ହେଡଲାଇନସ୍:

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଟ୍ରାନ୍ସଫର୍ମର ଅଗ୍ନିକାଣ୍ଡ ପାଇଁ ଝାରସୁଗୁଡ଼ାରେ ଜରୁରୀକାଳୀନ ମକ ଡ୍ରିଲ ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା, ୭ ସେପ୍ଟେମ୍ବର ୨୦୨୪: ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାସ୍ଥିତ ଆଲୁମିନିୟମ କାରଖାନାରେ ଏକ ବ୍ୟାପକ ଜରୁରୀକାଳୀନ ମକ ଡ୍ରିଲ ଆୟୋଜନ କରିଛି। ଟ୍ରାନ୍ସଫର୍ମର ଅଗ୍ନିକାଣ୍ଡ ଏବଂ ପରବର୍ତୀ ଉଦ୍ଧାର କାର୍ଯ୍ୟ ଉପରେ ଏହି ଅଭ୍ୟାସ କେନ୍ଦ୍ରୀଭୂତ ଥିଲା I ସମ୍ବଲପୁର ଡିଭିଜନର ଫ୍ୟାକ୍ସି ଓ ବଏଲର ଉପନିର୍ଦ୍ଦେଶକ ସ୍ବରୂପ ଜେନା ଏବଂ ଝାରସୁଗୁଡ଼ାର ଫ୍ୟାକ୍ତି ଓ ବଏଲର ସହକାରୀ ନିର୍ଦେଶିକା ଅର୍ଚ୍ଚନା ଦାସଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ମକ ଡ୍ରିଲରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓଏସଡିଏମଏ) ସୁଶାନ୍ତ ମିଶ୍ରଙ୍କ ସମେତ ଜେଏସଡବ୍ଲ୍ୟୁ ଓ ଟିଆରଏଲ ଭଳି ଅଂଶୀଦାର ପ୍ଲାଟର ଅଧିକାରୀମାନେ ଉପସ୍ଥିତ ଥିଲେ I

ଏହି ଅବସରରେ ବେଦାନ୍ତ ଆଲୁମିନିୟମ ବ୍ୟବସାୟର ସିଓଓ ସୁନୀଲ ଗୁପ୍ତା କହିଛନ୍ତି ଯେ, "ଏହି ମକ ଡ୍ରିଲର ସଫଳ ସମାପନ ସୁରକ୍ଷା ଏବଂ ଜରୁରୀକାଳୀନ ପ୍ରସ୍ତୁତି ପ୍ରତି ଆମର ଅତୁଟ ପ୍ରତିବଦ୍ଧତାକୁ ଦର୍ଶାଉଛି I ଆମ ଉତ୍ସର୍ଗୀକୃତ ଦଳର ତ୍ବରିତ ପ୍ରତିକ୍ରିୟା ଏବଂ ଡ୍ରିଲର ପ୍ରଭାବଶାଳୀ କାର୍ଯ୍ୟକାରିତା ଆମର କର୍ମଚାରୀଙ୍କ ସୁରକ୍ଷା ପ୍ରତି ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି । ଆମର ଅଂଶୀଦାରମାନଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ମୂଲ୍ୟବାନ ମତାମତ ପାଇଁ ଆମେ କୃତଜ୍ଞ ଏବଂ ଆମର ସୁରକ୍ଷା ପ୍ରସ୍ତୁତିକୁ ଆହୁରି ସୁଦୃଢ଼ କରିବା ପାଇଁ ଏହି ବୁଝାମଣାଗୁଡ଼ିକୁ ସମନ୍ବିତ କରିବା ଆମେ ଜାରି ରଖ୍ବୁ।"

