ହେଡଲାଇନସ୍:

ଉତ୍କଳ ଆଲୁମିନା ପକ୍ଷରୁ ସ୍ୱଚ୍ଛ ସମୁଦାୟ ନିମନ୍ତେ ସ୍ୱଚ୍ଛ ଅଭିଯାନ ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ : ଆଦିତ୍ୟ ବିର୍ଲା ଗ୍ରୁପ୍ ଅଧୀନସ୍ଥ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ରାୟଗଡା ଜିଲ୍ଲାର କୁଚେଇପଦର ଗ୍ରାମପଞ୍ଚାୟତରେ ସ୍ୱଚ୍ଛ ଅଭିଯାନ ଶୁଭାରମ୍ଭ କରିଛି । ଫଳପ୍ରଦ କର୍ପୋରେଟ ସାମାଜିତ ଦାୟିତ୍ୱ ନିର୍ବାହ (ସିଏସଆର) କାର୍ଯ୍ୟକ୍ରମ ଜରିଆରେ ଗୋଷ୍ଠୀ କଲ୍ୟାଣରେ ବୃଦ୍ଧି ଘଟାଇବାକୁ କମ୍ପାନୀର ପ୍ରତିବଦ୍ଧତାର ଅଂଶସ୍ୱରୂପ ଏହି ପ୍ରୟାସ ହାତକୁ ନିଆଯାଇଛି । ୨୦୨୪ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନ ଉକ୍ତ ଅଞ୍ଚଳର ପାଞ୍ଚଟି ଗ୍ରାମକୁ ପରିସରଭୁକ୍ତ କରିବା ଲକ୍ଷ୍ୟ ରଖିଛି ।
କାର୍ଯ୍ୟକ୍ରମ ଶୁଭାରମ୍ଭ ଅବସରରେ ଶ୍ରୀମତୀ ସରିତା ସେଠ, ସବ୍‌ଇନ୍ସପେକ୍ଟର, ଦୋରାଗୁଡା ଥାନାଙ୍କ ସହିତ କଲୋନେଲ ପରମଜିତ ବାଜୱା, ଜେନେରାଲ ମ୍ୟାନେଜର, ସିକ୍ୟୁରିଟି, ଏଜିଏମ୍ କିରଣ ନାୟକ, ଏଚଆର, ଚନ୍ଦନ କିଶୋର, ଏଜିଏମ୍ ଟେକ୍‌ନିକାଲ ସର୍ଭିସେସ୍‌ଙ୍କ ସମେତ ଉତ୍କଳ ଆଲୁମିନାର ଅଧିକାରୀବୃନ୍ଦ ଏବଂ ଶ୍ରୀମତୀ ଲୋପାମୁଦ୍ରା ମିଶ୍ର, ହେଡ୍‌, ସିଏସଆରଙ୍କ ନେତୃତ୍ୱରେ ସମୁଦାୟ ସିଏସଆର୍ ଟିମ୍ ଉପସ୍ଥିତ ଥିଲେ ।
ଏହି ପ୍ରୟାସର ଅଂଶସ୍ୱରୂପ ଗୋଷ୍ଠୀ ମଧ୍ୟରେ ସ୍ୱଚ୍ଛତା ଏବଂ ତାହାର ଗୁରୁତ୍ୱ ସମ୍ପର୍କିତ ସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ ଏକାଧିକ ନିୟୋଜନକାରୀ କାର୍ଯ୍ୟକଳାପ ଆୟୋଜନ କରାଯିବ । ୧୭ଟି ସ୍କୁଲରୁ ଛାତ୍ର ଛାତ୍ରୀ ତର୍କ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ଏବଂ ଏହା ପରିମଳର ଗୁରୁତ୍ୱ ସମ୍ପର୍କରେ ଉଭୟ ବରିଷ୍ଠ ଓ କନିଷ୍ଠ ବର୍ଗ ସଚେତନ ହେବାକୁ ଉତ୍ସାହିତ କରିବ ।
ଏହିସବୁ ଶିକ୍ଷଣୀୟ କାର୍ଯ୍ୟକଳାପ ସହିତ ପାଞ୍ଚଟି ଗ୍ରାମରେ ଗ୍ରାମ ସଫେଇ ଅଭିଯାନ କାର୍ଯ୍ୟକାରୀ କରିବାକୁ ଯୋଜନା କରାଯାଉଛି । ପ୍ରଥମେ ବିଲମାଳ ଗ୍ରାମରେ ସଫେଇ କାର୍ଯ୍ୟ ସଫଳତାର ସହିତ କରାଯାଇଥିଲ, ଯେଉଁଠାରେ ୫୫ପରିବାର ବାସ କରୁଛନ୍ତି, ଏବଂ ଏହା ଅବଶିଷ୍ଟ ଗ୍ରାମଗୁଡିକ ନିମନ୍ତେ ଏକ ସକାରାତ୍ମକ ଉଦାହରଣ ସୃଷ୍ଟି କରିଛି ।
