ହେଡଲାଇନସ୍:

ଅଞ୍ଚଳ ମହାବିଦ୍ୟାଳୟ ରେ ଏନ୍.ଏସ୍.ଏସ୍. ଦିବସ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର:- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ବରେ ଦୁଇ ଦିନ ଧରି ଏନ୍.ଏସ୍.ଏସ୍. ଦିବସ ପାଳିତ ହୋଇଯାଇଛି । ପ୍ରଥମ ଦିବସରେ, ଶ୍ରୀ ପଣ୍ଡା ଏନ୍.ଏସ୍.ଏସ୍. ସ୍ବେଚ୍ଛାସେବୀ ମାନଙ୍କ ବିଭିନ୍ନ କାର୍ଯ୍ୟାବଳୀ ଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ଏହି ଦିବସରେ ସତ୍ୟ ସାଇ ସେବା ସମର୍ଥନ ରୁ ପ୍ରକୃତିପେମୀ ମାନେ ଆସି ଯୋଗଦାନ କରି ପ୍ରକୃତି ର ସଂରକ୍ଷଣ ନିମନ୍ତେ ବୃକ୍ଷ ରୋପଣ କରିବାକୁ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟ ବକ୍ତା ଭାବରେ ଶିକ୍ଷା ବିଭାଗର ମୁଖ୍ୟ ଡଃ ତୁଷାରକାନ୍ତ ସାହୁ ଯୋଗଦେଇ ଏନ୍.ଏସ୍.ଏସ୍. ସୃଷ୍ଟି ର ଇତିହାସ ଉପରେ ଆଲୋକପାତ କରି ଛାତ୍ରଛାତ୍ରୀ ମାନଙ୍କୁ ସ୍ବେଚ୍ଛାସେବୀ ହେବା ପାଇଁ ଉତ୍ସାହିତ କରିଥିଲେ। ଇଂରାଜୀ ବିଭାଗ ମୁଖ୍ୟ ଶ୍ରୀ ଖଗେଶ୍ବର ଦାସ ମଧ୍ୟ ଏନ୍.ଏସ୍.ଏସ୍. ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଏନ୍.ଏସ୍.ଏସ୍. ପ୍ରୋଗ୍ରାମ ଅଫିସର ସଞ୍ଜୟ ତୀଗା ଏହି ସଭାର ସଞ୍ଚାଳନ କରିଥିଲେ। ଏହା ପରେପରେ ବୃକ୍ଷରୋପଣ କାର୍ଯକ୍ରମ କରାଯାଇଥିଲା। ଦ୍ଵିତୀୟ ଦିବସରେ ଏନ୍.ଏସ୍.ଏସ୍. ଦିବସ ଉପଲକ୍ଷେ ୟୁଥ୍ ରେଡ୍ କ୍ରସ ର ମିଳିତ ସଂଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ୧୭ ଜଣ ଅଧ୍ୟାପକ-ଅଧ୍ୟାପିକା ଓ ଛାତ୍ରଛାତ୍ରୀ ରକ୍ତ ଦାନ କରିଥିଲେ। ଶେଷରେ ଏନ୍.ଏସ୍.ଏସ୍. ପ୍ରୋଗ୍ରାମ ଅଫିସର ସୁଶ୍ରୀ ସସ୍ମିତା ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ଯକ୍ରମକୁ ବିଶିଷ୍ଟ ଭାବରେ ଶ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ, ଭୁବନେଶ୍ଵର ବରିହା, ମିଥୁନ ମେହେର, ବାଲଗୋପାଲ ମେହେର, ନିକିତା ଭୋଇ, ମମତାମୟୀ ଗୁରୁ, ସୁରେଶ୍ଵରୀ ପାଣ୍ଡେ, ଦୟାନିଧି ବଗର୍ତ୍ତୀ ଇତ୍ୟାଦି ସହଯୋଗ କରିଥିଲେ। ଏଥିରେ ମହାବିଦ୍ୟାଳୟ ର ସମସ୍ତ ପ୍ରାଧ୍ୟାପକ-ପ୍ରଧ୍ୟାପିକା, ଅଧ୍ୟାପକ-ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ।

0
0
0
s2sdefault