ହେଡଲାଇନସ୍:

ପ୍ରଶାସନିକ ବୈମାତୃକ ଆଚରଣର ଶିକାର ହେଉଛନ୍ତି ଅମରେଶ୍ଵର ନଗର ବାସିନ୍ଦା ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା) :  ଖଲ୍ଲିକୋଟ ଏନ୍ ଏ ସି ର ୱାର୍ଡ ନଂ- ୧ ହେଉଛି ଉଚ୍ଚଶିକ୍ଷିତ ଅନ୍ୟାନ୍ୟ ସାହି ମଧ୍ୟରୁ ଅନ୍ୟତମ । ଏହାରି ଭିତରେ ଯୋଡ଼ି ହୋଇ ଥିବା ଅମରେଶ୍ଵର ନଗର, ପୁଣି ବିଜେପି ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କ ବାସଭବନ ମଧ୍ୟ ରହିଅଛି ।ଏ ସଂକ୍ରାନ୍ତରେ କହିବାକୁ ଗଲେ ଦୀର୍ଘ ୭/୮ ବର୍ଷ ଧରି ଯାହା ରାସ୍ତା ତିଆରି ହୋଇଛି ସେତକ ରେ ଠପ୍। ଏଠାରେ ଥିବା ସ୍ବର୍ଗ ଦ୍ଵାର ବୋଲି ନାମିତ ହୋଇ ଥିବା ଶ୍ମଶାନ ଭୂଇଁ ର ଦ୍ଵାର ଦେଶରେ ଆଣ୍ଠୁ ଏ ଲେଖାଏଁ ପାଣି, ସମ୍ମୁଖ ରେ ପୁତିମୟ ଦୁର୍ଗନ୍ଧ ଯୁକ୍ତ ନାଳ ର ଦୁର୍ଗନ୍ଧ ବାହାରୁଥିବା ବେଳେ,ବାଟ ରେ ଯାଉଥିବା ବାଟୋଇ ମାନଙ୍କୁ ଅସ୍ତବ୍ୟସ୍ତ କରିବା ର ପରିଲକ୍ଷିତ ହେଉଛି।

Image
ଅମରେଶ୍ଵର ନଗର ର ଅପର ପାର୍ଶ୍ଵ ରେ ଅବସ୍ଥିତ ଜଳଯୋଗାଣ ବିଭାଗ ଓ ଦିୱାନ ବନ୍ଧ ଓ ଅରବିନ୍ଦ ନଗର । ରାତି ପାହିଲେ ଅମରେଶ୍ଵର ସାହି ଦେଇ ଜନସାଧାରଣଙ୍କ ଯାତାୟତ କରିଥାନ୍ତି। କିନ୍ତୁ ବର୍ଷା ସମୟରେ ରାସ୍ତା ଟି ଯାକ କାଦୁଆ । ଏଅଵସରରେ ଦେଖିବାକୁ ମିଳିଛି ଯେ,ଏନ୍ ଏ ସି ର ପ୍ରତ୍ୟେକ ୱାର୍ଡରେ ଫେବର ପଡିଛି । କିନ୍ତୁ ଏ ସାହିରେ କୋୖଣସି ଉନ୍ନତି ମୂଳକ କାର୍ଯ୍ୟକ୍ରମ ଚାଲିବା ଦୃଶ୍ୟ ସାମ୍ନା କୁ ଆସି ନାହିଁ । ଏ ପରିପ୍ରେକ୍ଷି ରେ କହିବାକୁ ଗଲେ,ଓମ୍ ଶାନ୍ତି ନଗରର‌‌‌ ବାସିନ୍ଦା ମାନେ ମଧ୍ୟଏହାଠାରୁ ଅଧିକ କଷ୍ଠ ଭୋଗୁଥିବା କଥା ପଦାରେ ପଡି ହାଟରେ ଗଡୁଛି । ହେଲେ ପ୍ରଭାଵ ପଡୁନି ଉଚ୍ଚ କତ୍ତୃପକ୍ଷ ଙ୍କ ଉପରେ|

Image

0
0
0
s2sdefault