ହେଡଲାଇନସ୍:

ପରିବେଶ ସୁରକ୍ଷା ଓ ଭୂମଣ୍ଡଳର ତାପମାତ୍ରା ନିୟନ୍ତ୍ରଣ କରିବାକୁ ହେଲେ ବୃକ୍ଷ ହିଁ ଆବଶ୍ୟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଙ୍ଗଠନ "ଆକାଂକ୍ଷା" ତରଫରୁ ସିଧାମଡଙ୍ଗ ସ୍ଥିତ ରାଜତାରା ଡ଼ିଗ୍ରୀ କଲେଜ ପ୍ରାଙ୍ଗଣରେ ୭୪ତମ ବନମହୋତ୍ସବ ପାଳନ ଅବସରରେ ବୃକ୍ଷରୋପଣ ତଥା ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି।
ଏହି କାର୍ଯ୍ୟକ୍ରମରେ ବୃକ୍ଷରୋପଣ କରାଯିବା ସହିତ ବୃକ୍ଷ ବଞ୍ଚିଲେ ମନୁଷ୍ୟ ସମାଜ ବଞ୍ଚିବ ଏବଂ ସମସ୍ତେ ମିଶି କିପରି ଜଙ୍ଗଲ ସୃଷ୍ଟି କରିବା ସେଥି ପାଇଁ ସଚେତନତା କରାଯାଇଥିଲା। ଏହି ଅବସରରେ "ଆକାଂକ୍ଷା" ମହିଳା ସଙ୍ଗଠନର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣଗ୍ରାହୀ ବୃକ୍ଷହିଁ ଜୀବନ ଓ ତାହାର ଯତ୍ନ ନେବା ସମ୍ପର୍କରେ ବୁଝାଇ ଶପଥ ପାଠ କରାଇଥିଲେ। ବର୍ଷା ଋତୁରେ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନମାନଙ୍କରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରହିଛି ବୋଲି କହିଥିଲେ।ସଙ୍ଗଠନର ସମ୍ପାଦିକା ଶ୍ରୀମତୀ ମିନା କୁମାରୀ ଟହଲ ପରିବେଶ ସୁରକ୍ଷା ଓ ଭୂମଣ୍ଡଳର ତାପମାତ୍ରା ନିୟନ୍ତ୍ରଣ କରିବାକୁ ହେଲେ ବୃକ୍ଷ ହିଁ ଆବଶ୍ୟକ ବୋଲି କହି ଥିଲେ।
ସଙ୍ଗଠନର ଉପଦେଷ୍ଟା ଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ପାଠୀ କହିଥିଲେ ଯେଉଁ ଚାରା ଟି କୁ ଆମେ ରୋପଣ କରିବା ତାକୁ ବଞ୍ଚାଇ ରଖିବାର ଦାୟିତ୍ଵ ମଧ୍ୟ ଆମର ବୋଲି କହିଥିଲେ।ଉପଦେଷ୍ଟା ଭାଗ୍ୟଲକ୍ଷ୍ମୀ ନାୟକ ପ୍ରତ୍ୟେକ ପରିବାର ୫ଟି ଲେଖାଏଁ ବୃକ୍ଷ ରୋପଣ କରି ତାର ଯତ୍ନ ନେବା ସମ୍ପର୍କରେ ଗୂରୁତ୍ବଆରୋପ କରିଥିଲେ। NIFAA ର ଗଜପତି ଜିଲ୍ଲା ସଭାପତି ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର କାର୍ଯ୍ୟକ୍ରମରେ ସହଯୋଗ କରି କହିଥିଲେ ପରିବେଶର ସୁରକ୍ଷା ହିଁ ଓ ଜୀବ ଜଗତ ବଞ୍ଚିବା ପାଇଁ ବୃକ୍ଷହିଁ ଏକମାତ୍ର ସାହାରା।
ଏହି କାର୍ଯ୍ୟକ୍ରମରେ ରାଜତାରା ଡିଗ୍ରୀ କଲେଜର ମୁଖ୍ୟ କେ. ଅରୁଲ୍ କୁମାର , ଚିନ୍ମୟୀ ପଣ୍ଡା , ଅନିତା ମିଶ୍ର , କବିତା ମଲ୍ଲିକ , ସୁଜାତା ଦାସ , ପ୍ରୀତି ପଦ୍ମା ଏବଂ କଲେଜର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଓ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ସହଯୋଗ କରି ସାଫଲ୍ୟ ମଣ୍ତିତ କରିଥିଲେ। ଶ୍ରୀଯୁକ୍ତ ରାଜେନ୍ଦ୍ର ରଥ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

0
0
0
s2sdefault