ହେଡଲାଇନସ୍:

*ଓଡିଶା ସାହିତ୍ୟ ଏକାଡେମୀ ର ୬୭ ତମ ସ୍ଵ ନକ୍ଷତ୍ର ଦିବସ ରେ ଜଗତସିଂହପୁର ଜିଲ୍ଲା ର କୃତିତ୍ଵ *

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଜଗତସିଂହପୁର, ତା ୨୫.୦୭.୨୪ ସୁମନ୍ତ କୁମାର ଦାସ:  ଓଡ଼ିଶା ସାହିତ୍ୟ ଏକାଡ଼େମୀ ର ୬୭ ତମ ସ୍ଵ ନକ୍ଷତ୍ର ଦିବସ ଭୁବନେଶ୍ବର ର ଭଞ୍ଜକଳା ମଣ୍ଡପ ଠାରେ ପାଳିତ ହୋଇଯାଇଛି। ଏହି ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ରାଜ୍ୟ ସ୍ତରୀୟ ସାହିତ୍ୟ ସମ୍ପର୍କିତ ପ୍ରତିଯୋଗିତାରେ ଜଗତସିଂହପୁର ଜିଲ୍ଲା ର ୩ ଜଣ ଛାତ୍ରଛାତ୍ରୀ ମାନ୍ୟବର ମନ୍ତ୍ରୀ, ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର ଏବଂ ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାର, ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଙ୍କ ଦ୍ଵାରା ପୁରସ୍କୃତ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।ସେମାନେ ହେଲେ,କନିଷ୍ଠ ବର୍ଗ ପ୍ରବନ୍ଧ ପ୍ରତିଯୋଗିତା ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କୋରକରା ରଘୁନାଥପୁର ର ୭ମ ଶ୍ରେଣୀ ଛାତ୍ରୀ ଇଶାଶ୍ରୀ ସେନାପତି ଦ୍ବିତୀୟ, ବରିଷ୍ଠ ବର୍ଗ କବିତା ଆବୃତ୍ତି ରେ କେନ୍ଦ୍ରୀୟ ବିଦ୍ୟାଳୟ ଜଗତସିଂହପୁର ର ନବମ ଶ୍ରେଣୀ ଛାତ୍ରୀ ଦୀପଶିଖା ମିଶ୍ର ଦ୍ବିତୀୟ ଏବଂ ବରିଷ୍ଠ ବର୍ଗ ବକ୍ତୃତା ପ୍ରତିଯୋଗିତାରେ ଗୋପବନ୍ଧୁ ସ୍ମାରକୀ ଉଚ୍ଚ ବିଦ୍ୟାଳୟ, ତିରୁଣା,ନାଉଗାଁ ର
ଦଶମ ଶ୍ରେଣୀ ଛାତ୍ରୀ ଅନୁଷ୍କା ସାଇଁ,ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପ୍ରକାଶ ଥାଉକି,ଗତ ଜୁଲାଇ ୫ ତାରିଖ ଦିନ ଜିଲ୍ଲା ର ଶ୍ରୀ କୃଷ୍ଣ ଏକାଡେମୀ ଠାରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ କନିଷ୍ଠ ବର୍ଗ ୧୪.୦୭.୨୪ ଓ ବରିଷ୍ଠ ବର୍ଗ ୧୭.୦୭.୨୪ ଦିନ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଠାରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ।

0
0
0
s2sdefault