ହେଡଲାଇନସ୍:

କେନ୍ଦ୍ର ବଜେଟ ଏମଏସଏମଇ କ୍ଷେତ୍ରର ସମସ୍ୟାର ସମାଧାନ କରିବା ସହ ଅଭିବୃଦ୍ଧିକୁ ପ୍ରେତ୍ସାହିତ କରିବ : ପ୍ରିୟଦର୍ଶୀ ନାନୁ ପାଣି,ପ୍ରତିଷ୍ଠାତା ଓ ସିଇଓ, ସିଏସଏମ ଟେକନଲୋଜିସ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : "ଲଘୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ (ଏମଏସଏମଇ) ଉପରେ କେନ୍ଦ୍ର ବଜେଟରେ ଗୁରୁତ୍ବ ଦିଆଯିବା ଏହି କ୍ଷେତ୍ରର ଆହ୍ୱାନ ଓ ସମ୍ଭାବନାକୁ ସୂକ୍ଷ୍ମ ଭାବେ ବୁଝିବାକୁ ପ୍ରତିଫଳିତ କରୁଛି। ବଜେଟରେ ନିଆଯାଇଥିବା ବିଭିନ୍ନ ପ୍ରକାରର ପଦକ୍ଷେପ ଏହି କ୍ଷେତ୍ରର ବିଭିନ୍ନ ସମସ୍ୟାର ସମାଧାନ କରିବା ସହ ଉଦ୍ଭାବନ ଓ ଅଭିବୃଦ୍ଧିକୁ ପ୍ରେତ୍ସାହିତ କରେ । ବଜେଟରେ ଘୋଷଣା କରାଯାଇଥିବା କେତେକ ଋଣକୈନ୍ଦ୍ରିକ ପଦକ୍ଷେପ ଯେପରିକି ନୂଆ ଗ୍ୟାରେଣ୍ଟି ସ୍କିମ୍, ଷ୍ଟ୍ରେସ୍-ପିରିୟଡ୍ ସପୋର୍ଟ ଏବଂ ଡିଜିଟାଲ୍ ଫୁଟପ୍ରିଣ୍ଟ ଭିତ୍ତିକ ମୂଲ୍ୟାୟନ ମଡେଲ୍ ଏହି କ୍ଷେତ୍ରକୁ ଋଣଯୋଗାଣ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରେ। କୋଲାଟାରାଲ ଏବଂ ପାରମ୍ପରିକ ମେଟ୍ରିକ୍ସ ଉପରେ ନିର୍ଭରଶୀଳତା ହ୍ରାସ କରି, ଏହି ପଦକ୍ଷେପଗୁଡ଼ିକ ଏକ ବିସ୍ତୃତ ଉଦ୍ୟୋଗ ପାଇଁ ପୁଞ୍ଜି ସ୍ରୋତ ଖୋଲିବାକୁ ପ୍ରତିଶ୍ରୁତି ଦେଇଥାଏ, ଯାହା ସମ୍ଭାବ୍ୟ ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହିତ କରିଥାଏ ।" ବୋଲି ସିଏସଏମ ଟେକନଲୋଜିସର ପ୍ରତିଷ୍ଠାତା ଓ ସିଇଓ ପ୍ରିୟଦର୍ଶୀ ନାନୁ ପାଣି ତାଙ୍କ ବଜେଟ ପ୍ରତିକ୍ରିୟାରେ କହିଛନ୍ତି |
ଶ୍ରୀ ପାଣି ଆହୁରି ମଧ୍ୟ କହିଛନ୍ତି "ଟିଆରଇଡିଏସର ଓ ଏବଂ ସିଡବି ପହଂଚର ସମ୍ପ୍ରସାରଣ ଏମଏସଏମଇ କ୍ଲଷ୍ଟରଗୁଡିକରେ ନଗଦ ଅର୍ଥ ଉପଲବ୍ଧତା ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣରେ ଉନ୍ନତି ଆଣିବା ପାଇଁ ପ୍ରତିବଦ୍ଧତାକୁ ଦର୍ଶାଏ । ଖାଦ୍ୟ ନିରାପତ୍ତା ଏବଂ ଇ-କମର୍ସ ରପ୍ତାନି କେନ୍ଦ୍ର ଉପରେ ଗୁରୁତ୍ୱ ଦେବା ଗୁଣାତ୍ମକ ଉନ୍ନତି ଏବଂ ବିଶ୍ୱ ବଜାର ପ୍ରବେଶ ଦିଗରେ ଏକ ପ୍ରୋତ୍ସାହନର ସଙ୍କେତ ଦେଇଥାଏ, ଯାହାକି ଏହି କ୍ଷେତ୍ରର ଦୀର୍ଘମିଆଦୀ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ।"
"ତେବେ ଏହି ପଦକ୍ଷେପଗୁଡ଼ିକର ପ୍ରଭାବ ଏଗୁଡିକର କାର୍ଯ୍ୟକାରିତା ଉପରେ ନିର୍ଭର କରିବ। ଉଦାହରଣ ସ୍ୱରୂପ, ଡିଜିଟାଲ ମୂଲ୍ୟାୟନ ମଡେଲର ସଫଳତା ଅନ୍ତର୍ନିହିତ ଆଲଗୋରିଦମ୍ ଏବଂ ଡାଟା ଭିତ୍ତିଭୂମିର ଦୃଢ଼ତା ଉପରେ ନିର୍ଭର କରିବ। ମୋଟାମୋଟି ଭାବରେ, ବଜେଟରେ କରାଯାଇଥିବା ଘୋଷଣା ଏମଏସଏମଇ ଇକୋସିଷ୍ଟମର ଆଧୁନିକୀକରଣ ଏବଂ ସୁଦୃଢ଼ୀକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଯଦି ଏହାକୁ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରାଯାଏ, ତେବେ ଏହା ଯଥେଷ୍ଟ ଅର୍ଥନୈତିକ ମୂଲ୍ୟ ସଂଯକ୍ତ କରିପାରିବ, ନବସୃଜନକୁ ପ୍ରୋତ୍ସାହିତ କରିପାରିବ ଏବଂ ବିଶ୍ୱ ମୂଲ୍ୟ ଶୃଙ୍ଖଳାରେ ଭାରତର ସ୍ଥିତିକୁ ସୁଦୃଢ କରିପାରିବ" ବୋଲି ଶ୍ରୀ ପାଣି ମତବ୍ୟକ୍ତ କରିଛନ୍ତି

0
0
0
s2sdefault