ହେଡଲାଇନସ୍:

ପଞ୍ଜାବ, ତେଲେଙ୍ଗାନା ପ୍ରତିନିଧିଙ୍କୁ ପ୍ରଭାବିତ କଲା ଓଡ଼ିଶାର ସୁବାହକ ଯୋଜନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ଛତିଆସ୍ଥିତ ନିଃଶୁଳ୍କ ଭାରୀଯାନ ଚାଳନା ପ୍ରଶିକ୍ଷଣ କେନ୍ଦ୍ର ବୁଲିଲେ

  •  ସ୍ୱୟଂକ୍ରିୟ ଯାନ ଚାଳନା ପରୀକ୍ଷଣ ବ୍ୟବସ୍ଥା ବୁଝିଲେ, ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ବୁଲି ଦେଖିଲେ

  •  ଓଡ଼ିଶାର ସଫଳତାକୁ ନିଜ ରାଜ୍ୟରେ ଲାଗୁ କରିବାକୁ ପଦକ୍ଷେପ ନେବେ

ଭୁବନେଶ୍ୱର:ତେଲେଙ୍ଗାନା ଓ ପଞ୍ଜାବର ପରିବହନ ବିଭାଗୀୟ ପ୍ରତିନିଧିମଣ୍ଡଳୀ ଗତ ଦୁଇ ଦିନ ଧରି ଓଡ଼ିଶାର ପରିବହନ ସେବା କ୍ଷେତ୍ରର ବିଭିନ୍ନ ଦିଗ ଓ କାର୍ଯ୍ୟପ୍ରଣାଳୀ ବାବଦରେ ରାଜ୍ୟ ପରିବହନ ବିଭାଗର ବରିଷ୍ଠ ଅଧିକାରୀଙ୍କଠାରୁ ବିସ୍ତୃତ ଭାବେ ଅବଗତ ହୋଇଛନ୍ତିା ପରିବହନ ସେବା କ୍ଷେତ୍ରରେ ଓଡ଼ିଶାର ବ୍ୟବସ୍ଥା ସେମାନଙ୍କୁ ଖୁବ୍ ପ୍ରଭାବିତ କରିଛିା ସେମାନେ ନିଜ ରାଜ୍ୟରେ ଏଭଳି କାର୍ଯ୍ୟକ୍ରମ ଲାଗୁ କରିବାକୁ ପ୍ରସ୍ତାବ ଦେବେ ବୋଲି ମତ ଦେଇଛନ୍ତିା
Imageପ୍ରତିନିଧି ମଣ୍ଡଳୀ ଯାଜପୁର ଜିଲ୍ଲା ଛତିଆସ୍ଥିତ ସରକାରୀ ଓ ଘରୋଇ ସହଭାଗିତାରେ ପ୍ରତିଷ୍ଠିତ ଭାରୀଯାନ ଚାଳନା ପ୍ରଶିକ୍ଷଣ କେନ୍ଦ୍ର ପରିଦର୍ଶନ କରିଥିଲୋ ଏଠାରେ ନିଃଶୁଳ୍କ ତାଲିମ ପ୍ରଦାନ କ୍ରମେ ଭାରୀଯାନ ଚାଳକଙ୍କ ଦକ୍ଷତା ବୃଦ୍ଧି କରି ସୁବାହକର ମାନ୍ୟତା ପ୍ରଦାନ କରାଯାଏା ଏହି କେନ୍ଦ୍ର କେବଳ ରାଜ୍ୟରେ ନୁହେଁ, ସାରା ଦେଶରେ ଏକ ମଡେଲ ଭାବରେ ପରିଚିତ ହୋଇଛିା ଏହାର କ୍ୟାମ୍ପସ, ପ୍ରଶିକ୍ଷଣ ପାଇଁ ଆଧୁନିକ ଉପକରଣ, ଶିକ୍ଷାର୍ଥୀଙ୍କ ଗାଡ଼ି ଚାଳନା ଦକ୍ଷତା ଓ ବ୍ୟକ୍ତିତ୍ୱ ବିକାଶ ପାଇଁ ବିଭିନ୍ନ ବ୍ୟବସ୍ଥା ଦେଖି ପ୍ରତିନିଧି ମଣ୍ଡଳୀ ଉଚ୍ଚ ପ୍ରଶଂସା କରିଥିଲୋ ଏହି ଅବସରରେ ପ୍ରତିଷ୍ଠାନର ପ୍ରଶିକ୍ଷକ ଓ ଶିକ୍ଷାର୍ଥୀଙ୍କ ସହ ଭାବ ବିନିମୟ କରି ପୂରା ବ୍ୟବସ୍ଥାକୁ ବୁଝିଥିଲୋ ପରେ ସେମାନେ ଚଣ୍ଡିଖୋଲସ୍ଥିତ ସ୍ୱୟଂକ୍ରିୟ ଯାନ ଚାଳନା ପରୀକ୍ଷଣ କେନ୍ଦ୍ର ପରିଦର୍ଶନ କରିଥିଲୋ ଏଠାରେ ମାନବୀୟ ହସ୍ତକ୍ଷେପକୁ ଏଡ଼ାଇ ଡ୍ରାଇଭିଂ ଲାଇସେନ୍ସ ପ୍ରସ୍ତୁତିରେ ସ୍ୱଚ୍ଛତା ଆଣିବାକୁ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ହେଉଛିା ପ୍ରତିନିଧିମଣ୍ଡଳୀଙ୍କ ସହ ଯୁଗ୍ମ ପରିବହନ କମିସନର ପ୍ରଦୀପ କୁମାର ମହାନ୍ତି, ଚଣ୍ଡିଖୋଲ ଆରଟିଓ ସମ୍ବିତ କୁମାର, ଏମଭିଆଇ ପଦ୍ମଜା ମହାନ୍ତି, ଛତିଆ ଆଇଡିଟିଆର୍ ପ୍ରିନ୍ସିପାଲ ସାଦ୍ଦିକ ହୁସେନ ପ୍ରମୁଖ ଉପସ୍ଥିତ ଥିଲୋ
Imageପ୍ରତିନିଧିମଣ୍ଡଳୀ ଭୁବନେଶ୍ୱରରେ ଥିବା ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ରକୁ ଆସି ରାଜ୍ୟରେ ସଫଳତାର ସହ କାର୍ଯ୍ୟକ୍ଷମ ହୋଇଥିବା ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ (ଆଇଏମଏସ) ଓ ଭେହିକିଲ୍ ଲୋକେସନ ଟ୍ରାକିଂ ଡିଭାଇସ୍ (ଭିଏଲଟିଡି) ସଂପର୍କରେ ବୁଝିଥିଲୋ ଏ ସଂକ୍ରାନ୍ତରେ ସେମାନଙ୍କୁ ବିସ୍ତୃତ ରିପୋର୍ଟ ପ୍ରଦାନ କରାଯାଇଥିଲାା ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ପରିବହନ କମିସନର ଦୀପ୍ତିରଂଜନ ପାତ୍ର ପରିଚାଳନା କରିଥିଲୋ
Imageରାଜ୍ୟ ପରିବହନ କମିସନର ଅମିତାଭ ଠାକୁରଙ୍କ ଉପସ୍ଥିତିରେ ଉଭୟ ରାଜ୍ୟର ବରିଷ୍ଠ ପ୍ରତିନିଧିମାନଙ୍କ ସହ ଆରଟିଓ-୧, ଭୁବନେଶ୍ୱର କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲାା ଉଭୟ ରାଜ୍ୟର ପ୍ରତିନିଧି ଆମ ରାଜ୍ୟରେ ପରିବହନ ସେବା ସଂପର୍କରେ ସେମାନଙ୍କ ମତ ରଖିଥିଲୋ ସଡ଼କ ଦୁର୍ଘଟଣା ହ୍ରାସ କରିବାକୁ ଓଡ଼ିଶା ସରକାରଙ୍କ ଦୂରଦୃଷ୍ଟିସଂପନ୍ନ ପଦକ୍ଷେପଗୁଡ଼ିକୁ ସେମାନେ ଉଚ୍ଚପ୍ରଶଂସା କରିଛନ୍ତିା ନିଜ ରାଜ୍ୟରେ ଏଭଳି ବ୍ୟବସ୍ଥା ଲାଗୁ କରିବା ପାଇଁ ସେମାନେ ପ୍ରସ୍ତାବ ଦେବେ ବୋଲି କହିଛନ୍ତିା ନିଜ ନିଜ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କେତେକ ସଫଳ ପ୍ରୟାସ ସଂପର୍କରେ ସେମାନେ ମଧ୍ୟ ଉଲ୍ଲେଖ କରିଥିଲୋ

0
0
0
s2sdefault