ହେଡଲାଇନସ୍:

୨୦୨୪-୨୫ ବର୍ଷ ପାଇଁ ₹୨.୬୫ ଲକ୍ଷ କୋଟିର ଓଡ଼ିଶା ବଜେଟକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିକଶିତ ଓ ପ୍ରଗତିଶୀଳ ଓଡ଼ିଶା ଗଠନ ପାଇଁ କଲ୍ୟାଣକାରୀ ବଜେଟ୍ - ଧର୍ମେନ୍ଦ୍ର ପ୍ରଧାନ

• ବଜେଟରେ ଓଡ଼ିଆ ଅସ୍ମିତା ସହ ସବୁ କ୍ଷେତ୍ରକୁ ପ୍ରାଥମିକତା ଦେଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ
• କେନ୍ଦ୍ରମନ୍ତ୍ରୀଙ୍କ ଅନୁରୋଧକୁ ରାଜ୍ୟ ବଜେଟରେ ଗୁରୁତ୍ୱ, 'ରିଭରଫ୍ରଣ୍ଟ୍ ଡେଭଲପମେଣ୍ଟ ପ୍ରୋଜେକ୍ଟ'ରେ ସମ୍ୱଲପୁର ଓ କଟକର ମହାନଦୀ କୂଳର ବିକାଶ ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ
• ବଜେଟ୍ ଅର୍ଥ ଓଡ଼ିଶାବାସୀଙ୍କ ସ୍ୱାର୍ଥ, ଆଶା ଏବଂ ଆକାଂକ୍ଷାକୁ ପୂରଣ କରିବ
• ଶିକ୍ଷା କ୍ଷେତ୍ର ଲାଗି ୩୫ ହଜାର ୫୩୬ କୋଟି ଟଙ୍କା, ପିଏମ ଶ୍ରୀ ଯୋଜନାର କ୍ରିୟାନ୍ୱୟନ, ସ୍କୁଲ ଡ୍ରପ ଆଉଟ ହାରକୁ ରୋକିବା ପାଇଁ ‘ମାଧୋ ସିଂହ ହାତ ଖର୍ଚ୍ଚ’ ଯୋଜନାର ଘୋଷଣାକୁ ପ୍ରଶଂସା
• କୃଷି କ୍ଷେତ୍ରର ବିକାଶ ପାଇଁ ୩୩,୯୧୯ କୋଟି, ଧାନର ଏମଏସପି ୩୧୦୦ ଟଙ୍କାକୁ ବୃଦ୍ଧି ସହ ‘ସମୃଦ୍ଧ କୃଷକ ଯୋଜନା’ ଚାଷ ଓ ଚାଷୀଙ୍କ ମେରୁଦଣ୍ଡକୁ ସଶକ୍ତ କରିବ
• ପାନୀୟ ଜଳ ଯୋଗାଣ ନିମନ୍ତେ ୮ ହଜାର କୋଟି ଟଙ୍କା ରାଜ୍ୟରେ ଜଳ ସମସ୍ୟାକୁ ଦୂର କରିବ
• ସ୍ୱାସ୍ଥ୍ୟସେବା ପାଇଁ ୨୧,୨୦୦ କୋଟି ଓ ଆୟୁଷ୍ମାନ ଭାରତ ଯୋଜନା ପାଇଁ ୫୦୦ କୋଟି ବ୍ୟୟବରାଦକୁ ମଧ୍ୟ କଲେ ପ୍ରଶଂସା
• ନାରୀ ସଶକ୍ତିକରଣ ଦିଗରେ ସୁଭଦ୍ରା ଯୋଜନା ପାଇଁ ୧୦ ହଜାର କୋଟି, ୨୫ ଲକ୍ଷ ‘ଲକ୍ଷପତି ଦିଦି’, ଜନଜାତି ଏବଂ ଯୁବବର୍ଗଙ୍କ ପାଇଁ ହୋଇଥିବା ଯୋଜନା ଏହି ବର୍ଗର ଲୋକଙ୍କୁ ସଶକ୍ତ କରିବ
• ଓଡ଼ିଆ ଅସ୍ମିତାର ପ୍ରଚାର ପ୍ରସାର ପାଇଁ ୨୦୦ କୋଟି ଓ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ପ୍ରସ୍ତାବକୁ ସ୍ୱାଗତ

