ହେଡଲାଇନସ୍:

ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ଭୁବନେଶ୍ୱରର ବିଭିନ୍ନ ଗଣେଶ ପୂଜା ମଣ୍ଡପ ପରିଦର୍ଶନ.

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଆଜି ଗଣେଶ ଚତୁର୍ଥୀ. ଭୁବନେଶ୍ୱର ର ବିଭିନ୍ନ ପୂଜା ମଣ୍ଡପ ରେ ପୂଜା ପାଉଛନ୍ତି ସିଦ୍ଧିଦାତା ଗଜାନନ| ଏହି ଅବସରରେ ଗଣେଶ ଭଗବାନ ଙ୍କ ଆଶୀର୍ବାଦ ପାଇଁ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ରେ ପୂଜା ମଣ୍ଡପ ଯାଇ ପ୍ରଭୃଙ୍କ ଦର୍ଶନ କରି ଓଡିଶା ବାସୀଙ୍କ ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ| ପ୍ରଥମେ ପୁରୁଣା ଭୁବନେଶ୍ୱର ର ବଢେଇବାଙ୍କ ଛକ ସ୍ଥିତ ଏକାମ୍ର ରାଜା ଗଣେଶ ପୂଜା ମଣ୍ଡପ ପରିଦର୍ଶନ କରି ପୂଜା କରିଥିଲେ|
ପରେ ପରେ ତିନିମୁଣ୍ଡିଆ ଛକ ରେ ପୂଜିତ ଚାଳିଶ ଫୁଟ ଉଚ୍ଚ ଗଣେଶ ଙ୍କ ପୂଜା କରି ଆଠ ନମ୍ବର ଆଖଣ୍ଡଳମଣି ପୂଜା କମିଟି ମୁଣ୍ଡପ ଓ ଗଜପତି ନଗର ପୂଜା ମଣ୍ଡପ ବୁଲି ଦେଖିବା ସହ ଗଣେଶ ଭଗବାନ ଙ୍କ ପୂଜା କରିଥିଲେ |
ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକଙ୍କୁ ବିଭିନ୍ନ ମଣ୍ଡପ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା | ସେଠାରେ ସମବେତ ଭକ୍ତ ମାନଙ୍କୁ ଶ୍ରୀ ପଟ୍ଟନାୟକ ଗଣେଶ ପୂଜା ପାଇଁ ଶୁଭେଚ୍ଛା ଜଣାଇଥିଲେ | ବିଭିନ୍ନ ମଣ୍ଡପ ରେ ପୂଜା କମିଟି କର୍ମକର୍ତ୍ତା ଙ୍କ ସହିତ ବିଧାୟକ ଅନନ୍ତ ନାରାୟଣ ଜେନା. ବିଧାୟକ ଶ୍ରୀ ସୁଶାନ୍ତ ରାଉତ.ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଭୁବନେଶ୍ୱର ମେୟର ସୁଲୋଚନା ଦାସ ଓ କର୍ପୋରେଟର ମାନେ ଉପସ୍ଥିତଥିଲେ |

0
0
0
s2sdefault