ହେଡଲାଇନସ୍:

ଲୋକ ଜୀବିତ , ହେଲେ ପିଏମ କିଷାନ ପାଇଁ ମୃତ ଦର୍ଶାଇ ଯୋଜନା ରୁ ବଞ୍ଚିତ କଲେ ସରକାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ପି ଏମ୍ କିଷାନ ଯୋଜନା ରେ ବଡ ଅସ୍ଵଛତା

  • ଜିଲ୍ଲାପାଳଙ୍କୁ ବାରମ୍ବାର ଅଭିଯୋଗ ସତ୍ତ୍ୱେ ହୋଇପାରୁନି ସମସ୍ୟାର ସମାଧାନ


ବିଜେପୁର :- କେନ୍ଦ୍ର ସରକାର ଙ୍କ ବହୁ ଲାଭକାରୀ ଯୋଜନାର ମଧ୍ୟରୁ ଅନ୍ୟତମ ହେଉଛି ପି ଏମ୍ କିଷାନ ଯୋଜନା।କିନ୍ତୁ ସରକାରୀ ବାବୁ ମାନଙ୍କ ଖାମ୍ ଖିଆଲି ମନୋଭାବ ଯୋଗୁଁ ଅନେକ ହିତାଧିକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଏହି ପରି ଜଣେ ହିତାଧିକାରୀ ଯୋଜନା ରୁ ବଞ୍ଚିତ ହୋଇଥିବା ଅଭିଯୋଗ ଆଣିଛନ୍ତି ବିଜେପୁର ବ୍ଳକ୍ ଅନ୍ତର୍ଗତ ଏକାମ୍ର ଛକ ର ରିତେଶ ଭୋଇ। ବାପା ଶଙ୍କର ଭୋଇ ପି ଏମ୍ କିଷାନ ଯୋଜନା ରେ ଆବେଦନ କରିଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ସେ ଏ ପର୍ଯ୍ୟନ୍ତ ଯୋଜନାର ଅନ୍ତର୍ଭୁକ୍ତ ହୋଇପାରି ନ ଥିବାରୁ ବହୁବାର ଦୌଡ଼ି ନୟାନ୍ତ ହେବା ପରେ ପରେ ଜଣା ପଡିଥିଲା ଯେ, ଆବେଦନକାରୀଙ୍କୁ ମୃତ ଦର୍ଶାଯାଇଛି। ପରେ ଜିଲ୍ଲାପାଳଙ୍କୁ ଦୁଇ ଥର ଅଭିଯୋଗ କରିବା ପରେ ମଧ୍ୟ ସମସ୍ୟାର ସମାଧାନ ହୋଇପାରି ନାହିଁ। ଏଠାରେ ପ୍ରଶ୍ନ ଉଠୁଛି ଯେ, ଯେଉଁ ସରକାରୀ ବାବୁଙ୍କ ଭୁଲ ଯୋଗୁଁ ହିତାଧିକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କେବେ ହେବ ଏବଂ ହିତାଧିକାରୀ ଶଙ୍କର ଭୋଇ କେବେ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଉପକୃତ ହେବେ?

0
0
0
s2sdefault