ହେଡଲାଇନସ୍:

ଖୁବ ଶୀଘ୍ର କୋଷ୍ଟାଲ ହାଇଓ୍ୱେ ଏବଂ କ୍ୟାପିଟାଲ ରିଜିୟନ୍ ରିଙ୍ଗ୍ ରୋଡ୍ କାମ ଆରମ୍ଭ - ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

• ଦୁଇଟି ପ୍ରସ୍ତାବିତ ପ୍ରକଳ୍ପକୁ ତ୍ୱରାନ୍ୱିତ କରିଥିବାରୁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀଙ୍କୁ ଧନ୍ୟବାଦ
• ମୋଦୀ ସରକାରରେ ସଡ଼କପଥ କ୍ଷେତ୍ରରେ ଓଡ଼ିଶାରେ ହେବ ନୂଆ ସୂର୍ଯ୍ୟୋଦୟ
• ପ୍ରାୟ ୨୩, ୮୮୨ କୋଟି ଟଙ୍କା ବ୍ୟୟରେ ୪୧୩ କିମି ଲମ୍ବ ଚାରି ଲେନ୍ ବିଶିଷ୍ଟ ‘କୋଷ୍ଟାଲ ହାଇଓ୍ୱେ’ ତିନୋଟି ସେକ୍ସନରେ ନିର୍ମାଣ ହେବ
• ରାମେଶ୍ୱରରୁ ରତନପୁର, ରତନପୁରରୁ ଦୀଘା ଏବଂ ଜାମୁଝାଡିରୁ ଧାମରା ପର୍ଯ୍ୟନ୍ତ ନିର୍ମାଣ ହେବ ଉପକୂଳ ରାଜପଥ
• ୬,୦୯୨ କୋଟି ଟଙ୍କା ବ୍ୟୟରେ ୧୧୧ କିମି ବିଶିଷ୍ଟ କ୍ୟାପିଟାଲ ରିଜିୟନ୍ ରିଙ୍ଗ୍ ରୋଡ୍ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଆଗକୁ ବଢିଛି
• ଖୋର୍ଦ୍ଧା, ଭୁବନେଶ୍ୱର ଏବଂ କଟକକୁ ସଂଯୋଗ କରୁଥିବା ପ୍ରସ୍ତାବିତ ୬ ଲେନ୍ ବିଶିଷ୍ଟ ରିଙ୍ଗ୍ ରୋଡ୍ ପ୍ରକଳ୍ପ ଓଡ଼ିଶାର ଯୋଗାଯୋଗ କ୍ଷେତ୍ରରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ
• ସଶକ୍ତ, ସମୃଦ୍ଧ ଏବଂ ବିକଶିତ ଓଡ଼ିଶା ପାଇଁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ

ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁଲାଇ ୨୪– ଓଡ଼ିଶାରେ ‘କୋଷ୍ଟାଲ ହାଇଓ୍ୱେ’ ଏବଂ କ୍ୟାପିଟାଲ ରିଜିୟନ୍ ରିଙ୍ଗ୍ ରୋଡ୍ ପ୍ରମୁଖ ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଏ ସମ୍ପର୍କରେ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାରେ ୨୩, ୮୮୨ କୋଟି ଟଙ୍କା ବ୍ୟୟରେ ୪୧୩ କିମି ଲମ୍ବ ଚାରି ଲେନ୍ ବିଶିଷ୍ଟ ‘କୋଷ୍ଟାଲ ହାଇଓ୍ୱେ’ ନିର୍ମାଣ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ଭାରତମାଳା ପରିଯୋଜନାରେ ଏହି ପ୍ରସ୍ତାବିତ ରାଜପଥ ତିନୋଟି ସେକ୍ସନରେ ରାମେଶ୍ୱରରୁ ରତନପୁର, ରତନପୁରରୁ ଦୀଘା ଏବଂ ଜାମୁଝାଡିରୁ ଧାମରା ପର୍ଯ୍ୟନ୍ତ ନିର୍ମାଣ ହେବ । ଏଥିପାଇଁ ଡିପିଆର୍ ସହ ଆନୁଷଙ୍ଗିକ ମଞ୍ଜୁରୀ ପ୍ରାୟ ସମ୍ପୂର୍ଣ୍ଣ ହେବା ସ୍ଥିତିରେ ଅଛି । ଖୁବ ଶୀଘ୍ର କୋଷ୍ଟାଲ ହାଇଓ୍ୱେ ନିର୍ମାଣ କାମ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂର୍ବୋଦୟ କଳ୍ପନା ସାକାର କରିବା ଦିଗରେ ଉପକୂଳ ରାଜପଥ ଓଡ଼ିଶା ସମେତ ପୂର୍ବ ଭାରତର ସାମାଜିକ ଓ ଆର୍ଥିକ ବିକାଶ ଦିଗରେ ଗେମ୍ ଚେଞ୍ଜର ହେବ । ସଡ଼କପଥ କ୍ଷେତ୍ରରେ ଓଡ଼ିଶାରେ ନୂଆ ସୂର୍ଯ୍ୟୋଦୟ ହେବ ।

ସେହିପରି କ୍ୟାପିଟାଲ ରିଜିୟନ୍ ରିଙ୍ଗ୍ ରୋଡ୍ ପ୍ରକଳ୍ପ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ମୋଦୀ ସରକାରରେ ସଡ଼କପଥ ଭିତ୍ତିଭୂମି ଓ ଗମନାଗମନକୁ ବିଶେଷ ଗୁରୁତ୍ୱ ଦିଆଯାଉଛି । ଭାରତମାଳା ପରିଯୋଜନାରେ ଓଡ଼ିଶାରେ ୬,୦୯୨ କୋଟି ଟଙ୍କା ବ୍ୟୟରେ ୧୧୧ କିମି ବିଶିଷ୍ଟ କ୍ୟାପିଟାଲ ରିଜିୟନ୍ ରିଙ୍ଗ୍ ରୋଡ୍ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଆଗକୁ ବଢିଛି । ଖୋର୍ଦ୍ଧା, ଭୁବନେଶ୍ୱର ଏବଂ କଟକକୁ ସଂଯୋଗ କରୁଥିବା ପ୍ରସ୍ତାବିତ ୬ ଲେନ୍ ବିଶିଷ୍ଟ ଏହି ରିଙ୍ଗ୍ ରୋଡ୍ ପ୍ରକଳ୍ପ ‘ପୂର୍ବୋଦୟ’ ଯୋଜନାରେ ଓଡ଼ିଶାର ଯୋଗାଯୋଗ କ୍ଷେତ୍ରରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ସଶକ୍ତ, ସମୃଦ୍ଧ ଏବଂ ବିକଶିତ ଓଡ଼ିଶା ପାଇଁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

0
0
0
s2sdefault