ହେଡଲାଇନସ୍:

ଖଲିକୋଟ ରେ ପ୍ରେସ କ୍ଳବ୍ ଆନୁକୁଲ୍ୟରେ "ସ୍ବେଚ୍ଛାକୃତ ରକ୍ତଦାନ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ଶାସକ ପ୍ରଶାସକ/ଖଲ୍ଲିକୋଟରୁ ଶିବରାମ ଜେନା)ଖଲ୍ଲିକୋଟ: ସ୍ଥାନୀୟ ଖଲ୍ଲିକୋଟ ପ୍ରେସ୍ କ୍ଳବ୍ ଆନୁକୁଲ୍ୟରେ ମର୍ଦ୍ଦରାଜ ଶିକ୍ଷକ ସଂଘ ଭବନରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏଅଵସରରେ ବ୍ରହ୍ମପୁର ଗଞ୍ଜାମ ସ୍ଥିତ M K C G ମେଡିକାଲ୍ ର ରକ୍ତ ସଂଗ୍ରହ କାରି ଟିମ୍ ଆସିଥିଲେ। ଏ ଦଳର କାର୍ଯ୍ୟରତ କର୍ମୀମାନେ ହେଲେ ଡ଼ଃ ରଶ୍ମିତା ପାଣିଗ୍ରାହୀ, ଅଞ୍ଜଳି ଵାଲା ମଲିକ୍ , ଅଶ୍ଵିନୀ ନାୟକ, ସୁଶାନ୍ତ କୁମାର ପ୍ରଧାନ, ରାମହରି ପଣ୍ଡା, ଅମୂଲ୍ୟ ବେହେରା, ଓ ଡମ୍ବରୁ କର୍କି ପ୍ରମୁଖ ବ୍ୟକ୍ତିବିଶେଷ ମାନେ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ରକ୍ତ ସଂଗ୍ରହ କରିବା ପରିଲକ୍ଷିତ ହୋଇଥିଲା । ଏ କାର୍ଯ୍ୟକ୍ରମ ରେ ଖଲ୍ଲିକୋଟ ଗଣମାଧ୍ୟମର ସଭାପତି ଶ୍ରୀ ଅଶ୍ଵିନୀ କୁମାର ମହାନ୍ତି,ପ୍ରଦୀପ ପ୍ରଜ୍ବଳନ କରି ଶିବିର ର କାର୍ଯ୍ୟକ୍ରମ ଆରମ୍ଭ କରି ଥିଲେ। ଅନ୍ୟାନ୍ୟ ସାମ୍ବାଦିକ ଭାଇମାନଙ୍କ ମଧ୍ୟରେ ଥିଲେ ପ୍ରେସ୍ କ୍ଲବ୍ ର ସମ୍ପାଦକ ସିଲୁ ବିଶ୍ଵାଳ, ବରିଷ୍ଠ ସାମ୍ବାଦିକ ମାଧବ ବେହେରା, ଶିବରାମ ଜେନା, ଅଶୋକ କୁମାର ତ୍ରିପାଠୀ, ଉପେନ୍ଦ୍ର ନନ୍ଦ, ସରୋଜ ପଟ୍ଟନାୟକ, ପ୍ରଦୀପ କୁମାର ସାହୁ,ଟୁଲୁ ସାହୁ, ସକଳେଶ୍ଵର ରଥ | ସହଯୋଗ କରିଥିଲେ ସଞ୍ଜୟ କୁମାର ଜେନା, ମନୋଜ କୁମାର ପ୍ରଧାନ, ଅରୁଣ କୁମାର ଖୁଣ୍ଟିଆ,ସାନୁ ପଟ୍ଟନାୟକ, କାର୍ତ୍ତିକ ପ୍ରଧାନ, ହେମନ୍ତ କୁମାର ମହାରଣା, ରାମଚନ୍ଦ୍ର ବିଜ୍ଞାନ ମହା ବିଦ୍ୟାଳୟ ର ପ୍ରାଣୀ ବିଭାଗର ଅଧ୍ୟ କ୍ଷ ଶ୍ରୀ ଶିବାନନ୍ଦ ବର୍ମା। ଖବର ନେବାରୁ ଜଣାପଡିଛି ଯେ ମୋଟ ୪୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ସାମିଲ୍ ଥିବା ଗଣମାଧ୍ୟମ ସଂଘ କୁ M K C G ତରଫରୁ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଗଣମାଧ୍ୟମ ସଂଘ ପକ୍ଷରୁ ରକ୍ତ ସଂଗ୍ରହ କାରି ଟିମ୍ କୁ ଭୂୟସୀ ପ୍ରଶଂସା କରାଯାଇଛି।

0
0
0
s2sdefault