡେଇ ଉତ୍ସବ ର ମୂଳ ଲକ୍ଷ୍ୟ ଥିବା ବେଳେ ବ୍ଲକ ର ୧୨ ଗୋଟି ପଞ୍ଚାୟତ ରେ କ୍ରୀଡା ଓ ଲୋକକଳା ରେ ଥିବା ପ୍ରତିଭା ମାନେ ନିଜ ର ଶ୍ରେଷ୍ଠ କଳା ପ୍ରଦର୍ଶନ କରି ଜିଲ୍ଲା ସ୍ତରୀୟ ମଣ୍ଡେଇ ରେ ଭାଗ ନେବାର ସୁଯୋଗ ପାଇବେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବିଡିଓ ଶରତ ମାଝୀ, ତହସିଲଦାର ହରିଓମ ଭୋଇ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ସିଡିପିଓ ମିନତି ଦାସ, ଜିପିଇଓ ପଦ୍ମନାଭ ଭାଲ୍ଲା,ବ୍ଲକ କଂଗ୍ରେସ ସଭାପତି ଜି ସାଇ ରାଜୁ,ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ମିଶ୍ର,ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ ଓ ଧନ ସିଂ ଭତରା, ଏବିଇଓ ସନ୍ତୋଷ ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ମାନସ କୁମାର ନେଟ୍ଟୀ,କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ଚୌଧୁରୀ,ଦିଲିପ ମିଶ୍ର, ପିଇଓ ଏଡି ପ୍ରସାଦ ,ପର୍ଶୁରାମ ମାଳି ସହ ସମସ୍ତ ସରପଞ୍ଚ ଉପସ୍ଥିତ ଥିଲେ।

0
0
0
s2sdefault