ହେଡଲାଇନସ୍:

ସାମାଜିକ ସେବା ପାଇଁ ଗଜପତି ଜିଲ୍ଲା ରୁ ତିନି ଜଣ ଙ୍କୁ ନେତାଜୀ ସୁଭାଷ ଚନ୍ଦ୍ର ଗ୍ଲୋବାଲ ଆଇକନ୍ ଲିଡର୍ ପୁରସ୍କାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତୀୟ ବିଶ୍ଵ ଗୁରୁ ଭାରତ ସମ୍ମିଳନୀ ଓ ବିଶ୍ ବୁକ୍ ଅଫ୍ ଷ୍ଟାର ରେକର୍ଡ ଆନୁକୂଲ୍ୟରେ ଏକ ମିଳିତ ସଭାରେ କୋଲକାତା ର ସିଟି ତାଜ ହୋଟେଲ ସେଣ୍ଟର ଠାରେ ବାଙ୍ଗା ଗୌରବ ସମ୍ମାନ ସିଜେନ -୩ ଦ୍ୱାରା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଗ୍ଲୋବାଲ ଆଇକନ୍ ଲିଡର ପୁରସ୍କାର-୨୦୨୪ ଅନୁଷ୍ଠିତ ହୋଇଥିଲା।
ଉକ୍ତ ସମାରୋହରେ ଅନେକ ରାଜ୍ୟରୁ ଆସିଥିବା ସମ୍ମାନିତ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ଉକ୍ତ ସମ୍ମାନିତ ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ ଓଡ଼ିଶାର ଗଜପତି ଜିଲ୍ଲାର ତିନି ଜଣ ଡଃ ଆଲୋକ କୁମାର ବୋଷ , ଶ୍ରୀ କିଶୋର ଚନ୍ଦ୍ର ଦାସ , ଶ୍ରୀ ସନ୍ତୋଷ କୁମାର ପାତ୍ର ଙ୍କୁ ସାମାଜିକ ସେବା ପାଇଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଗ୍ଲୋବାଲ ଆଇକନ୍ ଲିଡର ପୁରସ୍କାର-୨୦୨୪ ଉପାଧି ରେ ସମ୍ମାନିତ କରାଯାଇଥିଲା।
ମୁଖ୍ୟ ଅତିଥି ସ୍ୱାମୀ ଶ୍ରୀ ପରମନ୍ତମାନନ୍ଦଜୀ ମହାରାଜ , କୋଲକାତା , ବରିଷ୍ଠ ଅତିଥି ଡ଼କ୍ଟର ରାଜୀବ ପାଲ , ବିଶ୍ୱ ବୁକ୍ ଅଫ୍ ଷ୍ଟାର ରେକର୍ଡ ପ୍ରତିଷ୍ଠାତା ନିର୍ଦ୍ଦେଶକ ଓ ପ୍ରତିଷ୍ଠାତା
ନାଟୁରୋ ଆରେନାଟିଭ୍ ମେଡିକାଲ୍ ରିସର୍ଚ୍ଚ ସାଇନ୍ସ ଫେଡ୍ରେସନ ସମ୍ମାନୀୟ ଅତିଥି ଡ଼କ୍ଟର ସାରୁପ ପ୍ରସାଦ ଘୋଷ ନିର୍ଦ୍ଦେଶକ , ସଂସ୍କୃତି ମନ୍ତ୍ରଣାଳୟ , ଭାରତ ସରକାର କୋଲକାତା , ପଶ୍ଚିମବଙ୍ଗ ମୁଖ୍ୟ ବକ୍ତା ଶ୍ରୀ କୁଶଲ ଚୌଧୁରୀ ସଚିବ, ଦଖିନେଶ୍ବରୀ କାଳୀ ମନ୍ଦିର , କୋଲକାତା ଶ୍ରୀ ପି. ଏମ. ପ୍ରସାଦ ଚେୟାରମ୍ୟାନ୍ , କୋଇଲା ଇଣ୍ଡିଆ ଲିମିଟେଡ଼ , କୋଲକାତା , ପଶ୍ଚିମବଙ୍ଗ ,
