ହେଡଲାଇନସ୍:

ଭାରତୀୟ ଜନତା ପାର୍ଟି ତରଫରୁ କାରଗିଲ୍ ବିଜୟ ଦିବସ ପାଳିତ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୟୂରଭଞ୍ଜ ସାରସକଣା ରୁ ଶ୍ରୀ ଦିପୁ ମହାପାତ୍ର ।(ଶାସକ ପ୍ରଶାସକ): ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଳକ୍ ଅନ୍ତର୍ଗତ ଝାରପୋଖରିଆ ର ଆଶିର୍ବାଦ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି ୨୫ ତମ କାରଗିଲ ବିଜୟ ଉତ୍ସବ । ଏହି ବିଜୟ ଉତ୍ସବରେ ବିଜେପିର ବରିଷ୍ଠ ନେତା ଅମୂଲ୍ୟ କୁମାର ଦଣ୍ଡପାଟ ସଭାପତିତ୍ୱ କରିଥିଲେ । ସର୍ବପ୍ରଥମେ କାରଗିଲ ବୀର ଯୋଦ୍ଧା ଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆମର ଯବାନ ମାନଙ୍କର ଆତ୍ମାର ସଦଗତି କାମନା କରାଯାଇଥିଲା । କାରଗିଲ ଯୁଦ୍ଧରେ ସାମିଲ ହୋଇଥିବା ବୀର ଯବାନ ମାନେ ନିଜନିଜର ବୀରତ୍ୱର ଗାଥା ବଖାଣି ଥିଲେ ।

ସାରସକଣାର ସମସ୍ତ ଅବସର ପ୍ରାପ୍ତ ସୈନିକ ମାନଙ୍କୁ ନିମନ୍ତ୍ରଣ କରାଯାଇ ଥିଲା । ପ୍ରାୟ ୫୦ ରୁ ଉର୍ଦ୍ଧ ସୈନିକ ସହ ୧୦୦ରୁ ଉର୍ଦ୍ଧ ଲୋକ ଙ୍କ ସମାଗମ ହୋଇଥିଲା । ସହିଦ୍ ଯବାନ ଆମର ରହେ ଓ ଭାରତ ମାତାକି ଜୟ ଧ୍ୱନିରେ ପ୍ରକମ୍ପିତ ହୋଇ ଥିଲା । ସମସ୍ତ ଅବସର ପ୍ରାପ୍ତ ସୈନିକ ମାନଙ୍କୁ ଉପଢୌକନ ସହ ମାନ ପତ୍ର ଦେଇ ସମ୍ମାନ କରାଯାଇ ଥିଲା । ଏହି ଉତ୍ସବରେ ସାରସକଣା ବ୍ଳକ୍ ର ଭାରତୀୟ ଜନତା ପାର୍ଟିର ସମସ୍ତ ତୁଙ୍ଗ ନେତା ମାନେ ଉପସ୍ଥିତ ହୋଇ ବିଜୟ ଉତ୍ସବ ପାଳନ କରିଥିଲେ । ତେବେ ସ୍ଥାନୀୟ ବିଧାୟକ ଭାଦବ ଚନ୍ଦ୍ର ହାଁସଦା ବିଧାନସଭା ଚାଲୁଥିବା କାରଣରୁ ଅନୁପସ୍ଥିତ ଥିବା ବେଳେ ଶୁଭେଚ୍ଛା ବାର୍ତ୍ତା ପଠେଇ ଥିଲେ ।

0
0
0
s2sdefault