ହେଡଲାଇନସ୍:

ଓଡିଶା ଆଦର୍ଶ ବିଦ୍ୟାଳୟ ଦଶମ ବାର୍ଷିକ ଜିଲ୍ଲା ମହୋତ୍ସବ "ସ୍ପାର୍କ " ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର ତା ୧.୧୦.୨୦୨୪,ନବରଙ୍ଗପୁର :ଅଶୋକ ସାହୁ, ଶାସକ ପ୍ରଶାସକ,ଓଡ଼ିଆ ଆଦର୍ଶ ବିଦ୍ୟାଳୟ, ପାପଡାହାଣ୍ଡି ରେ ଆଜି ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ସଭାପତିତ୍ୱ ରେ ଜିଲ୍ଲା ସ୍ତରୀୟ ୧୦ ମ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ଆୟୋଜିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ସ୍ଥିତ ପ୍ରତି ବ୍ଲକ ର ଆଦର୍ଶ ବିଦ୍ୟାଳୟ ରୁ କୃତି ଛାତ୍ର ଛାତ୍ରୀ ନିଜ ଗାଇଡ ଶିକ୍ଷକ ମାନଙ୍କ ସହ ସକାଳୁ ଆସି ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିଲେ।ସର୍ବ ପ୍ରଥମେ ଡି ଇ ଓ ଶ୍ରୀ ଛତ୍ରପତି ସାହୁ, ନବରଙ୍ଗପୁର, ଶ୍ରୀ ରେଶମଲାଲ ନାୟକ, ଏ ଡି ଇ ଓ, ନବରଙ୍ଗପୁର, ଶ୍ରୀ ରାଜେନ୍ଦ୍ର ପ୍ରସାଦ ମହାପାତ୍ର, ନୋଡାଲ ଅଧ୍ୟକ୍ଷ, ଶ୍ରୀ ଦୁଲେଶ୍ୱର ଗେଜୋ, ଅଧ୍ୟକ୍ଷ ଆଦର୍ଶ ବିଦ୍ୟାଳୟ ପାପଡାହାଣ୍ଡି ସହ ସମସ୍ତ ଅନ୍ୟ ବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଦିପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ। ଅପରାହ୍ନ ରେ ଅତିଥି ରୂପେ ସଭାପତି ଛତ୍ରପତି ସାହୁ ଡି ଇ ଓ,ମୁଖ୍ୟ ଅତିଥି ରୂପେ ଶ୍ରୀଯୁକ୍ତ ମନୋହର ରନ୍ଧାରୀ ବିଧାୟକ ଡାବୁଗାଁ, ସମ୍ମାନିତ ଅତୀଥି ରୂପେ ହେମଲତା ମାଝୀ, ଚେୟାରମ୍ୟାନ ପାପଡାହାଣ୍ଡି ବ୍ଲକ,ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା, ଉପାଧ୍ୟକ୍ଷ, ପାପଡାହାଣ୍ଡି ବ୍ଲକ,କପିଳ ଦେବ ସାହୁ, ବିଡ଼ିଓ ପାପଡାହାଣ୍ଡି, ସମରେନ୍ଦ୍ର ଭଉମିକ, ବି ଇ ଓ ପାପଡାହାଣ୍ଡି, ବି ଇ ଓ ରାଇଘର, ନିଜର ବକ୍ତବ୍ୟ ପ୍ରଦାନ କରି ପ୍ରତିଯୋଗିତାର ବିଜେତା ମାନଙ୍କୁ ପୁରସ୍କାର ଦେଇ ଉତ୍ସାହିତ କରିଥିଲେ।ଶେଷରେ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଦୁଲେଶ୍ୱର ଗେଜୋ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।

0
0
0
s2sdefault