ବିଶିଷ୍ଟ ଅତିଥି ପଦ୍ମଶ୍ରୀ କାଜୀ ମାସୁମ୍ ଅଖତର ଏଣ୍ଟର୍ସ ଏଜୁକେସନିଷ୍ଟ , କୋଲକାତା , ପଶ୍ଚିମବଙ୍ଗ ଉପସ୍ଥିତି ରେ ଓଡ଼ିଶାର ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଡଃ.ଆଲୋକ କୁମାର ବୋଷ , ଅଧ୍ଯକ୍ଷ , ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା କାଉନସିଲ , ଶ୍ରୀ କିଶର ଚଦ୍ର ଦାସ ଓ ଶ୍ରୀ ସନ୍ତୋଷ କୁମାର ପାତ୍ର ଙ୍କୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଗ୍ଲୋବାଲ ଆଇକନ୍ ଲିଡର ପୁରସ୍କାର-୨୦୨୪ ପାଇଁ ଉପାଧି ପ୍ରଦାନ କରି ସାମାଜିକ ସେବା ପାଇଁ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ତତ୍ ସଂଗେ ଜାତୀୟ ବିଶ୍ଵ ଗୁରୁ ଭାରତ ସମ୍ମିଳିନି ଏକ ପ୍ରମାଣ ପତ୍ର ପୁରସ୍କାରଟି ସାମାଜିକ ସେବା ପାଇଁ ପ୍ରଦାନ କରାଯାଇଥିଲା।
ଡଃ .ଆଲୋକ କୁମାର ବୋଷ ଅନେକ ରାଜ୍ୟରେ ଅନେକ ଥର ସମାଜ ସେବା ପାଇଁ ଅନେକ ଉପାଧୂରେ ସମ୍ମାନିତ ହୋଇଛନ୍ତି। ମାନବ ଅଧିକାର ପ୍ରତ୍ୟେକ ଘର ଘରେ ପହଞ୍ଚାଇବା ସହ ଶିକ୍ଷା ରୁ ବଞ୍ଚିତ ହେବା ଶିଶୁ ମାନଙ୍କୁ ଆଜିକୁ ୪୫୭ ଶିଶୁ ଙ୍କୁ ଆର୍ଥିକ ସହଯୋଗ କରି ପ୍ରମୁଖ ଭୂମିକା ନିଭାଇଛନ୍ତି ଓ ମାନବ ସେବା ରେ ନିଜକୁ ଉତ୍ସର୍ଗିତ କରି ଆଗକୁ ବଢି ଲୋକଙ୍କ ଭିତରେ ରହି ଲୋକ ଙ୍କୁ ସେବା କରି ଆସୁଛନ୍ତି ତା ସହ ଘରେ ଘରେ ମାନବ ଅଧିକାର ପହଞ୍ଚାଇ ସମାଜର ପରିବର୍ତନ ର ଏକ ପ୍ରୟାସ ମୁଖ୍ୟ ଉଦ୍ଦେଶ୍ୟ। ଶ୍ରୀ କିଶୋର ଚନ୍ଦ୍ର ଦାସ ଗୋଟିଏ ଶିକ୍ଷକ ହୋଇ ମଧ୍ୟ ଜୀବନରେ ଅନେକ ଗରିବ ଶିଶୁ ଙ୍କୁ ଓ ରୋଗୀଙ୍କୁ ସ୍ବାସ୍ଥ୍ୟ ସେବାରେ ସହଯୋଗ କରିବା ଏବଂ ଅସୁବିଧା ସମୟରେ ସେବା ପ୍ରଦାନ କରୁଛନ୍ତି ଓ ଶ୍ରୀ ସନ୍ତୋଷ କୁମାର ପାତ୍ର ଏକ ସରକାରୀ କର୍ମଚାରୀ ହୋଇ ସେବା କରିବାର ମନବଳ ଦୃଢ କରି ଏକ ସେବା କୁ ନିଜର କର୍ତ୍ୟବ୍ୟ ଭାବି ଶିଶୁ ଓ ମା ଙ୍କ ଅନେକ ସମସ୍ୟା ରେ ଥବା ବ୍ୟକ୍ତି ବିଶେଷ ଙ୍କୁ ସେବା ଯୋଗାଇବା ତାଙ୍କ ମୁଖ୍ୟ ଉଦ୍ଦେଶ୍ୟ ଓ ପରିବେଶ ଉନ୍ନତ କରିବା ପ୍ରୟାସ ରେ ଗଛ ଲଗାଇବା ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ବଜାୟ ରଖିଥିବା ପାଇଁ ପଶ୍ଚିମବଙ୍ଗ , କୋଲକାତା ର ସିଟି ତାଜ ହୋଟେଲ ସେଣ୍ଟର ରେ ଗଜପତି ଜିଲ୍ଲାର ତିନି ଜଣ ଡଃ ଆଲୋକ କୁମାର ବୋଷ, ଶ୍ରୀ ଚନ୍ଦ୍ର ଦାସ ଓ ଶ୍ରୀ ସନ୍ତୋଷ କୁମାର ପାତ୍ର ଙ୍କୁ ସାମାଜିକ ସେବା ପାଇଁ ସମାଜ ସେବା ପାଇଁ ସମ୍ମାନିତ ହୋଇଥିବାରୁ ବୁଦ୍ଧି ଜିବି ମହଲରେ ପ୍ରଶଂସାର ସୁଅ ଛୁଟିଛି।

0
0
0
s2sdefault