ହେଡଲାଇନସ୍:

ସ୍ବତନ୍ତ୍ର ଶ୍ରେଣୀ ଠିକାଦାରଙ୍କ ଅକାଳ ବିୟୋଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ, ୬।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡଗାଁ ଅଂଚଳର ସ୍ପେସାଲ କ୍ଳାସ ଠିକାଦାର ପୁରୁଷୋତ୍ତମ (ଟୁକୁ)ପାତ୍ରଙ୍କ ଶୁକ୍ରବାର ମଧ୍ୟରାତ୍ରି ପରେ ଅକାଳ ବିୟୋଗ ଘଟିଛି । ସେ ରାତିରେ ବ୍ରହ୍ମପୁରରୁ ଫେରି ଘରେ ସୋଇଥିବା ବେଳେ ଅସୁସ୍ଥତା ଅନୁଭବ କରିଥିଲେ । ଏବଂ ଗୁରୁତର ଅବସ୍ଥାରେ ପ୍ରଥମେ ଓଡ଼ଗାଁ ଡାକ୍ତରଖାନା ଓ ପରେ ନୟାଗଡ଼ ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା । ପୁରୁଷୋତ୍ତମଙ୍କୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିବା ବେଳେ ହୃଦଘାତ ମୃତ୍ୟୁର କାରଣ ବୋଲି ଜଣାପଡିଛି । ସେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଧାର୍ମିକ ଓ ସାମାଜିକ ଅନୁଷ୍ଠାନ ସହିତ ଜଡ଼ିତ ଥିବା ବେଳେ ପୂର୍ବରୁ ରାଜ୍ୟ କଳିଙ୍ଗ ବୈଶ୍ୟ ସମାଜର ସଭାପତି ଭାବେ ଦାୟିତ୍ୱ ସମ୍ପନ୍ନ କରିଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳ ସହିତ ତାଙ୍କ ଜନ୍ମ ସ୍ଥାନ କୁରାଳରେ ଶୋକର ଛାୟା ଖେଳିଯାଇଛି । ଅସୁସ୍ଥତା ସତ୍ୱେ ଏକମାତ୍ର ପୁତ୍ର ଜଗନମୋହନ ପୁରୀ ସ୍ୱର୍ଗଦ୍ୱାର ଠାରେ ଅନ୍ତିମ ସଂସ୍କାରରେ ମୁଖାଗ୍ନି ପ୍ରଦାନ ଦେଇଥିଲେ ।

0
0
0
s2sdefault