ହେଡଲାଇନସ୍:

ବିଧାନସଭାରେ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ୍ ଆଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଓଡ଼ିଶାରେ ବିଜେପି ସରକାରଙ୍କ ପ୍ରଥମ ସାଧାରଣ ଆଜି ବିଧାନସଭାରେ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ବଜେଟ୍ ର ପରିମାଣ ହେଉଛି । ଏ ଆର୍ଥିକ ବର୍ଷ ପାଇଁ ଆର୍ଥିକ ବ୍ୟ ବରାଦ ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ୧୫% ଅଧିକ । "ସମୃଦ୍ଧ ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କର ସାମଗ୍ରିକ ବିକାଶ ପାଇଁ ଆଜି ଗଣତନ୍ତ୍ରର ପବିତ୍ର ଗୃହରେ ବଜେଟ ଉପସ୍ଥାପନ କଲି। ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଙ୍କ ନେତୃତ୍ଵରେ ସମାଜର ସବୁ ବର୍ଗର ବିକାଶ କରିବା ଆମର ମୂଳ ଲକ୍ଷ୍ୟ। ଏହାକୁ ଗୁରୁତ୍ଵ ଦେଇ ରାଜ୍ୟ ବଜେଟ ପ୍ରସ୍ତୁତ କରାଯାଇଛି।  ଓଡ଼ିଆ ଅସ୍ମିତା, ନିଯୁକ୍ତି ସୁଯୋଗ, ସ୍ୱାସ୍ଥ୍ୟ ସେବା, କୃଷକଙ୍କ ବିକାଶ, ଶିଳ୍ପ ପ୍ରତିଷ୍ଠା, ପର୍ଯ୍ୟଟନର ବିକାଶ, ବିପର୍ଯ୍ୟୟ ପରିଚାଳନା ଭଳି ବିଷୟକୁ ଯଥେଷ୍ଟ ଗୁରୁତ୍ଵ ଦିଆଯାଇଛି। ବିକଶିତ ଓଡ଼ିଶା ନିର୍ମାଣ ପାଇଁ ଚଳିତ ବର୍ଷ ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ବ୍ୟୟବରାଦ କରାଯାଇଛି, ଯାହାକି ଗତବର୍ଷ ତୁଳନାରେ ୧୫% ଅଧିକ।  ବିକଶିତ ଓଡ଼ିଶା ନିର୍ମାଣ ପାଇଁ ଆମ ସରକାର, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଓଡ଼ିଶାବାସୀଙ୍କ ସହଯୋଗରେ କାର୍ଯ୍ୟ କରୁଛି। ଏହି ଲୋକାଭୀମୁଖୀ ବଜେଟ ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ମହିଳା ସଶକ୍ତିକରଣ, ରୋଜଗାର ସୃଷ୍ଟି ସହ 'ବିକଶିତ ଓଡ଼ିଶା' ନିର୍ମାଣରେ ବିଶେଷ ସହାୟକ ହେବ।" ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି | 

