ହେଡଲାଇନସ୍:

ସାମ୍ବାଦିକ ରଞ୍ଜନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ ପାଇଁ ସିଂହଦ୍ୱାର ଠାରେ ଦୀପଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ(ଅନିମେଶ ପଟ୍ଟନାୟକ) : ଓଡିଶା ସାମ୍ବାଦିକ ସଙ୍ଘ ର ସକ୍ରିୟ ସଭ୍ୟ ରଞ୍ଜନ ପଟ୍ଟନାୟକ (ମିଟୁଭାଇ ) ବର୍ତ୍ତମାନ କଟକ ବଡ ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି | ତାଙ୍କର ଆଶୁ ଆରୋଗ୍ୟ କାମନା କରି ଓଡିଶା ସାମ୍ବାଦିକ ସଙ୍ଘ (ଓ ଜେ ୟୁ ), ପୁରୀ ଜିଲ୍ଲା ପକ୍ଷରୁ ଏକ ସମୂହ ଦୀପଦାନ ଶ୍ରୀମନ୍ଦିର ସିଂହଦ୍ୱାର ଠାରେ ପ୍ରଭୁ ଚତୁର୍ଦ୍ଧାମୂର୍ତ୍ତି ଙ୍କ ଉଦ୍ୟେଶ ରେ ପ୍ରାର୍ଥନା କରାଯାଇଛି | ସନ୍ଧ୍ୟା ବେଳେ ଦୀପଦାନ ସମୟରେ ଜିଲ୍ଲା ସଭାପତି ବିଜୟ ମିଶ୍ର, ସମ୍ପାଦକ ସୁଧାଂଶୁ ଶେଖର କର, ଅନିମେଶ ପଟ୍ଟନାୟକ, ଦିବ୍ୟ ରଞ୍ଜନ ବିଶୋଇ, ଅରୁଣ କୁମାର ଓ ବନିତା ଦୀକ୍ଷିତ ପ୍ରମୁଖ ଉପସ୍ଥିତ ଥିଲେ | ଶ୍ରୀ ପଟ୍ଟନାୟକ ଶୀଘ୍ର ଆରୋଗ୍ୟ ଲାଭ କରି ଘରକୁ ଫେରିବା ପାଇଁ ସଭ୍ୟମାନେ ପ୍ରାର୍ଥନା କରିଥିଲେ |

0
0
0
s2sdefault