ହେଡଲାଇନସ୍:

ବିଦ୍ୟାଷ୍ଟଡ଼ି ପଏଂଟର ଛାତ୍ରଛାତ୍ରୀମାନେ ପ୍ରଭୁ ଗଣେଶଙ୍କ ନିକଟରେ ସମସ୍ତ ଶିକ୍ଷାର୍ଥୀମାନଙ୍କ ଭବିଷ୍ୟତ କାମନା କଲେ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା/ସାରନଗରୀ,(ବସନ୍ତ କୁମାର ଜେନା): ଆଜି ସାରନଗରୀର ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡ଼ି ପଏଂଟ ଠାରେ ଲମ୍ବୋଦରଙ୍କ ପୂଜାର୍ଚ୍ଚନାର ଆୟୋଜନ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠାନର ଚଳିତ ବର୍ଷର ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ ମାନେ ଗଣେଶ ପୂଜାରେ ନିଜକୁ ସାମିଲ କରି ପୁଷ୍ପାଜଂଳୀ ଦେଇ ପ୍ରଭୁ ଗଣେଶଙ୍କ ଆଶିଷ ଭିକ୍ଷା କରିଥିଲେ । ର୍ପୂବାହ୍ନ ପ୍ରାୟ ୧୦ଟାରେ ପୂଜାରୀଙ୍କ ଦ୍ୱାରା ପୂଜାର୍ଚ୍ଚନା ପରେ ଛାତ୍ରଛାତ୍ରୀଙ୍କୁ ପ୍ରସାଦ ବିତରଣ କରାଯାଇଥିଲା । ପୂଜକ ଭାବେ ରାଧାରମଣ ରଥ ଓ କର୍ତା ଭାବେ ଚନ୍ଦ୍ର ଶେଖର ମୁନୀ ଦାୟିତ୍ୱ ତୁଲାଇଥିଲେ । ଗଣେଶ ପୂଜାରେ ବିଦ୍ୟା ଷ୍ଟଡ଼ି ପଏଂଟର ନିର୍ଦ୍ଦେଶକ ସରୋଜ କୁମାର ବେହେରା, ଅଧ୍ୟାପକ ସୁନୀଲ ସାମଲ,ବସନ୍ତ କୁମାର ଦାସ ,ଅଭିଜିତ ଜେନା ସମେତ ସେକ୍ଟର-୨୨ ଏମ୍ପୋଲୟିଜ ୱେଲଫେୟାର ଟ୍ରଷ୍ଟର ସଦସ୍ୟବୃନ୍ଦ, ଅଂଚଳର ସମାଜସେବୀ, ସାମାଜିକ କର୍ମୀ, ବୁଦ୍ଧିଜିବୀ, ସ୍ୱେଚ୍ଛାସେବୀ ମାନେ ଗଣେଶ ପୂଜାରେ ନିଜକୁ ସାମିଲ କରିଥିଲେ ।

0
0
0
s2sdefault