ଏହି ପଦକ୍ଷେପ ମଧ୍ୟ ସ୍ୱଚ୍ଛଦୂତ, ଗୋଷ୍ଠୀ ସ୍ୱେଚ୍ଛାସେବୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲା, ଯେଉଁମାନେ ସେମାନଙ୍କ ପରିବେଶରେ ଅପରିଷ୍କାର ପରିସ୍ଥିତିର ବିପଜ୍ଜନକ ପ୍ରଭାବ ପ୍ରତି ଧ୍ୟାନଦେବାରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛନ୍ତି । ଏହି ଉତ୍ସର୍ଗୀକୃତ ବ୍ୟକ୍ତିବିଶେଷ ବାସିନ୍ଦାମାନଙ୍କୁ ସ୍ୱାସ୍ଥ୍ୟକର କାର୍ଯ୍ୟଭ୍ୟାସ ସମ୍ପର୍କରେ ପ୍ରଶିକ୍ଷିତ କରାଇବା ଏବଂ ଏକ ସ୍ୱଚ୍ଛ ପରିବେଶ ବଜାୟ ରଖିବାର ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇବାରେ ସହାୟତା କରିବେ ।
ଦ୍ୱାର-କୁ-ଦ୍ୱାର ଅଭିଯାନ ଦୁଇଟି ଗ୍ରାମପଞ୍ଚାୟତରେ କାର୍ଯ୍ୟକାରୀ କରାଯିବ, ଯେଉଁଥିରେ ସ୍ୱାସ୍ଥ୍ୟରକ୍ଷାର ଅତ୍ୟାବଶ୍ୟକ ଭୂମିକା ସମ୍ପର୍କରେ ଅଧିବାସୀମାନଙ୍କ ସହିତ ପ୍ରତ୍ୟକ୍ଷ ଯୋଗାଯୋଗ କରିବାକୁ ସୁଯୋଗ ପ୍ରଦାନ କରିବ । ସାତଟି ଗ୍ରାମପଞ୍ଚାୟତରେ ସୂଚନା ଭିତ୍ତିକ ମାଇକ ଘୋଷଣା କରାଯିବ, ଯଦ୍ଦ୍ୱାରା ସଚେତନତାର ପ୍ରସାର ସହିତ ଗୋଷ୍ଠୀ ଅଂଶଗ୍ରହଣକୁ ଉତ୍ସାହିତ କରାଯାଇପାରିବ ।
ସ୍ୱଚ୍ଛତା ରଥ ନାମରେ ଏକ ଭ୍ରାମ୍ୟମାଣ ସଚେତନତା ଅଭିଯାନ ସମସ୍ତ ପାରିପାଶ୍ୱର୍ିକ ଗ୍ରାମ ପରିକ୍ରମା କରିବ, ଯାହା ସ୍ୱଚ୍ଛତା ଓସ୍ୱାସ୍ଥ୍ୟରକ୍ଷାର ବାର୍ତ୍ତାକୁ ପ୍ରୋତ୍ସାହିତ କରିବ । ଏହି ସମସ୍ତ ପ୍ରୟାସକୁ ଅଧିକ ମଜଭୁତ କରିବା ପାଇଁ ଗ୍ରାମଗୁଡିକରେ ବ୍ୟାନପର ଏବଂ ପୋଷ୍ଟର ରଣକୌଶଳାତ୍ମକ ଦୃଷ୍ଟିକୋଣରୁ ପ୍ରଦର୍ଶିତ କରାଯିବ, ଯାହା ସ୍ୱଚ୍ଛତା ଅଭିଯାନ ଏବଂ ତାହାର ଲକ୍ଷ୍ୟଗୁଡିକ ସମ୍ପର୍କରେ ନିରନ୍ତର ଭାବରେ ସ୍ମରଣ କରାଇଦେବ ।
ଏହି କାର୍ଯ୍ୟକ୍ରମର ସବୁଠାରୁ ବଡ ଲକ୍ଷ୍ୟ ହେଉଛି ଜୀବନର ପ୍ରତ୍ୟେକଟି ଦିଗରୁ ସ୍ୱଚ୍ଛତାର ମହତ୍ୱକୁ ଅନ୍ତର୍ନିବିଷ୍ଟ କରିବା, ଯାହା ଗୋଷ୍ଠୀ ମଧ୍ୟରେ ଏକ ସ୍ୱାସ୍ଥ୍ୟରକ୍ଷା ଏବଂ କଲ୍ୟାଣକାରୀ ସଂସ୍କୃତିକୁ ଆଗେଇନେବ । ଉତ୍କଳ ଆଲୁମିନା ଏକ ସ୍ୱଚ୍ଛ, ସ୍ୱାସ୍ଥ୍ୟକର ପରିବେଶକୁ ପ୍ରୋତ୍ସାହିତ କରିବା ନିମନ୍ତେ ସ୍ଥାନୀୟ ଜନସାଧାରଣଙ୍କ ସହିତ ମିଶି କାର୍ଯ୍ୟ କରିବାକୁ ପ୍ରତିବଦ୍ଧ ରହିଛି, ଯଦ୍ଦ୍ୱାରା ସ୍ୱଚ୍ଛତା ଭାବଧାରାକୁ ଏହି ଅଭିଯାନ ପରିସର ବାହାରେ ବଜାୟ ରଖିବାକୁ ସୁନିଶ୍ଚିତ କରାଯାଇପାରିବ ।

0
0
0
s2sdefault