ହେଡଲାଇନସ୍:

ରାଜ୍ୟର ବିକାଶରେ ଅଂଶୀଦାର ହେବାକୁ ସମବାୟ ବିଭାଗର ଅଧିକାରୀମାନଙ୍କୁ ପରାମର୍ଶ ଦେଲେ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ତା.୦୪/୦୭/୨୦୨୪: ଓଡ଼ିଶା ରାଜ୍ୟ ସମବାୟ ବିଭାଗ ତରଫରୁ ଆଜି ପୂର୍ବାହ୍ନରେ କୃଷି ଭବନ ସମ୍ମିଳନୀ କକ୍ଷରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛିା ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷଚାରାରେ ଜଳପ୍ରଦାନ ପୂର୍ବକ କର୍ମଶାଳାର ଶୁଭାରମ୍ଭ କରିଥିଲୋ ମନ୍ତ୍ରୀଶ୍ରୀ ବଳସାମନ୍ତ କହିଲେ ଯେ ରାଜ୍ୟ ସରକାର ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ କରିବା ପାଇଁସଂକଳ୍ପବଦ୍ଧା ଏ ଦିଗରେ ସମବାୟ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ବିଭାଗର ପ୍ରତ୍ୟେକ କର୍ମଚାରୀ ଦଳଗତ ମନୋଭାବ ନେଇ କାର୍ଯ୍ୟକଲେ ରାଜ୍ୟରେ ବିକାଶର ଲକ୍ଷ୍ୟ ସହ ଲୋକମାନଙ୍କର ଆଶା-ଆକାଂକ୍ଷା ପୂରଣ ହୋଇପାରିବା ଏହି ବିକାଶ ପ୍ରକ୍ରିୟାରେ ଅଂଶୀଦାର ହେବା ପାଇଁ ସେ ବିଭାଗର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ କହିବା ସହ ସମସ୍ତଙ୍କର ସହଯୋଗ କାମନା କରିଥିଲୋ
କର୍ମଶାଳାରେ ସମବାୟ ବିଭାଗ ଏବଂ ବିଭାଗ ଅଧିନସ୍ଥ ବିଭିନ୍ନ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀମାନେ ଆଗାମୀ ୧୦୦ ଦିନର କାର୍ଯ୍ୟପନ୍ଥା ସହ ଚଳିତ ବର୍ଷ ଏବଂ ଆସନ୍ତା ୫ ବର୍ଷର କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲୋ ଶେଷରେ ବିଭାଗର କାର୍ଯ୍ୟକ୍ରମ ଉପରେ ଆସିଥିବା ବିଭିନ୍ନ ମତାମତକୁ ପ୍ରାଧାନ୍ୟ ଦେଇଏସବୁର କାର୍ଯ୍ୟାନ୍ୱୟନ ଉପରେ ଆଲୋଚନା ହୋଇଥିଲାା
ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ ବିଭାଗର କାର୍ଯ୍ୟକ୍ରମ ଓ ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲୋ ସେ କହିଥିଲେ ଯେ ସମବାୟ ବିଭାଗ ସରକାରଙ୍କର ଏକଗୁରୁତ୍ୱପୂର୍ଣ୍ଣ ବିଭାଗ, ଯାହା କୃଷି ଓ କୃଷକରଉନ୍ନତି ପାଇଁ କାର୍ଯ୍ୟ କରୁଛିା ଆମେ ଯେତିକି କାର୍ଯ୍ୟ କରୁଛୁ ତା'ଠାରୁଆହୁରି ଅଧିକ କାର୍ଯ୍ୟ କରିବା ପାଇଁ ଚେଷ୍ଟାକରିବାା ଆମେ ଯେତେ ଅଧିକ କାର୍ଯ୍ୟ କରିବା ସେତିକି ଅଧିକ ଚାଷୀମାନଙ୍କରଉନ୍ନତି ହେବଏବଂ ଚାଷୀରଉନ୍ନତି ହେଲେ ରାଜ୍ୟର ଉନ୍ନତି ସମ୍ଭବପର ହୋଇପାରିବା
କାର୍ଯ୍ୟକ୍ରମରେ ସମବାୟ ବିଭାଗର ସ୍ୱତନ୍ତ୍ର ଶାସନସଚିବ ଶ୍ରୀ ସନ୍ତୋଷ କୁମାର ଦାସସ୍ୱାଗତ ଭାଷଣ ପ୍ରଦାନକରିଥିଲୋ ଓଡ଼ିଶାରାଜ୍ୟ କୃଷି ବିପଣନ ବୋର୍ଡରସଦସ୍ୟ ସଚିବ ତଥାକୃଷି ବିପଣନ ନର୍ଦ୍ଦେଶକ ଏବଂ ସମବାୟ ମହାସମୀକ୍ଷକ ଶ୍ରୀ ପ୍ରଭୁକଲ୍ୟାଣ ପଟ୍ଟନାୟକ ଯୋଗଦେଇ ସମବାୟ ସମୀକ୍ଷା ନିର୍ଦ୍ଦେଶାଳୟର କାର୍ଯ୍ୟ ଉପରେ ବିସ୍ତୃତ ଆଲୋଚନା କରିଥିଲୋ ମାର୍କଫେଡ୍ ଏମ୍ଡି ଶ୍ରୀ ଲିଙ୍ଗରାଜ ପଣ୍ଡା ସଂସ୍ଥାର କାର୍ଯ୍ୟକ୍ରମ ସଂପର୍କରେ ସମ୍ୟକ ଧାରଣା ଦେଇଥିଲୋ ଓଏସଡବ୍ଲ୍ୟୁସିର ସିଜିଏମ ସୁପ୍ରିୟା ସାହୁ ନିଗମର ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ବର୍ଣ୍ଣନା କରିଥିଲୋ ବିଭାଗର ଅର୍ଥ ପରାମର୍ଶଦାତା ତଥା ଅତିରିକ୍ତ ଶାସନ ସଚିବ ଶ୍ରୀସୁରେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲୋ
ଏହି କାର୍ଯ୍ୟକ୍ରମରେ ସମବାୟ ବିଭାଗର ବହୁ ବରିଷ୍ଠ ଅଧିକାରୀଏବଂ କ୍ଷେତ୍ରସ୍ତରରେ କାର୍ଯ୍ୟ କରୁଥିବା ସମସ୍ତ ଅଧିକାରୀମାନେ ଯୋଗଦେଇଥିଲୋ

0
0
0
s2sdefault