ହେଡଲାଇନସ୍:

ଆରମ୍ଭ ହୋଇଯାଇଥିବା ପୁରୁଣା କାମରେ ନୂତନ ଫଳକ ମାରି ଶିଳାନ୍ୟାସ କଲେ ମାହାଙ୍ଗା ବିଧାୟକ ବୁଲୁ ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୁଣା କାମରେ ନୂତନ ଫଳକ ମାରି ଶିଳାନ୍ୟାସ କରିବା ଘଟଣାକୁ ତୀବ୍ର ବିରୋଧ କଲା ବିଜେଡ଼ି l

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗାର ତତ୍‌କାଳୀନ ବିଧାୟକ ପ୍ରତାପ ଜେନା ନିଶ୍ଚିନ୍ତକୋଇଲି ବ୍ଳକ ଲୁଣା ଚିତ୍ରୋତ୍ପଳା ଦ୍ଵିପାଞ୍ଚଳର ତିନିଗୋଟି ପଞ୍ଚାୟତକୁ ସଂଲଗ୍ନ କରୁଥିବା ତରତ ଭାୟା ବିଷମପଡ଼ା ସହଦେବପୁର ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ପାଇଁ ସାଧାରଣ ନିର୍ବାଚନ ପୂର୍ବରୁ ଗତ ୧୩. ୦୩. ୨୦୨୪ ରିଖରେ ଶୁଭ ଶିଳାନ୍ୟାସ କରିଥିଲେ । ଏହି କାର୍ଯ୍ୟକ୍ରମରେ କଟକ ସଦର ତତ୍‌କାଳୀନ ବିଧାୟକ ଚନ୍ଦ୍ରସାରଥୀ ବେହେରା ଏବଂ ପୂର୍ତ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ମଧ୍ୟ ହୋଇଥିଲେ । ଏପରିକି ନିର୍ବାଚନ ପରେ ସମ୍ପୃକ୍ତ ଠିକାଦାର ରାସ୍ତାର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ କରି ଦେଇଛନ୍ତି । କିନ୍ତୁ ବିଡ଼ମ୍ବନାର ବିଷୟ ବର୍ତ୍ତମାନ ମାହାଙ୍ଗାର ସ୍ୱାଧୀନ ବିଧାୟକ ଶାରଦା ପ୍ରଧାନ ନିଜର ସଂକୀର୍ଣ୍ଣ ଚିନ୍ତାଧାରା ଓ ହୀନ ରାଜନୀତିକୁ ପରିପ୍ରକାଶ କରି ସେହି ରାସ୍ତାକୁ ପୁନଶ୍ଚ ତରତ ବଜାରରେ ଗୁରୁବାର ଅପରାହ୍ନରେ ଶୁଭ ଶିଳାନ୍ୟାସ କରିଛନ୍ତି । ଉକ୍ତ ଘଟଣାଟି ଲୁଣା ଚିତ୍ରୋତ୍ପଳା ଦ୍ବିପାଞ୍ଚଳର ୯ଗୋଟି ପଞ୍ଚାୟତ ଓ ନିଶ୍ଚିନ୍ତକୋଇଲି ବ୍ଳକର ଜନସାଧାରଣ ଓ ବୁଦ୍ଧିଜୀବୀଙ୍କ ମନରେ ଅସନ୍ତୋଷର ବାତାବରଣ ସୃଷ୍ଟି କରିଛି । ଏଭଳି ଘଟଣାକୁ ନିଶ୍ଚିନ୍ତକୋଇଲି ବ୍ଳକ ବିଜୁ ଜନତା ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦୃଢ ନିନ୍ଦା କରାଯାଇଛି । ତରତ ପଞ୍ଚାୟତ ସରପଞ୍ଚ ମୀନତି ସାଇଁଙ୍କ ସଂଯୋଜନାରେ ପୂର୍ବତନ ସରପଞ୍ଚ ଜିତେନ୍ଦ୍ରନାଥ ମିଶ୍ର ଏବଂ ପୂର୍ବତନ ବ୍ଲକ ଅଧକ୍ଷ ଗିରିଶ ରଞ୍ଜନ ମହାପାତ୍ର ଏହି ପ୍ରେସ ମିଟ ମାଧ୍ୟମରେ ସାମ୍ବାଦିକ ମାନଙ୍କୁ ମାହାଙ୍ଗା ସ୍ୱାଧୀନ ବିଧାୟକ ଶାରଦା ପ୍ରସାଦ ପ୍ରଧାନ ଙ୍କ ବିରୁଦ୍ଧରେ କଡ୍ଡା ଅଭିଯୋଗ ଆଣିବା ସହିତ ପୁରୁଣା କାର୍ଯ୍ୟକୁ ନୂତନ ଫଳକ ମାରି ଶିଳାନ୍ୟାସ କରିବା ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି l ଏହି କାର୍ଯ୍ୟକ୍ରମରେ ପୂର୍ବତନ ବ୍ଳକ ଅଧ୍ୟକ୍ଷା ଗିରିଶରଂଜନ ମହାପାତ୍ର, ବ୍ଳକ ଅଧ୍ୟକ୍ଷାଙ୍କ ପ୍ରତିନିଧି ମନୋଜ ସେଠୀ, ଜିଲ୍ଲାପରିଷଦ ସଭ୍ୟ ଭୂପତିଭୂଷଣ ଷଣ୍ଢ, ସରପଞ୍ଚ ପ୍ରଦିପ୍ତ କୁମାର ପରିଡ଼ା, ପୂର୍ବତନ ସମିତିସଭ୍ୟ ପ୍ରମୋଦ କୁମାର ପରିଡ଼ା, ଦିବ୍ୟଲୋଚନ ପଣ୍ଡା, ପ୍ରମୋଦ ମଲିକ, ସୁଦାମ ବଳ, ଅର୍ଜୁନ ସେଠୀଙ୍କ ସମେତ ବହୁ ବିଜେଡ଼ି ନେତୃବୃନ୍ଦ ଯୋଗ ଦେଇଥିଲେ l ଉକ୍ତ ଘଟଣା ସମ୍ପର୍କରେ ବିଧାୟକ ଶ୍ରୀ ପ୍ରଧାନଙ୍କୁ ପଚାରିବାରୁ ପୂର୍ତ୍ତ ବିଭାଗ ସୂଚନା ଅନୁସାରେ ରାସ୍ତାର ସରକାରୀ ଅନୁମୋଦନର ସମସ୍ତ କାଗଜ ପତ୍ର ୧୫.୦୩.୨୦୨୪ ରେ କରାଯାଇଥିବା ବେଳେ ତ‌ତ୍‌କାଳୀନ ବିଧାୟକ ନିର୍ବାଚନ ଆଚରଣ ବିଧ‌ି ଲାଗୁ ପୂର୍ବରୁ ଅର୍ଥାତ୍ ୧୪.୦୩.୨୦୨୪ ରେ ଏହାକୁ ଶିଳାନ୍ୟାସ କରିଥିବା ଘଟଣାକୁ ଏକ ହାସ୍ୟସ୍ପଦ ବୋଲି ପ୍ରକାଶ କରିଥିଲେ । ଅପରପକ୍ଷରେ ନିଶ୍ଚିନ୍ତକୋଇଲି ବିଜୁ ଜନତା ଦଳ ପକ୍ଷରୁ ଏହି ଘଟଣାକୁ ତୀବ୍ର ବିରୋଧ କରାଯିବା ସହିତ ତତ୍‌କାଳୀନ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯେଉଁ ସବୁ ବିକାଶମୂଳକ କାର୍ଯ୍ୟ କରିଛନ୍ତି ସେହି ପୁରୁଣା କାର୍ଯ୍ୟରେ ରଙ୍ଗ ମାରି ବର୍ତ୍ତମାନର ମାହାଙ୍ଗା ବିଧାୟକ ଶ୍ରୀ ପ୍ରଧାନ ଭ୍ରମ ସୃଷ୍ଟି କରୁଛନ୍ତି ଯାହାକୁ କେବେ ହେଲେ ପ୍ରଶୟ ଦିଆଯିବ ନାହିଁ ଏବଂ ଏହିଭଳି ଘଟଣା ଯଦି ବାରମ୍ବାର ଘଟେ ତାହେଲେ ଏହାକୁ ନିଶ୍ଚିନ୍ତକୋଇଲି ଜନସାଧାରଣ ଓ ବିଜୁ ଜନତା ଦଳ ପକ୍ଷରୁ ତୀବ୍ର ବିରୋଧ କରାଯିବ ବୋଲି ପ୍ରକାଶ କରିଥିଲେ ।

0
0
0
s2sdefault