ହେଡଲାଇନସ୍:

ବିଭିନ୍ନ ଗୋଦାମକୁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅତର୍କିତ ଗସ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଦରଦାମ ସ୍ଥିତି ପରଖିବା ପାଇଁ ରାଜଧାନୀର ଅତ୍ୟାବଶ୍ୟକ ସାମଗ୍ରୀ ଗୋଦାମ ପରିଦର୍ଶନ କଲେ

  • ମହଜୁଦ ସାମଗ୍ରୀ ତାଲିକା, ପାଇକାରି ଦର ଏବଂ କାଗଜପତ୍ର ତନଖି କଲୋ

ଭୁବନେଶ୍ୱର: ରାଜ୍ୟରେ ଆଳୁ, ପିଆଜ, ପନିପରିବା ଆଦି ଅତ୍ୟାବଶ୍ୟକ ସାମଗ୍ରୀର ଦରକୁ ନିୟନ୍ତ୍ରଣ କରିବା, କଳାବଜାରୀ ରୋକିବା ଏବଂ ଖାଉଟିମାନଙ୍କୁ ଉପଯୁକ୍ତ ମୂଲ୍ୟରେ ଦ୍ରବ୍ୟ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଆଜି ଅପରାହ୍ନରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରାଜଧାନୀର ବିଭିନ୍ନ ଗୋଦାମ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲୋ ଏହି କ୍ରମରେ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କ ସହ ରାଜଧାନୀର ବିଭିନ୍ନ ଆଳୁ, ପିଆଜ ଓ ପରିବା ଗୋଦାମ ଯାଇ ମହଜୁଦ ସାମଗ୍ରୀ ତାଲିକା, ପାଇକାରି ଦର ଏବଂ କାଗଜପତ୍ର ତନଖି କରିଥିଲୋ
ଗୋଦାମକୁ ଦ୍ରବ୍ୟ ଆମଦାନୀଠାରୁ ଆରମ୍ଭ କରି ଖୁଚୁରା ବ୍ୟବସାୟୀ ପର୍ଯ୍ୟନ୍ତ ସଠିକ ବିତରଣ ବ୍ୟବସ୍ଥା ଏବଂ ଦର ନିୟନ୍ତ୍ରଣକୁ ସୁନିଶ୍ଚିତ କରିବା ଏହି ଯାଞ୍ଚର ମୂଳ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ କହିଛନ୍ତିା ଆଗକୁ ଏଭଳି ଯାଞ୍ଚକୁ ଅଧିକ ବ୍ୟାପକ କରାଯିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଖାଉଟି ଯେପରି ଉପଯୁକ୍ତ ଦରରେ ସାମଗ୍ରୀ ପାଇପାରିବେ ତାହା ନିଶ୍ଚିତ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ ଉଲ୍ଲେଖ କରିଛନ୍ତିା ଅତ୍ୟାବଶ୍ୟକ ସାମଗ୍ରୀକୁ ଅହେତୁକ ଭାବେ ଠୁଳ କରି କଳାବଜାରୀ କରୁଥିବା ଅସାଧୁ ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତିା ଏଥି ସହିତ ବିଭାଗ ପକ୍ଷରୁ ନିୟମିତ ଭାବେ ବିଭିନ୍ନ ଅତ୍ୟାବଶ୍ୟକ ଦ୍ରବ୍ୟର ପାଇକାରି ଓ ଖୁଚୁରା ମୂଲ୍ୟ ଜନସାଧାରଣଙ୍କ ଅବଗତି ନିମନ୍ତେ ଗଣମାଧ୍ୟମକୁ ପ୍ରଦାନ କରାଯିବା

0
0
0
s2sdefault