ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ଼ା ଜିଲ୍ଲା ଗୁଣପୁର କଳିଙ୍ଗ ବୈଶ୍ୟ ସଂଘର ବହୁ ପ୍ରତୀକ୍ଷିତ ନିର୍ବାଚନ ଆଜି ପୂର୍ବାହ୍ନ ୮ ଘଂଟିକା ଠାରୁ ଆରମ୍ଭ ହୋଇ ସନ୍ଧ୍ୟା ୪ ଘଣ୍ଟା ସମୟରେ ଶେଷ ହୋଇଥିଲା। ଏହି ନିର୍ବାଚନ କୁ ଗୁଣପୁର ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି ଭାବେ ପାଳନ କରିଥିଲେ । ନିର୍ବାଚନ ଶାନ୍ତି ଶୃଙ୍ଖଳା ସହ ସମାପ୍ତ ହୋଇଥିଲା । ଏହି ନିର୍ବାଚନ ରେ ମୋଟ ୮୦୮ ଜଣ ଭୋଟରଙ୍କୁ ମଧ୍ୟରୁ ମାତ୍ର ୭୬୦ ଭୋଟର ମତଦାନ ଦେଇଥିଲେ। ଏହାର ଫଳାଫଳ ନିର୍ବାଚନ ଦିନ ରାତ୍ର ୬ ଘଣ୍ଟା ସମୟରେ ଘୋଷଣା କରାଯାଇଥିଲା।
ଏଥିରେ ସଭାପତି ଭାବେ ଏସ୍. ବାବା ପ୍ରସାଦ ୪୦୨ଭୋଟରେ, ଉପସଭାପତି ଭାବେ ପି.ନାଗିରାଜୁ୪୮୦ଭୋଟରେ, ସାଧାରଣ ସମ୍ପାଦକ ଭାବେ ପି. ସାଇ କ୍ରୀଷ୍ଣା ୫୬୭ଭୋଟରେ ଓ ସହ ସମ୍ପାଦକ ଭାବେ ଏ. ଭେଙ୍କଟ ରାଓ ୪୪୮ଭୋଟରେ ନିର୍ବାଚିତ ହୋଇଛନ୍ତି। ନବନିର୍ବାଚିତ କର୍ମକର୍ତ୍ତା ମାନେ ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ଏହି କମିଟି କାର୍ଯ୍ୟ କରିବେ। ନୂତନ କର୍ମକର୍ତ୍ତାଙ୍କୁ ସଂଘ ପକ୍ଷରୁ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।