ହେଡଲାଇନସ୍:

ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କ ମାନ ନିର୍ଦ୍ଧାରଣ ପରୀକ୍ଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଗାଁ: ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ୧୩ ଟି କ୍ଲଷ୍ଟର ରେ ଥିବା ବିଦ୍ୟାଳୟ ଗୁଡିକରେ ଏଫ୍ ଏଲ ଏନ୍ ମାନ ନିର୍ଦ୍ଧାରଣ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି।ଏହି ମାନ ନିର୍ଦ୍ଧାରଣ ପରୀକ୍ଷା ଗଣିତ ଏବଂ ଭାଷା ବିଷୟରେ ପ୍ରଥମ ଶ୍ରେଣୀ ,ଦ୍ଵିତୀୟ ଶ୍ରେଣୀ ଏବଂ ତୃତୀୟ ଶ୍ରେଣୀ ପିଲାଙ୍କ ପାଇଁ କରାଯାଇଛି।ପର୍ଯ୍ୟାୟ ଭିତ୍ତିକ ମାନ ନିର୍ଦ୍ଧାରଣ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶିକ୍ଷାର୍ଥୀ ମାନଙ୍କର ଶୈଖିକ୍ ସ୍ଥିତି ଅନୁଧ୍ୟାନ କରି ଶିକ୍ଷଣ ଓ ଶିକ୍ଷାଦାନ ପ୍ରକ୍ରିୟାରେ ଆବଶ୍ୟକ ପରିବର୍ତ୍ତନ ଆଣିବା ଓ ଶିକ୍ଷାର୍ଥୀ ମାନଙ୍କର ଶିକ୍ଷଣ ପ୍ରଗତି କୁ ଚିହ୍ନିତ କରିବା।ଶିକ୍ଷାର୍ଥୀ ମାନଙ୍କର ଆବଶ୍ୟକତା ଅନୁଯାୟୀ ଶୈଖିକ ସହାୟତା ଯୋଗାଇବା ଓ ମାନ ନିର୍ଦ୍ଧାରଣ ତଥ୍ୟ କୁ ସମୀକ୍ଷା କରି ଶିକ୍ଷଣ ଯୋଜନା ପ୍ରସ୍ତୁତ କରିବା।ଏହାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଶିକ୍ଷାର୍ଥୀ ମାନଙ୍କର ସମସ୍ୟା ଓ ସାମର୍ଥ୍ୟ କୁ ଚିହ୍ନଟ କରିବା ଓ ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବା।ଏହି ମାନ ନିର୍ଦ୍ଧାରଣ ବିଦ୍ୟାଳୟରେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ଶ୍ରେଣୀ ପଢ଼ାଉଥିବା ଶିକ୍ଷକ ,ଶିକ୍ଷୟତ୍ରୀ ଙ୍କ ଦ୍ଵାରା କରାଯାଉଛି। ମାନ ନିର୍ଦ୍ଧାରଣ ପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଶ୍ନ ଯୋଗାଇ ଦିଆଯାଇଛି।ଛାତ୍ର ଛାତ୍ରୀ ଙ୍କ ମାନ ନିର୍ଦ୍ଧାରଣ ସମ୍ପର୍କରେ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ କହିଛନ୍ତି ଯେ ମାନ ନିର୍ଦ୍ଧାରଣ ତଥ୍ୟ କୁ ଆଧାର କରି କ୍ଲଷ୍ଟର ସ୍ତରରେ ବୈଠକ ରେ ଆଲୋଚନା କରାଯିବ ଏବଂ ଏହି ଆଲୋଚନା ରେ ପିଲାମାନେ ସମ୍ମୁଖୀନ ହେଉଥିବା ସମସ୍ୟା କୁ ଆଧାର କରି ଶିକ୍ଷଣ କାର୍ଯ୍ୟ ଓ ଶିକ୍ଷଣ ଯୋଜନା ପ୍ରସ୍ତୁତ କରାଯିବ। ତତ୍ ସହିତ ପ୍ରତ୍ୟେକ ପିଲା କିପରି ଶିକ୍ଷଣ ରେ ଆଗେଇବେ ଏହା ହିଁ ମାନ ନିର୍ଦ୍ଧାରଣ ର ପ୍ରମୁଖ ଉଦ୍ଦେଶ୍ୟ ବୋଲି ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ସାହୁ କହିଛନ୍ତି।

0
0
0
s2sdefault