ହେଡଲାଇନସ୍:

କଟା କୂଟୁରା ମାଂସ ଜବତ, ୧ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୬।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ବନଖଣ୍ଡର ଓଡ଼ଗାଁ ବନାଞ୍ଚଳ କର୍ମଚାରୀ ମାନେ ଶନିବାର ଅପରାହ୍ନ ପ୍ରାୟ ୨ ସମୟରେ ଚଢ଼ାଉ କରି କଟା ହୋଇଥିବା ୩ କେଜି କୂଟୁରା ମାଂସ ଓ ତାର ଗୋଡ଼ ଜବତ କରିବା ସହିତ ଜଣକୁ ଗିରଫ କରିଛନ୍ତି । ଗିରଫ ଜଣକ ହେଲେ ବାଣ୍ଠପୁର ପଞ୍ଚାୟତ ଚେମେଡି ଗାଁର ତ୍ରିଲୋଚନ ନାହାକ(୩୭) । ଏହା ସହିତ ନିକିତି, ବଟକରା, କଟୁରୀ ଓ ଫାସ ମଧ୍ୟ ଜବତ ହୋଇଛି । ବିଶେଷ ସୂତ୍ରରୁ ଖବର ପାଇ ବନାଞ୍ଚଳ ଅଧିକାରୀ ନିଖିଲେଶ ମଲ୍ଲିକଙ୍କ ନିର୍ଦ୍ଦେଶରେ ବନପାଳ ସରିତା ବରାଳଙ୍କ ସହିତ ବନରଖି ସୈାମ୍ୟରଞ୍ଜନ ଦଳେଇ, ଦିପ୍ତିମୟୀ ରାଉତ, ମାନସ ରଞ୍ଜନ ମିଶ୍ର ଏବଂ ସ୍ବାଡଟିମ୍ ମିଳିତ ଭାବେ ତ୍ରିଲୋଚନ ଘରେ ଚଢ଼ାଉ କରିଥିଲେ । ଘରୁ ୩ କେଜି କୂଟୁରା ମାଂସ ସହିତ ସମସ୍ତ ଜିନିଷ ଗୁଡ଼ିକୁ ଜବତ କରିଥିଲେ । ଏବଂ ତାକୁ ଓଡ଼ଗାଁ ବନାଞ୍ଚଳ କାର୍ଯ୍ୟାଳୟରେ ପହଞ୍ଚାଇବା ପରେ ଓଆର ୧୦/୨୪/୨୫ରେ ମାମଲା ରୁଜୁ କରିଥିଲେ । ରବିବାର ତ୍ରିଲୋଚନକୁ କୋର୍ଟ ଚାଲାଣ କରାଯିବ ।

0
0
0
s2sdefault