ହେଡଲାଇନସ୍:

ଜୁଲାଇ ୨୯ରେ ବି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ସମ୍ପ୍ରତି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଚାଲୁ ରହିଥିବାରୁ ଗତ ୨୨ ତାରିଖ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ ବାତିଲ ହୋଇଥିବା ବେଳେ ଅନୁରୂପ କାରଣ ପାଇଁ ଆସନ୍ତା ଜୁଲାଇ ୨୯ ତାରିଖ ସୋମବାର ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ବନ୍ଦ ରହିବ । ଏ ସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ଜନସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ ସବୁ ସୋମବାର ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ଗୁହାରି ଅଭଯୋଗ ଶୁଣିବେ ବୋଲି ଘୋଷଣା କରିଥିଲେ | ଜୁଲାଇ ଏକ ତାରିଖ ସୋମବାର ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ଏହି ଶୁଣାଣି ୮ ତାରିଖ(ସୋମବାର)ରେ ରଥଯାତ୍ରା ବ୍ୟସ୍ତତା ପାଇଁ ବନ୍ଦ ରହିଥିବା ବେଲେ ୧୫ ତାରିଖ ସୋମବାର ଅଭିଯୋଗ ଶୁଣାଣି କରିଥିଲେ ମୁଖ୍ୟମନ୍ତ୍ରୀ | ତାପରେ ବିଧାନସଭା ପାଇଁ ୨୨ ତାରିଖ ସୋମବାର ବିଧାନସଭା ଅଧିବେଶନ ପାଇଁ ବନ୍ଦ ରହିଥିବା ବେଲେ ଏ ମାସର ଶେଷ ସୋମବାର ୨୯ ତାରିଖରେ ଧାର୍ଯ୍ୟ ଅଭିଯୋଗ ବା ଜନଶୁଣାଣି ବାତିଲ ହୋଇଛି |

 

 

0
0
0
s2sdefault