-ରାଜ୍ୟ ଉପରେ ୠଣବୋଝ ୯୬୩୧୦ କୋଟି ଟଙ୍କା
-ରାଜ୍ୟବାସୀଙ୍କ ମୁଣ୍ଡପିଛା ଋଣ ୨୬୦୪୯ଟଙ୍କା
ବିକଶିତ ଓଡ଼ିଶା ନିମନ୍ତେ ୨.୬୫ଲକ୍ଷ କୋଟି ଟଙ୍କାର ବଜେଟ ଆଜି ବିଧାନସଭାରେ ଉପସ୍ଥାପନ
-ରାଜ୍ୟ ସରକାରଙ୍କ ବଜେଟ୍ ପୁସ୍ତିକା ଅନୁସାରେ, ୨୦୨୪ ମାର୍ଚ୍ଚ ୩୧ତାରିଖ ଶେଷ ସୁଦ୍ଧା ରାଜ୍ୟ ଉପରେ ମୋଟ ଋଣବୋଝ ୯୬୩୧୦.୪୫କୋଟି ଟଙ୍କା ରହିଛି
-ରାଜ୍ୟର ହାରାହାରି ୪.୬୪କୋଟି ଲୋକଙ୍କ ଉପରେ ମୁଣ୍ଡପିଛା ୨୬୦୪୯ ଟଙ୍କା ଋଣ ରହିଥିବା ଜଣାପଡ଼ିଛି
-ଜାତୀୟସ୍ତରରେ ପ୍ରତ୍ୟେକ ଭାରତୀୟଙ୍କ ମୁଣ୍ଡପିଛା ଋଣବୋଝ ପରିମାଣ ୫୯୭୦୭ ଟଙ୍କା ରହିଛି
-ରାଜ୍ୟ ଉପରେ ଥିବା ମୋଟ୍ ଋଣରେ ୨୧୮୦୮କୋଟି ଟଙ୍କା ଭାରତ ସରକାରଙ୍କଠୁ, ୧୬୪୦୧.୩୨କୋଟି ଟଙ୍କା ଖୋଲା ବଜାରରୁ ଓ କାମ୍ପା-ଓଏମପିଏଡିସି ପାଣ୍ଠିରୁ ୧୦୫୨୪.୯୨ କୋଟି ଟଙ୍କା ଋଣ ଆଣିଥିବା ଜଣାପଡ଼ିଛି।
-ବଜେଟରେ ରାଜସ୍ୱ ବଳକା ଜିଏସଡିପିର ୨.୯୬% ଥିବା ଆକଳନ କରାଯାଇଛି । କିନ୍ତୁ ବିତ୍ତୀୟ ନିଅଂଟ ପରିମାଣ ଜିଏସଡିପିର ୩.୫% ରହିବ।
-ଆଗାମୀ ୫ବର୍ଷ ମଧ୍ୟରେ ରାଜ୍ୟରେ ୭୫ହଜାର କିମି ରାସ୍ତା ନିର୍ମାଣର ଲକ୍ଷ୍ୟ ରଖାଯିବା ସହ ୨୦୨୯ ମସିହା ସୁଦ୍ଧା ‘ଉତ୍କର୍ଷ ଉତ୍କଳ’ ମାଧ୍ୟମରେ ଓଡ଼ିଶାକୁ ଅଢ଼େଇ ଲକ୍ଷ କୋଟି ଟଙ୍କାର ଘରୋଇ ପୁଞ୍ଜିନିବେଶ ଓ ୨ବିଲିୟନ ଡଲାର ବିଦେଶୀ ପୁଞ୍ଜିକୁ ଆକୃଷ୍ଟ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି।
-ଏହାସହିତ ବିଜେଡି ସରକାରଙ୍କ ‘ଇନଭେଷ୍ଟ ଓଡ଼ିଶା’ର ନାଁକୁ ବଦଳାଇ ‘ଉତ୍କର୍ଷ ଉତ୍କଳ’ ରଖିବାକୁ ମୋହନ ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି
-ବଦଳିଗଲା ବିଏସକେୱାଇ ନାଁ
-ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ହେବ କାର୍ଯ୍ୟକାରୀ
-ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ପାଇଁ ୨୪୬୨ କୋଟି ଟଙ୍କା
-ସମୃଦ୍ଧ କୃଷକ ଯୋଜନାରେ ୫ ହଜାର କୋଟି ଟଙ୍କାର ବ୍ୟୟବରାଦ
-ବଢ଼ିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ
-କୁଇଣ୍ଟାଲ ପିଛା ୩ ହଜାର ୧୦୦ ଟଙ୍କା ପାଇବେ ଚାଷୀ
-କୁଇଣ୍ଟାଲ ପିଛା ୮୦୦ ଟଙ୍କାର ବ୍ୟବସ୍ଥା କଲେ ରାଜ୍ୟ ସରକାର
-ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ପାଇଁ ୧ ହଜାର କୋଟିର ବ୍ୟୟବରାଦ
-ସହରାଞ୍ଚଳରେ ପାନୀୟ ଜଳ ସୁବିଧା ପାଇଁ ୩୫୭ କୋଟିର ବ୍ୟୟବରାଦ
-ନୂଆ ସହର ବିକାଶ ପାଇଁ ୯୧୮ କୋଟି ଟଙ୍କାର ବ୍ୟୟବରାଦ
-ମମତା ଏବଂ PMMVY ପାଇଁ ୫୨୧ କୋଟି
-ମିଶନ ଶକ୍ତି କାର୍ଯ୍ୟକ୍ରମ ପାଇଁ ୧୧ଶହ ୭୯ କୋଟି
-ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ ୧ ହଜାର କୋଟି
-ପର୍ଯ୍ୟଟନର ବିକାଶ ପାଇଁ ୮୦୦କୋଟି
-ପର୍ଯ୍ୟଟନସ୍ଥଳୀର ବିକାଶ ଓ ପରିଚାଳନ ପାଇଁ ୪୪୫ କୋଟି
-ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ପାଇଁ ୨୦ କୋଟି
-ରାଜ୍ୟରେ ଲାଗୁ ହେବ ସମଗ୍ର ଶିକ୍ଷା ଯୋଜନା
-ସମଗ୍ର ଶିକ୍ଷା ଯୋଜନା ପାଇଁ ୩ ହଜାର ୭୯୧ କୋଟି
-ସଡ଼କ ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ୬ ହଜାର ୧୮୦ କୋଟି
-ସେତୁବନ୍ଧନ ଯୋଜନା ପାଇଁ ୧୯୯୦ କୋଟି
-ଗ୍ରାମାଞ୍ଚଳରେ ରାସ୍ତା ନିର୍ମାଣ ପାଇଁ ୨ହଜାର ୩୧୯ କୋଟି
-ରାଜ୍ୟରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ୮୩୯ କୋଟି

