ହେଡଲାଇନସ୍:

ଜାତୀୟ ସେବା ଯୋଜନା ଦିବସ ପାଳିତ ଅବସରରେ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ସ୍ୱେଚ୍ଛାକୃତ ମେଗା ରକ୍ତଦାନ ଶିବିର , ୬୦୨ ୟୁନିଟ ରକ୍ତ ସଂଗ୍ରହ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି :ଆଜି ଜାତୀୟ ସେବା ଯୋଜନା ଦିବସ । ଏହି ଅବସରରେ ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପକ୍ଷରୁ ଏକ ସ୍ବେଚ୍ଛାକୃତ ମେଗା ରକ୍ତଦାନ ଶିବିର ଵିଶ୍ଵବିଦ୍ୟାଳୟ ପରିସର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ମୋଟ ୬୦୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।ଏହି ଶିବିରକୁ ଗୁଣୁପୁର ଗୋଷ୍ଠି ଉନ୍ନୟନ ଅଧିକାରୀ ସୁଭ୍ରାଞ୍ଜଳି ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରି ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଏହିଭଳି ମାନବ ସେବା କାର୍ଯ୍ୟକୁ ଭୁୟସା ପ୍ରଶଂସା କରିଥିଲେ । ବିଶ୍ୱବିଦ୍ୟାଳୟର କୁଳପତି ଡ ଏ ଭି ଏନ ଏ ଲ ଶର୍ମା,ରେଜିଷ୍ଟ୍ରାର ଡ଼ଃ ଏନ . ଭି. ଜଗନ୍ନାଧା ରାଓ, ସ୍କୁଲ ଅଫ ଇଂଞ୍ଜିନିୟରିଙ୍ଗ ଆଣ୍ଡ ଟେକ୍ନୋଲୋଜି ଡିନ ଏ. ବି .ଶ୍ରୀନିବାସ ରାଓ , ପରୀକ୍ଷା ନିୟନ୍ତ୍ରକ ଡ ପି ବିଜୟ କୁମାର ପ୍ରମୁଖ ଯୋଗଦେଇ ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ।ଏହି ଶିବିରକୁ ଜାତୀୟ ସେବା ଯୋଜନାର ଆବାହକ ତଥା କାର୍ଯକ୍ରମ ଅଧିକାରୀ ପ୍ରଫେସର ବାଣୀ ପ୍ରସାଦ ନାୟକ, ଘନିଷ୍ଟା ପୃଷ୍ଟି ସଦସ୍ୟ ଡ଼ଃ ପ୍ରେମାନଶୁ ଶେଖର ରଥ ,ଗୋପାଳ କୃଷ୍ଣ ମହାନ୍ତି, ପ୍ରମୋଦ ରଞ୍ଜନ ପଣ୍ଡା, ଧୁମେସ ମେହେର, ନିର୍ମଳ ପଟେଲ ,ପ୍ରିୟଙ୍କା ପାତ୍ର, ନିହାରିକା ପଟେଲ, ଜୟନ୍ତୀ ଡ଼ାଙ୍ଗ, ନୀତିଶ ଦାସ, ସନ୍ଦୀପ ଜେନା, ଗାୟତ୍ରୀ ରାଣୀ ପଣ୍ଡା,କ୍ରୀଡା ଅଧିକାରୀ ରବିନ୍ଦ୍ର କୁମାର ପଣ୍ଡା,କୃଷ୍ଣ ପ୍ରସାଦ ଦାସ,ଜସିଲ ପଟ୍ଟନାୟକ,ପିଣ୍ଟୁ ବେବର୍ତା ପ୍ରମୁଖ ଶିବରକୁ ପରିଚାଳନା କରିଥିଲେ ।ଵ୍ରହ୍ମପୁର ରକ୍ତ ଭଣ୍ଡାରର ଡାକ୍ତର ମନୋଜ କୁମାର ଟୁଡୁ, ଟେକ୍ନିସୀୟାନ ଗୋପାଳ କୃଷ୍ଣ ପଣ୍ଡା, ସୁଶାନ୍ତ କୁମାର ପାଣିଗ୍ରାହୀ, କାଳୁ ଚରଣ ସେଠି, ଅଶ୍ୱନି ନାୟକ, ରାମ ହରି ପଣ୍ଡା,ଓ ଶୁଶାନ୍ତ କୁମାର ପଣ୍ଡା ୩୦୨ ୟୁନିଟ, ଗୁଣୁପୁର ରକ୍ତ ଭଣ୍ଡାରର ଡାକ୍ତର ସୁଜାତା ଦେବୀ,ଟେକ୍ନିସୀୟାନ ସୁରୁଚି ପାତ୍ର, ରାକେଶ କୁମାର ପଣ୍ଡା , ୧୦୦ ୟୁନିଟ ,ରାୟଗଡା ରକ୍ତ ଭଣ୍ଡାର ର ଡାକ୍ତର ଆଲୁ ରାହୁଲ,,ଟେକ୍ନିସୀୟାନ ସରୋଜ କାନ୍ତ ଆଚାର୍ଯ୍ୟ, ବି.କିଶୋର କୁମାର,ଉମାକାନ୍ତ ମିଶ୍ର ୨୦୦ ୟନିଟ ରକ୍ତସଂଗ୍ରହ କରିଥିଲେ।ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଯୋଗ ଦେଇ ଉତ୍ସାହର ସହ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଏହି ସେବା କାର୍ଯ୍ୟକୁ ଭୂୟଷୀ ପ୍ରଶଂସା କରି ବ୍ରହ୍ମପୁର ରକ୍ତ ଭଣ୍ଡାର ପକ୍ଷରୁ ବିଶ୍ଵ ବିଦ୍ୟାଳୟର ରେଜିଷ୍ଟ୍ରାର ଡ ଏନ ଭି ଜଗନ୍ନାଥ ରାଓଙ୍କୁ ମେମଣ୍ଟୋ ଦେଇ ସମ୍ମାନୀତ କରିଥିଲେ।

 

0
0
0
s2sdefault