ହେଡଲାଇନସ୍:

ସମାଜସେବୀ ଙ୍କ ଉଦ୍ୟମରେ ପ୍ରେମୀ ଯୁଗଳଙ୍କ ବିବାହ ସମ୍ପନ୍ନ..

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା,(ବସନ୍ତ କୁମାର ଜେନା) : ବହୁ ବାଧା ବିଘ୍ନ ପରେ ଶେଷରେ ପ୍ରେମୀ ଯୁଗଳ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହାର ଶ୍ରେୟ ଯାଇଛି ଆରାଧ୍ୟା ନାମକ ସ୍ବେଛାସେବୀ ସଂଗଠନକୁ। ସୂଚନାଯୋଗ୍ୟ ଯେ ବାଗବୁଡି ବସ୍ତିର ସୁଜିତ ଓ ରୁଗୁଡିଟୋଲା ବସ୍ତିର ଡ଼ଲି ଙ୍କ ମଧ୍ୟରେ କଲେଜରେ ପାଠ ପଢିବା ସମୟରେ ପ୍ରେମ ସମ୍ପର୍କ ସ୍ଥାପିତ ହେଇଥିଲା। ହ୍ବାଟ୍ସଅପ୍ ରୁ ପ୍ରେମ ଆରମ୍ଭ ହୋଇ ନିବିଡ଼ତା ହେବାପରେ ଦୁହେଁ ଝିରପାଣି ଅନ୍ତର୍ଗତ ଜାମସେରା ରେ ଘରଭଡ଼ା ନେଇ ସ୍ବାମୀ ସ୍ତ୍ରୀ ଭଳି ରହିଆସୁଥିଲେ। ତେବେ କିଛି ଦିନ ପରେ ଦୁହିଁଙ୍କ ମଧ୍ୟରେ ମନମାଳିନ୍ୟ ଘଟିବାରୁ ଦୁହେଁ ଅଲଗା ହୋଇଯାଇଥିଲେ। ପରେ ଛେଣ୍ଡ ଥାନା ମାଧ୍ୟମରେ ସେମାନଙ୍କ ଭିତରେ ବୁଝାମଣା ହୋଇ ଏକାଠି ରହିଲେ। ଏହା ପରେ ଡଲି ଗର୍ଭବତୀ ହେବାରୁ ସୁଜିତ ଓ ତାଙ୍କ ଘରଲୋକେ ତାକୁ ଗ୍ରହଣ କରିନଥିଲେ। ପୁଣି ସୁଜିତ୍ ଖସିଯିବାରୁ ଝିଅ ଘରଲୋକମାନେ ବାରମ୍ବାର ଥାନାରେ ଅଭିଯୋଗ କଲାପରେ ମଧ୍ୟ କୈାଣସି ସୁଫଳ ବା ପୁଅ ଘରଲୋକେ ଧରା ଛୁଆଁ ଦେଇନଥିଲେ। ଏଥିରେ ନିରାଶ ହୋଇ ଝିଅଘର ଲୋକେ ଜଗଦା ରେ ଥିବା ସାମାଜିକ ସଂଗଠନ ଆରାଧ୍ୟା ର ସଭାପତିଙ୍କୁ ଜଣାଇ ନ୍ୟାୟ ଭିକ୍ଷା କରିଥିଲେ। ଫଳରେ ଆରାଧ୍ୟା ସଂଗଠନର କର୍ମକର୍ତ୍ତାମାନେ ଛେଣ୍ଡ ଥାନାକୁ ଆସି ଥାନାଧିକାରୀଙ୍କୁ ଦେଖାକରି ସମସ୍ୟା ସମାଧାନ କରିବା ପାଇଁ ପ୍ରୟାସ କରିଥିଲେ ମଧ୍ୟ ସେଥିରେ ସଫଳ ନହୋଇପାରି ବାଧ୍ୟ ହୋଇ ଡିଆଇଜି ବ୍ରିଜେଶ ରାୟ ଙ୍କୁ ଦେଖାକରି ଥିଲେ। ଶ୍ରୀ ରାୟ ନ୍ୟାୟ ଦେବାକୁ ପ୍ରତିଶ୍ରୁତି ଦେବାପରେ ଛେଣ୍ଡ ଥାନା ତତ୍ପରତା ଦେଖାଇ ପୁଅ ଓ ଝିଅକୁ ଏକାଠି କରି ଛେଣ୍ଡ ସ୍ଥିତ ନୀଳକଣ୍ଠେଶ୍ଵର ମନ୍ଦିରରେ ବିବାହ କରାଇଥିଲେ। ଏହି ବିବାହ ବେଳେ ଆରାଧ୍ୟା ର ସଭାପତି ହରପ୍ରିୟା ପଟ୍ଟନାୟକ, ସମ୍ପାଦିକା ପ୍ରେମଲତା ମହାନ୍ତି, ସମାଜସେବୀ ଭବାନୀ ଶଙ୍କର ଦାସ,କନ୍ୟା ଓ ବର ର ପିତାମାତା ତଥା ପୁଲିସ ର ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଥିଲା। ସୂଚନାଯୋଗ୍ୟ ଯେ ପ୍ରଥମେ କୋର୍ଟରେ ବିବାହ ପ୍ରକ୍ରିୟା କରାଯାଇଥିଲା ବେଳେ ବୁଧବାର ଦିନ ମନ୍ଦିରରେ ବିବାହ ହୋଇଥିଲା। ଏହି କାର୍ଯ୍ୟପାଇଁ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ସମାଜସେବୀଙ୍କ କାର୍ଯ୍ୟକୁ ସାଧୁବାଦ ସହ ପ୍ରଶଂସା କରାଯାଇଛି।
[5:32 pm, 7/9/2024] Rkl Basanta Kumar Jena: End--------

0
0
0
s2sdefault