ବଜେଟ୍ ରେ ନୂଆ ପଦକ୍ଷେପ

-ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ କର୍ପସ୍ ପାଣ୍ଠି ବାବଦରେ ୫୦୦ କୋଟି
-ଘଟଗାଁସ୍ଥିତ ମା ତାରିଣୀ ମନ୍ଦିରର ଉନ୍ନତି ପାଇଁ ୫୦ କୋଟି
– ସୁଭଦ୍ରା ଯୋଜନା ପାଇଁ ୧୦ ହଜାର କୋଟି
-ସମୃଦ୍ଧ କୃଷକ ଯୋଜନା ପାଇଁ ୫ ହଜାର କୋଟି(ଏହା ଅଧୀନରେ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ଦରରେ ଧାନ କିଣାଯିବ)
-ଓଡ଼ିଆ ଅସ୍ମିତାର ପ୍ରଚାର ଓ ପ୍ରସାର ପାଇଁ ୨୦୦ କୋଟି ଟଙ୍କାର କର୍ପସ୍ ଫଣ୍ଡ
-ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା ପାଇଁ ୧୫୬ କୋଟି
-ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୫୦ କୋଟି
-ଦିନ ଦୟାଲ କର୍ମଚାରୀ ନିବାସ ଯୋଜନା ପାଇଁ ୫୦ କୋଟି
-ରୁଫ୍ ଟପ୍ ସୋଲାର ପ୍ରୋଜେକ୍ଟ(ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର) ପାଇଁ ୧୦୦ କୋଟି
-କର୍କଟ ରୋଗୀଙ୍କ ସହାୟକମାନଙ୍କ ରହିବା ପାଇଁ ଧର୍ମଶାଳା ତଥା ଅତିଥି ଗୃହ ନିର୍ମାଣ ପାଇଁ ୧୮ କୋଟି
-ମେଡିକାଲ କଲେଜ ଏବଂ ହସ୍ପିଟାଲଗୁଡ଼ିକ ନିମନ୍ତେ କର୍ପସ ପାଣ୍ଠି ବାବଦରେ ୨୦୦ କୋଟି
-ଶିଶୁ କର୍କଟ ସୁବିଧା ପ୍ରତିଷ୍ଠା ପାଇଁ ୨୫ କୋଟି
-ଗ୍ରାମ ପଞ୍ଚାୟତସ୍ତରରେ ସୌର ଶକ୍ତି ଭିତ୍ତିକ ଷ୍ଟ୍ରିଟ୍ ଲାଇଟ୍ ପାଇଁ ୧୦ କୋଟି
-ମହାନଦୀ ସମ୍ମୁଖ ଉନ୍ନୟନ ପ୍ରକଳ୍ପ ପାଇଁ ୫୦ କୋଟି
-ଐତିହ୍ୟ ସ୍କୁଲର ବିକାଶ ଯୋଜନା ପାଇଁ ୧ କୋଟି
-ଓଡ଼ିଶା ବଳଭଦ୍ର ଜୈବିକ ଚାଷ ମିଶନ ନିମନ୍ତେ ୧.୫ କୋଟି
-ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର କାର୍ଯ୍ୟକାରିତା ପାଇଁ ୫୦୦ କୋଟି
-ପ୍ରଧାନମନ୍ତ୍ରୀ ମାତୃ ବନ୍ଦନାଯୋଜନାର କାର୍ଯ୍ୟକାରିତା ପାଇଁ ୯୨ କୋଟି
-ପ୍ରଧାନମନ୍ତ୍ରୀ ସ୍କୁଲ ଫର ରାଇଜିଂ ଇଣ୍ଡିଆ କାର୍ଯ୍ୟକାରିତା ପାଇଁ ୨୫ କୋଟି

0
0
0
s2sdefault