ଭୁବନେଶ୍ୱର, ଜୁଲାଇ ୨୫ – ଓଡ଼ିଶାରେ ବିଜେପି ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ତଥା ୨୦୨୪ - ୨୫ ଆର୍ଥିକ ବର୍ଷ ପାଇଁ ବିକଶିତ ଓଡ଼ିଶା ଗଠନ ଦିଗରେ ୨ ଲକ୍ଷ ୬୫ ହଜାର ୦୦୦ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିକଶିତ ଓ ପ୍ରଗତିଶୀଳ ଓଡ଼ିଶା ଗଠନ ପାଇଁ ଏହାକୁ ଏକ କଲ୍ୟାଣକାରୀ ବଜେଟ୍ ଭାବରେ ସମ୍ବୋଧନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଓଡ଼ିଶା ପାଇଁ ପ୍ରାୟ ୧୫ ପ୍ରତିଶତ ଅଧିକ ବଜେଟ୍ ଆଗତ ହୋଇଥିବା ବେଳେ ଏହି ଅର୍ଥ ଓଡ଼ିଶାବାସୀଙ୍କ ସ୍ୱାର୍ଥ, ଆଶା ଏବଂ ଆକାଂକ୍ଷାକୁ ପୂରଣ କରିବ । ବିକଶିତ ଓ ପ୍ରଗତିଶୀଳ ଓଡ଼ିଶା ଗଠନ ଦିଗରେ ବେଶ୍ ସହାୟକ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ‘ସବକା ସାଥ୍ – ସବକା ବିକାଶ’ ମନ୍ତ୍ରରେ ସବୁ ବର୍ଗ ବିଶେଷ ଭାବରେ ଗରିବ, ଚାଷୀ, ଯୁବ, ମହିଳା, ପଛୁଆ ବର୍ଗ, ଜନଜାତି ବର୍ଗର ଉନ୍ନତିକୁ ଧ୍ୟାନରେ ରଖି ବଜେଟ୍ ଆଗତ କରାଯିବା ସହ ଓଡ଼ିଆ ଅସ୍ମିତାକୁ ପ୍ରଧାନ୍ୟ ଦିଆଯାଇଛି ।

