ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି-ରେଲୱେ ର ବିଶାଖାପାଟଣା ଡି. ଆର. ଏମ ସୌରଭ ପ୍ରଶାଦ ଆଜି ଦିନିକିଆ ଗୁଣପୁର ଗସ୍ତ ରେ ଆସି ଫେରିଛନ୍ତି। ନୌପଡା ଠାରୁ ଗୁଣପୁର ମଧ୍ୟରେ ଏକାଧିକବାର ରେଳପଥ ର ରକ୍ଷଣାବେକ୍ଷଣ କାର୍ଯ୍ଯ କରାଯିବା ପରେ ଆଜି ଶ୍ରୀ ପ୍ରସାଦ ଏହାର ଅନୁଧ୍ୟାନ କରିବା ସହ ଗୁଣପୁର ସମେତ ଅନ୍ଯାନ୍ଯ ଷ୍ଟେସନ ଗୁଡିକରେ ଚାଲିଥିବା ଉନ୍ନୟନ କାର୍ଯ୍ଯ ମଧ୍ୟ ବୁଲି ଦେଖିଥିଲେ। ଏହି ଅବସରରେ ଆନ୍ଧ୍ର ଓଡ଼ିଶା ରେଳବାଇ ୟୁଜର୍ସ ଏସୋସିଏସନ ର ସଭାପତି ଡଃ ସତ୍ଯ ପ୍ରକାଶ ପଣ୍ଡା, ଉପ ସଭାପତି ଗଜେନ୍ଦ୍ର ନାରାୟଣ ପଣ୍ଡା, ଗୁଣପୁର ନବ ନିର୍ମାଣ ସମିତିର ସଭାପତି ଅକ୍ଷୟ ଦାସ, ଉପ ସଭାପତି ଉମା ଶଙ୍କର ଦାସ ଓ ସାଧାରଣ ସମ୍ପାଦକ ରଂଜିତ ପାଢି ଡି. ଆର. ଏମ ଙ୍କୁ ଭେଟି ଦୁଇଟି ସ୍ମାରକ ପତ୍ର ଦବାସହ ସ୍ଥାନୀୟ ବିଭିନ୍ନ ସମସ୍ଯା ର ସମାଧାନ ପାଇଁ ଦାବି କରିଥିଲେ। ବିଶେଷ କରି ନିକଟରେ କେନ୍ଦ୍ର କ୍ଯାବିନେଟ୍ ରେ ମଞ୍ଜୁରୀ ପାଇଥିବା ଗୁଣପୁର ଥେରୁବାଲି ରେଳପଥ ପ୍ରକଳ୍ପର ତ୍ବରାନ୍ବିତ, ବିଶାଖାପାଟଣା ଟ୍ରେନ କୁ ଗୁଣ୍ଟୁରୁ ଯାଏଁ ସଂପ୍ରସାରଣ, ଗୁଣପୁର ରେ ଫୁଟ୍ ଓଭର ବ୍ରିଜ୍ ନିର୍ମାଣ, ଦ୍ବିତୀୟ ପ୍ଲାଟଫର୍ମ ର ନିର୍ମାଣ କାର୍ଯ୍ଯ ସାରିବା, ପାର୍ସଲ କାଉଣ୍ଟର ଓ ରିଜର୍ଭେସନ୍ କାଉଣ୍ଟର ଖୋଲିବା ସହ ଆରପିଏଫ ନିଯୁକ୍ତି ଇତ୍ଯାଦି ପ୍ରସଙ୍ଗ ଉକ୍ତ ସ୍ମାରକପତ୍ରରେ ଉଲ୍ଲେଖ ରହିଥିଲା। ତେବେ ଆଲୋଚନା ବେଳେ ଫୁଟ୍ ଓଭର ବ୍ରିଜ୍ ଅତିଶିଘ୍ର ନିର୍ମାଣ ହବ ଓ ବିଶାଖାପାଟଣା ଟ୍ରେନ କୁ ଗୁଣ୍ଟୁରୁ ଯାଏଁ ସଂପ୍ରସାରଣ ପାଇଁ ରେଲୱେ ବୋର୍ଡକୁ ପ୍ରସ୍ତାବ ଦିଆଯାଇଛି। ସେପଟରୁ ସକରାତ୍ମକ ନିଷ୍ପତ୍ତି ଆସିବ ବୋଲି ଡି. ଆର. ଏମ କହିଥିଲେ।