ଏହି ଅଭ୍ୟାସରେ ଟ୍ରାନ୍ସଫର୍ମର ଅଗ୍ନିକାଣ୍ଡ ଏବଂ ଉଦ୍ଧାର କାର୍ଯ୍ୟକୁ ଅନୁକରଣ କରାଯାଇଥିଲା, ଯାହାର ଉଦ୍ଦେଶ୍ୟ ସ୍ଥଳର ଜରୁରୀକାଳୀନ ପ୍ରତିକ୍ରିୟା କ୍ଷମତାକୁ ପରୀକ୍ଷଣ ଏବଂ ବୃଦ୍ଧି କରିବା । ଏହି ଅଭ୍ୟାସକୁ ସଠିକ ଭାବରେ କାର୍ଯ୍ୟକାରୀ କରାଯାଇଥିଲା ଏବଂ ଏହାର ପ୍ରଭାବଶାଳୀ ଜରୁରୀକାଳୀନ ସଚେତନ‌ତା ଏବଂ ଦୃଢ଼ ଯୋଗାଯୋଗ ପ୍ରୋଟୋକଲ ପାଇଁ ସମସ୍ତ ଅଂଶଗ୍ରହଣକାରୀଙ୍କ ଠାରୁ ପ୍ରଶଂସା ପାଇଥିଲା । ଉପସ୍ଥିତ ଲୋକଙ୍କ ମତାମତ ଅତ୍ୟନ୍ତ ସକାରାତ୍ମକ ଥୁଲା, ଦ୍ରୁତ ଏବଂ ସମନ୍ବିତ ପ୍ରତିକ୍ରିୟା ପ୍ରୟାସ ପାଇଁ ପ୍ରଶଂସା କରାଯାଇଥିଲା I ଉନ୍ନତି ପାଇଁ ଗଠନମୂଳକ ପରାମର୍ଶ ସଂଗ୍ରହ କରାଯାଇଥିଲା ଏବଂ ପ୍ରସ୍ତୁତି ଓ ପ୍ରତିକ୍ରିୟା ରଣନୀତିକୁ ଆହୁରି ବଢ଼ାଇବା ପାଇଁ ତାହାକୁ ଭବିଷ୍ୟତ ଅଭ୍ୟାସରେ ଅନ୍ତର୍ଭୁକ୍ତ କରାଯିବ । ବେଦାନ୍ତ ଝାରସୁଗୁଡ଼ା ସର୍ବୋଚ୍ଚ ନିରାପତ୍ତା ମାନ ବଜାୟ ରଖିବା ଏବଂ ଏହାର ଜରୁରୀକାଳୀନ ପ୍ରସ୍ତୁତି ବ୍ୟବସ୍ଥାରେ କ୍ରମାଗତ ଉନ୍ନତି ଆଣିବାକୁ ପ୍ରତିଶ୍ରୁତିବଦ୍ଧ I

ବେଦାନ୍ତ ଲିମିଟେଡର ବ୍ୟବସାୟ ବେଦାନ୍ତ ଆଲୁମିନିୟମ ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ ଯାହା ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଆଲୁମିନିୟମର ଅଧାରୁ ଅଧିକ ଅର୍ଥାତ୍ ୨.୩୭ ନିୟୁତ ଟନ୍ ଉତ୍ପାଦନ କରିଛି। ଏହା ମୂଲ୍ୟ ଯୁକ୍ତ ଆଲୁମିନିୟମ ଉତ୍ପାଦରେ ଅଗ୍ରଣୀ ଯାହା ମୁଖ୍ୟ ଶିଳ୍ପଗୁଡ଼ିକରେ ଗୁରୁତ୍ବପୂର୍ଣ କାର୍ଯ୍ୟରେ ବ୍ୟବହାର କରାଯାଉଛି। ବେଦାନ୍ତ ଆଲୁମିନିୟମ ଶିଳ୍ପ ପାଇଁ ଏସଆଣ୍ଡପି ଗ୍ଲୋବାଲ୍ କର୍ପୋରେଟ ସଷ୍ଟେନେବିଲିଟି ଆସେସମେଟ ୨୦୨୩ ବିଶ୍ବ ମାନ୍ୟତାରେ ପ୍ରଥମ ସ୍ଥାନରେ ରହିଛି ଯାହା ଏହାର ଅଗ୍ରଣୀ ସ୍ଥାୟୀ ବିକାଶ ପଦ୍ଧତିର ପ୍ରତିଫଳନ । ଭାରତରେ ଏହାର ବିଶ୍ବସ୍ତରୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନା ବିଶୋଧନାଗାର ଏବଂ ପାୱାର ପ୍ଲାଟ ସହିତ କମ୍ପାନୀ ଏକ ସବୁଜ ଭବିଷ୍ୟତ ପାଇଁ 'ଭବିଷ୍ୟତର ଧାତୁ' ଭାବରେ ଆଲୁମିନିୟମର ଉଦୀୟମାନ ପ୍ରୟୋଗକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ପୂରଣ କରୁଛି।

0
0
0
s2sdefault