ହେଡଲାଇନସ୍:

ଏମ୍ବୁଲାନ୍ସ ଧକ୍କାରେ ୮ ବର୍ଷ ର ନାବାଳକ ମୃତ, ବାପା ଗୁରୁତର , କ୍ଷତିପୂରଣ ଦାବୀ ରେ ପରିବାର ଲୋକଙ୍କ ରାସ୍ତା ରୋକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୬/୦୭/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ମହେନ୍ଦ୍ରି ଗ୍ରାମ ରେ ଆଜି ସକାଳ ୫ ଘଣ୍ଟ ସମୟରେ ରାଜ୍ୟ ରାଜପଥ ଉପରେ ସାଇକେଲ ରେ ଯାଉଥିବା ବାପା ଓ ୮ ବର୍ଷର ନାବାଳକ ପୁଅ କୁ ଏକ ଏମ୍ବୁଲାନ୍ସ ପଛ ପଟୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ପୁଅ ର ମୃତ୍ୟୁ ଘଟିଥିବା ବେଳେ ବାପା ଗୁରୁତର ହୋଇଛନ୍ତି। ମୃତ ନାବାଳକ ମହେନ୍ଦ୍ରି ଗ୍ରାମ ର ଗଣେଶ ମହାନ୍ତି ଙ୍କ ୮ ବର୍ଷ ର ପୁଅ ନିଖିଲ ବୋଲି ଜଣା ପଡିଛି। ବାପା ଗଣେଶ ଏମ୍ବୁଲାନ୍ସ ଧକ୍କା ପରେ ରାସ୍ତା କଡ଼ରେ ଛିଟିକି ଗୁରୁତର ହୋଇଥିବା ବେଳେ ପୁଅ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲା। ସ୍ଥାନୀୟ ଲୋକେ ଗଣେଶ ଙ୍କୁ ଉଦ୍ଧାର କରି ପ୍ରଥମେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଦୁର୍ଘଟଣା ପରେ ଏମ୍ବୁଲାନସ ଡ୍ରାଇଭର ଡାବୁଗାଁ ଥାନାରେ ଆତ୍ମ ସମର୍ପଣ କରିଥିଲା। ତେବେ କ୍ଷତିପୂରଣ ଦାବି ରେ ମହେନ୍ଦ୍ରି ଗ୍ରାମବାସୀ ଓ ମୃତ ପରିବାର ଲୋକେ ନବରଙ୍ଗପୁର ଡାବୁଗାଁ ରାଜ୍ୟ ରାଜପଥ କୁ ସକାଳ ୬ ଘଣ୍ଟ ରୁ ଦିନ ୧୧ ଘଣ୍ଟ ପର୍ଯ୍ୟନ୍ତ ଶବ ରଖି ରାସ୍ତା ଅବରୋଧ କରିଥିଲେ। ଯୋ ଦ୍ଵାରା ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଯାନ ଅଟକି ରହିଥିଲା। ଡାବୁଗାଁ ବିଡିଓ ଶରତ ମାଝୀ, ପାପଡାହାଣ୍ଡି ତହସିଲଦାର ତପନ କୁମାର ନାୟକ, ଡାବୁଗାଁ ଥାନା ଅଧିକାରୀ ସୁନିଲ ପ୍ରଧାନ ଗ୍ରାମବାସୀଙ୍କୁ ବହୁ ବୁଝା ସୁଝା କରିବା ପରେ ମଧ୍ୟ ସେମାନେ ଦିନ ୧୧ ଘଣ୍ଟ ପର୍ଯ୍ୟନ୍ତ ନବରଙ୍ଗପୁର ଉମରକୋଟ ରାଜ୍ୟ ରାଜପଥ ଅବରୋଧ କରି ରଖିଥିଲେ।ଶେଷରେ ପ୍ରଶାସନ ର ଉପସ୍ଥିତିରେ ଜିଲ୍ଲା ରେଡ କ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନା ରେ ୩ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବା ପରେ ଦିନ ୧୧ ଘଣ୍ଟ ସମୟରେ ରାସ୍ତାରୋକ ହଟିଥିଲା।ଏ ନେଇ ମୃତ ଶିଶୁ ର ବଡ ବାପା ପୂର୍ଣ୍ଣଚନ୍ଦ୍ର ମହାନ୍ତି ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରି ୧୩୮/୨୪ ରେ ମାମଲା ରୁଜୁ କରିଥିଲେ। ପରେ ତହସିଲଦାର ତପନ ନାୟକ ଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

0
0
0
s2sdefault