ହେଡଲାଇନସ୍:

ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ନିମନ୍ତେ ଜିଲ୍ଲା ସ୍ତରୀୟ ଟେବୁଲ ଟପ ଏକ୍ସରସାଇଜ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୧୮.୦୬.୨୦୨୪/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟର ସଦ୍ଭାବନା ସଭାଗୃହରେ ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ନିମନ୍ତେ ଜିଲ୍ଲା ସ୍ତରୀୟ ଟେବୁଲ ଟପ ଏକ୍ସରସାଇଜ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଙ୍କ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଧ୍ୟକ୍ଷତା କରି ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ପି ଆର୍ କହିଲେ ଜଗତସିଂହପୁର ଜିଲ୍ଲା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଜିଲ୍ଲା। ବିପର୍ଯ୍ୟୟ ପରିଚାଳନା ଜିଲ୍ଲା ପାଇଁ ଏକ ଅବିଚ୍ଛିନ୍ନ ପ୍ରକ୍ରିୟା, ଯେଉଁ ଥିରେ ଜଗତସିଂହପୁର ସର୍ବଦା ଉନ୍ନତ ପ୍ରଦର୍ଶନ କରିଆସୁଛି। ଏଥିପ୍ରତି ଆହୁରି ସତର୍କ ହେବାସହ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଆବଶ୍ୟକୀୟ ସୁବିଧାସୁଯୋଗ ଏବଂ ନୂତନ ଉପକରଣ ର ବ୍ୟବହାର ଜିଲ୍ଲା କୁ ଆହୁରି ମଜବୁତ୍ କରିପାରିବ ବୋଲି ସେ କହିଥିଲେ। ଆଜିର ଟେବୁଲ ଟପ୍ ଏକ୍ସରସାଇଜ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଆସନ୍ତା କାଲି 19 ଜୁନ ରେ ଜିଲ୍ଲା ରେ ଥିବା 45 ଗୋଟି ବହୁମୁଖୀ ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀ ରେ ମକ୍ ଡ୍ରିଲ ଅନୁଷ୍ଠିତ ହେବ। ସେଥିନିମନ୍ତେ ଜିଲ୍ଲା ସ୍ତରରେ ଓ ବ୍ଳକ ସ୍ତରରେ ଆଜି ଟେବୁଲ ଟପ୍ ଏକ୍ସରସାଇଜ ଅନୁଷ୍ଠିତ ହୋଇଯାଇଛି। ଏହି ମକ୍ ଡ୍ରିଲ ରେ ବାତ୍ୟା ଆଶ୍ରୟସ୍ଥଳୀ ର ସମସ୍ତ ସଦସ୍ୟ, ପରିଚାଳନା କମିଟି, ସ୍ଥାନୀୟ ପ୍ରତିନିଧି ମାନେ ଅଂଶଗ୍ରହଣ କରିବେ। ଆଶ୍ରୟସ୍ଥଳୀ ରେ ଥିବା ଜେନେରେଟର, ଆସ୍କା ଲାଇଟ୍, ପାୱାର କଟର, ପାନୀୟଜଳ, ଶୌଚାଳୟ, ମହିଳା ମାନଙ୍କ ପାଇଁ ସୁବିଧାସୁଯୋଗ ଆଦି ଠିକ୍ ଅଛି କି ନାହିଁ ଏବେଠାରୁ ଧ୍ୟାନ ରେ ରଖି ତାହାର ମରାମତି, ପରିଚାଳନା ଆଦି ଉପରେ ଆଲୋକପାତ କରାଯିବ। ବୈଠକରେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ୍ ରାଉତ ଆସନ୍ତା କାଲି ହେବାକୁଥିବା ସେଲଟର ସ୍ତରୀୟ ମକ୍ ଡ୍ରିଲ ଉପରେ ଆଲୋକପାତ କରିଥିଲେ। ବର୍ତ୍ତମାନ ଆଶ୍ରୟ ସ୍ଥଳ ଗୁଡିକର ଅବସ୍ଥା ଏବଂ ଆବଶ୍ୟକ ଥିବା ସୁବିଧା ଗୁଡିକର ଏକ ତାଲିକା ପ୍ରସ୍ତୁତ କରିବା ପାଇଁ ସେ ସଦସ୍ୟ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଜିଲ୍ଲା ପ୍ରଶାସନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସର୍ବଦା ଜିରୋ କାଜୁଆଲିଟି ଉପରେ ପ୍ରାଧାନ୍ୟ ଦେଇ ଆସୁଛି ବୋଲି ପ୍ରକାଶ କରିଥିଲେ। ଏହି ବୈଠକରେ ଯୋଗଦେଇ ଓସଡମା ର ଜି.ଏମ୍ ଡ଼.ସୁନିତା ଜେନା କହିଲେ ବିପର୍ଯ୍ୟୟ କେତେବେଳେ ଆସେ ତାହା କେହି କହିପାରିବେ ନାହିଁ। ବିପର୍ଯ୍ୟୟ ର ମୁକାବିଲା ନିମନ୍ତେ ଆନ୍ତଃ ବିଭାଗୀୟ ସମନ୍ଵୟ ଓ ସହଯୋଗ ର ଆବଶ୍ୟକତା ରହିଛି। ଶ୍ରୀମତୀ ଜେନା ନିଜର ଅଭିଜ୍ଞତାରୁ ବିପର୍ଯ୍ୟୟ ସମୟର ଅନେକ ଚ୍ୟାଲେଞ୍ଜ ଓ ଉପସ୍ଥିତ ବୁଦ୍ଧି ତଥା ବିଭାଗୀୟ ସମନ୍ଵୟ ରେ ତାହାର ସମାଧାନ ବିଷୟ ରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଜଗତସିଂହପୁର ଜିଲ୍ଲାର, ଏରସମା ବ୍ଲକ୍ ଅନ୍ତର୍ଗତ ନୋଳିଆ ସାହି ସୁନାମି ମୁକାବିଲା ପାଇଁ ବିଶ୍ଵ ଦରବାର ରେ ପ୍ରସିଦ୍ଧ ହୋଇପାରିଛି ।ପରେ ସମସ୍ତ ବିଭାଗୀୟ ଅଧିକାରୀ ମାନେ ନିଜ ନିଜର ପ୍ରସ୍ତୁତି ବିଷୟ ରେ କହିଥିଲେ।ଏହି ବୈଠକରେ ସ୍ୱାସ୍ଥ୍ୟ, ଶିକ୍ଷା, ଅଗ୍ନିଶମ, ଜଳ ଯୋଗାଣ, ମହିଳା ଓ ଶିଶୁ ବିକାଶ, କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ବିଭାଗ ର ଅଧିକାରୀ ଓ ସ୍ଵେଚ୍ଛାସେବୀ ସଂଗଠନ ର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

0
0
0
s2sdefault