ରାଜ୍ୟରେ କୃଷି କ୍ଷେତ୍ରର ବିକାଶ ପାଇଁ ୩୩,୯୧୯ କୋଟି, ଧାନର ଏମଏସପି ୩୧୦୦ ଟଙ୍କାକୁ ବୃଦ୍ଧି ସହ ‘ସମୃଦ୍ଧ କୃଷକ ଯୋଜନା’ ଚାଷ ଓ ଚାଷୀଙ୍କ ମେରୁଦଣ୍ଡକୁ ସଶକ୍ତ କରିବ । ପାନୀୟ ଜଳ ଯୋଗାଣ ନିମନ୍ତେ ୮ ହଜାର କୋଟି ଟଙ୍କା ରାଜ୍ୟରେ ଜଳ ସମସ୍ୟାକୁ ଦୂର କରିବ । ସ୍ୱାସ୍ଥ୍ୟସେବା କ୍ଷେତ୍ରର ବିକାଶ ପାଇଁ ୨୧,୨୦୦ କୋଟି, ଆୟୁଷ୍ମାନ ଭାରତ ଯୋଜନା ପାଇଁ ୫୦୦ କୋଟି ବ୍ୟୟବରାଦ ହୋଇଛି । ଶିକ୍ଷା କ୍ଷେତ୍ର ଲାଗି ୩୫ ହଜାର ୫୩୬ କୋଟି ଟଙ୍କା, ପିଏମ ଶ୍ରୀ ଯୋଜନାର କ୍ରିୟାନ୍ୱୟନ, ସ୍କୁଲ ଡ୍ରପ ଆଉଟ ହାରକୁ ରୋକିବା ପାଇଁ ‘ମାଧୋ ସିଂହ ହାତ ଖର୍ଚ୍ଚ’ ଯୋଜନାର କାର୍ଯ୍ୟକାରୀ ହେବା ପ୍ରଶଂସନୀୟ । ସେହିପରି ନାରୀ ସଶକ୍ତିକରଣ ଦିଗରେ ସୁଭଦ୍ରା ଯୋଜନା ପାଇଁ ୧୦ ହଜାର କୋଟି ବ୍ୟୟବରାଦ ସହ ରାଜ୍ୟରେ ୨୫ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି କରାଯିବାର ଲକ୍ଷ୍ୟ ରହିଛି । ସାମାଜିକ ସୁରକ୍ଷା ଭତ୍ତା ୩,୫୦୦ ଟଙ୍କା ବୃଦ୍ଧି, ଜନଜାତିଙ୍କ ବିକାଶ ପାଇଁ ୬୩,୪୫୭ କୋଟି, କ୍ରୀଡା ଓ ଯୁବ ସେବା ପାଇଁ ୧୩୧୫ କୋଟି ଟଙ୍କା ଏବଂ ଭିତ୍ତିଭୂମି ବିକାଶ ପାଇଁ ୫୮ ହଜାର ୧୯୫ କୋଟି ଟଙ୍କା ପ୍ରସ୍ତାବ ସ୍ୱାଗତଯୋଗ୍ୟ ।
ଏହାବ୍ୟତିତ ଓଡ଼ିଶାକୁ ପର୍ଯ୍ୟଟନର ପେଣ୍ଠସ୍ଥଳୀ କରିବା ପାଇଁ ମୋଦୀ ସରକାର ଗୁରୁତ୍ୱ ଦେଉଥିବା ବେଳେ ମୋର ଅନୁରୋଧକୁ ରକ୍ଷା କରି 'ରିଭରଫ୍ରଣ୍ଟ୍ ଡେଭଲପମେଣ୍ଟ ପ୍ରୋଜେକ୍ଟ' ଯୋଜନାରେ ସମ୍ୱଲପୁର ଓ କଟକର ମହାନଦୀ କୂଳବର୍ତ୍ତୀ ଅଞ୍ଚଳକୁ ଗୁଜୁରାଟର ସାବରମତୀ ଭଳି ବିଶ୍ୱସ୍ତରୀୟ ରିଭର ଫ୍ରଣ୍ଟ ପ୍ରକଳ୍ପରେ ପରିଣତ କରିବା ପାଇଁ ୫୦ କୋଟି ଟଙ୍କା ବଜେଟରେ ବ୍ୟୟବରାଦ କରାଯାଇଛି । ଏହା ଦ୍ୱାରା ସମ୍ବଲପୁର ସାଂସ୍କୃତିକ ଓ ଅର୍ଥନୈତିକ କାର୍ୟ୍ୟଟର କେନ୍ଦ୍ରବିନ୍ଦୁ ହୋଇପାରିବ । ଉଲ୍ଲେଖନୀୟ ଯେ, ନିକଟରେ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ପତ୍ର ଲେଖି ସାବରମତୀ, କାଶୀ ଓ ବାରାଣାସୀ ଭଳି ସମ୍ବଲପୁରର ପୁରୁଣା ଅଯୋଧ୍ୟା ସରୋବରକୁ 'ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରୋଜେକ୍ଟ' ଅଧୀନରେ ବିକଶିତ କରିବା ପାଇଁ ପତ୍ର ଲେଖିଥିଲେ ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ବିଜେପି ସର୍ବଦା ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦେଇ ଆସିଛି । ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ ଓଡ଼ିଶା ବଜେଟରେ ଓଡ଼ିଆ ଅସ୍ମିତାର ପ୍ରଚାର ପ୍ରସାର ପାଇଁ ୨୦୦ କୋଟି ଟଙ୍କାର କର୍ପସ ପାଣ୍ଠି ବ୍ୟୟବରାଦ ହୋଇଛି । ଓଡ଼ିଆ ଅସ୍ମିତା ଭବନ ନିର୍ମାଣ, ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ, ଓଡ଼ିଆ ଅନୁବାଦ ଏକାଡେମୀ ପ୍ରତିଷ୍ଠା, ଜିଲ୍ଲାସ୍ତରୀୟ ଇ-ପାଠାଗାର ପ୍ରତିଷ୍ଠାନ ଆଦି ପାଇଁ ଏହି ଅର୍ଥ ଉପଯୋଗ କରାଯିବା ପ୍ରଶଂସନୀୟ । ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ପ୍ରସ୍ତାବ ରଖିଥିବାରୁ ମୋହନ ମାଝୀଙ୍କ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି ।

0
0
0
s2sdefault