ହେଡଲାଇନସ୍:

ଜଗତସିଂହପୁର ଜିଲ୍ଲାରେ ଗଡିଲା ସୁଭଦ୍ରା ସଚେତନତା ରଥ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

' ଘରେଘରେ ସୁଭଦ୍ରା' ର ଆହ୍ବାନ ସହ ରଥର ଶୁଭାରମ୍ଭ କଲେଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ

ଜଗତସିଂହପୁର :ମହିଳାଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କ ବହୁ ଆକାଂକ୍ଷିତ ଯୋଜନା ସୁଭଦ୍ରାର ଫର୍ମ ବଣ୍ଟନ ଓ ଆବେଦନ ପ୍ରକ୍ରିୟା ଇତିମଧ୍ୟରେ ଆରମ୍ଭ ହୋଇସାରିଛି । ଏହି ଯୋଜନା ସମ୍ପର୍କିତ ଲୋକଙ୍କ ଭିତରେ ରହିଯାଇଥିବା ଭ୍ରମ ଓ ଭ୍ରାନ୍ତ ଧାରଣାକୁ ଦୂର କରି ହିତାଧିକାରୀଙ୍କୁ ସଠିକ ତଥ୍ୟ ପ୍ରଦାନ ପୂର୍ବକ ସଚେତନ କରିବା ଲକ୍ଷ୍ୟ ନେଇ ସମଗ୍ର ରାଜ୍ୟରେ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆରେ ମୁଖ୍ୟ ଅତଥିଭାବେ ଯୋଗଦେଇ ମାନ୍ୟବର ମନ୍ତ୍ରୀ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଓଡ଼ିଶା ସରକାର ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସୁଭଦ୍ରା ଯୋଜନାର ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଭାରତୀୟ ସଂସ୍କୃତିରେ ନାରୀର ମର୍ଯ୍ୟାଦା ସର୍ବାଗ୍ରେ, ମହିଳା ମାନଙ୍କର ଆର୍ଥିକ ସହାୟତା ସହ ସ୍ବାବଲମ୍ବୀ ଓ ଆତ୍ମ ନିର୍ଭର କରିବା ଦିଗରେ ରାଜ୍ୟ ସରକାରଙ୍କ ଏହା ଏକ ଅଭିନବ ଯୋଜନା ବୋଲି ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ।୫ ବର୍ଷ ପର୍ଯ୍ୟନ୍ତ ପ୍ରତିବର୍ଷ ୧୦ ହଜାର ଲେଖାଏ କରି ଏକ କୋଟି ମହିଳାଙ୍କୁ ଏହି ସୁବିଧା ପ୍ରଦାନ କରାଯିବ । ମହିଳା ମାନଙ୍କ କଲ୍ୟାଣ ଦିଗରେ କାର୍ଯ୍ୟରତ ଏହି ଯୋଜନାକୁ ବ୍ୟାପକ କରିବା ନିମନ୍ତେ ସେ ସମସ୍ତ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଥିଲେ।ଏହି ଅବସରରେ ଉପସ୍ଥିତ ଜଗତସିଂହପୁର ର ମାନ୍ୟବର ସାଂସଦ ଶ୍ରୀ ବିଭୁପ୍ରସାଦ ତରାଇ ଓ ବିଧାୟକ, ଶ୍ରୀ ଅମରେନ୍ଦ୍ର ଦାସ ମଧ୍ୟ ମହିଳା ସଶକ୍ତିକରଣ ନିମନ୍ତେ ଏହି ଯୁଗାନ୍ତକାରୀ ପଦକ୍ଷେପ କୁ ଘରେ ଘରେ ପହଞ୍ଚାଇବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ବାର୍ତ୍ତା ଦେଇଥିଲେ।ଏହି ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ, ଜିଲ୍ଲାପାଳ ଶ୍ରୀ ଜେ.ସୋନାଲ(ଭା.ପ୍ର.ସେ) ମଧ୍ୟ ଅନୁରୂପ ବାର୍ତ୍ତା ସହ ସୁଭଦ୍ରା ଯୋଜନା ମହିଳା ମାନଙ୍କୁ ରୋଜଗାରକ୍ଷମ କରି ଆତ୍ମ ନିର୍ଭର କରିବ ବୋଲି କହିଥିଲେ। ଚଳିତ ମାସ ୧୬ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ୮ ଟି ବ୍ଲକ ଓ ୨ ପୌରାଞ୍ଚଳର ଅଧିବାସୀଙ୍କୁ ସୁଭଦ୍ରା ଯୋଜନା ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଦାନ କରିବା ପାଇଁ ୪ ଗୋଟି ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବିନାରାୟଣ ଯେଠୀ, ଡେପୁଟୀ କଲେକ୍ଟର,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ,ନିର୍ବାହୀ ଅଧିକାରୀ, ଜଗତସିଂହପୁର ପୌର ପରିଷଦ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଡିପିସି ମିଶନ ଶକ୍ତି, ଡିପିଏମ ଓଏଲ୍ଏମ , ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ମା ମାନେ, ସହରର ବୁଦ୍ଧିଜୀବୀ ତଥା ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହି ରଥକୁ ଶୁଭ ଦେଇଥିଲେ।

0
0
0
s2sdefault