ହେଡଲାଇନସ୍:

ଅସୁରଗଡ଼ ଠାରେ ଜିଲ୍ଲା ୱାର୍ଡ ମେମ୍ବର ସଂଘର ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭବାନୀପାଟଣା (ଶାସକ ପ୍ରଶାସକ ) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ମାଡେଲ ଗ୍ରାମ ପଞ୍ଚୟତ ଅଧିନସ୍ତ ଐତିହାସିକ କିମ୍ବଦନ୍ତୀ ସ୍ଥଳ ଅସୁରଗଡ଼ର ବୀର କମଲ ମଇଦାନରେ ଜିଲ୍ଲା ୱାର୍ଡ ମେମ୍ବର ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି। ଶାନ୍ତପୁର ୱାର୍ଡ ମେମ୍ବର ଗୌରଚନ୍ଦ୍ର ବିଶ୍ୱାଳଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ନର୍ଲା ବ୍ଲକ ସଭାପତି ମାର୍କଣ୍ଡ କାଲ, ଧର୍ମଗଡ଼ ଉପଖଣ୍ଡ ସ୍ତରୀୟ ସଭାପତି ଦିଗାମ୍ବର ବେମାଳ, ଉପଖଣ୍ଡ କୋଷାଧ୍ୟକ୍ଷ ଯୁବରାଜ ଗୋଡ, -ଜୟପାଟଣା ବ୍ଲକ ସଭାପତି ସୁଚାଷ ଦାସ, ଜୁନାଗଡ଼ ବ୍ଲକ ସଭାପତି ଚନ୍ଦ୍ରଶେଖର କର , ନର୍ଲା ବ୍ଲକ କୋଷଧକ୍ଷ ପୀତବାସ ଖାଡଙ୍ଗା, କେସିଙ୍ଗା ବ୍ଳକ ସଭାପତି ଆଲୋକ ରଞ୍ଜନ ତାଣ୍ଡି, କୋକସରା ବରିଷ୍ଠ ସଦସ୍ୟ ଦେବ ସିଂ ନାଗ ବିରସିଂ ମାଝୀ, ରମାକାନ୍ତ କେତକୀ, ତୁଳାପଡା ଗ୍ରାମ ପଞ୍ଚାୟତ ସଭାପତି ଶିବ ପ୍ରସାଦ ରଣା ପ୍ରମୁଖ ମଞ୍ଚସିନ ରହି ସଂଘର ବିଭିନ୍ନ ବିଷୟ ଓ ୱାର୍ଡ ମେମ୍ବର ମାନଙ୍କ ୫ ଗୋଟି ପ୍ରମୁଖ ଦାବି ଗୁଡ଼ିକ ଉପରେ ଆଲୋଚନା କରିଥିଲେ। ପ୍ରଥମେ ଠାକୁର ପୂଜନ ପରେ ମଞ୍ଚାସୀନ ଅତିଥିଙ୍କ ପରିଚୟ ପ୍ରଦାନ କାର୍ଯ୍ୟକ୍ରମ ହୋଇଥିଲା । ସଂଘର ମହିଳା ସଦସ୍ୟ ମାନେ ଅତିଥି ଙ୍କୁ ସିନ୍ଦୂର, ଚନ୍ଦନ, ପୁଷ୍ପଗୁଚ୍ଛ ଓ ଉପଢ଼ୋକନ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ନର୍ଲା ବ୍ଲକ ୱାର୍ଡମେମ୍ବର ସଂଘର ସଭାପତି ଶ୍ରୀ ଜାଲ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଧର୍ମଗଡ଼ ଉପଖଣ୍ଡ ସଭାପତି ଶ୍ରୀ ବେମାଳ ରାଜ୍ୟସରକାର ତ୍ରି ସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ ନିର୍ବାଚିତ ଜିଲ୍ଲା ପରିଷଦ ସଭାପତି, ସଦସ୍ୟ, ସରପଞ୍ଚ, ସମିତି ସଦସ୍ୟ ସମସ୍ତଙ୍କ ଦରମା ବୃଦ୍ଧି କରିଥିବା ବେଳେ ୱାର୍ଡ ମେମ୍ବର ମାନଙ୍କୁ ଅଣଦେଖା ଦେଖାଯାଇଛି । ଏଣୁ କଳାହାଣ୍ଡି ଜିଲ୍ଲାର ସମସ୍ତ ୱାର୍ଡ ମେମ୍ବର ମାନଙ୍କ ରହିଥିବା ୫ ଗୋଟି ଦାବି ; ୧- ଗ୍ରାମ ପଞ୍ଚାଯତ ସ୍ତରୀୟ ପୂର୍ତ୍ତ ସଭ୍ୟ ସଭ୍ୟ ମାନଙ୍କ ମାସିକ ଭଜା ୪୮୦ ଟଙ୍କା ବଦଳରେ ଟ ୬୦୦୦/- (ଛଅ ହଜାର ଟଙ୍କା)କୁ ବୃଦ୍ଧି କରାଯାଉ। ୨. ୱାର୍ଡ ସଭ୍ୟ ସଭ୍ୟା ମାନଙ୍କ କାର୍ଯ୍ୟ ଅବଧ ଶେଷ ହେବା ପରେ ଅବସର କାଳୀନ ଭତ୍ତା ବାବଦକୁ ମାସିକ ଦୁଇ ହଜାର ଟଙ୍କା ପ୍ରଦାନ କରାଯାଉ । ୩. ପ୍ରତ୍ୟେକ ୱାର୍ଡ ସଭ୍ୟ ସଭ୍ୟା ମାନଙ୍କ ସ୍ୱାସ୍ଥ୍ୟ ନିରାପତ୍ତା ପାଇଁ ଦୁର୍ଘଟଣା ଜନିତ - ପ୍ରାକୃତିକ ମୃତ୍ୟୁ ପାଇଁ ଦଶଲକ୍ଷ ଟଙ୍କା ଓ ଶାରୀରିକ କ୍ଷତି ପାଇଁ ପାଞ୍ଚଲକ୍ଷ ଟଙ୍କାର ଜୀବନ ବମା ଦିଆଯାଉ । ୪. ପଞ୍ଚାୟତ ର ସମସ୍ତ ଉନ୍ନୟନ କାର୍ଯ୍ୟସବୁ ୱାର୍ଡ ସଭ୍ୟ ସଭ୍ୟା ମାନଙ୍କ ଜରିଆରେ କାର୍ଯ୍ୟକାରୀ କରାଯାଉ । ୫, ପଞ୍ଚାୟତ ସ୍ତରରେ ହେଉଥିବା ସମସ୍ତ ଦରକାରୀ ଯୋଜନାରେ ୱାର୍ଡ ସଭ୍ୟ ସଭ୍ୟା ମାନଙ୍କୁ ସାମିଲ କରିବାକୁ ବାଧ୍ୟତା ମୂଳକ ବ୍ୟବସ୍ଥା କରାଯାଉ । ଏହି ଦାବି ଗୁଡ଼ିକ ସରକାରଙ୍କ ପାଖରେ ରଖାଯିବ। ସାଧାରଣ ନିର୍ବାଚନ ପୂର୍ବରୁ ମଧ୍ୟ ସରକାରଙ୍କୁ ୱାର୍ଡ ମେମ୍ବର ସଂଘ ତରଫରୁ ଦାବି କରଯାଇଥିଲା ହେଲେ ସରକାର କର୍ଣ୍ଣପାତ କରିନଥିଲେ। ସରକାର ଯଦି ଆମ ପାଞ୍ଚଗୋଟି ଦାବୀକୁ ଗୁରୁତ୍ବ ନ ଦିଅନ୍ତି ତା ହେଲେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ ହେବ ଆମେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି କହିଥିଲେ । ସଂଘର ସଦସ୍ୟ ମାନେ ଏହା ଉପରେ ମତାମତ ଦେଇଥିଲେ । ଅନ୍ୟାନ୍ୟ ଆଲୋଚନା ପରେ ସଭାପତି ଶ୍ରୀ ବିଶ୍ଵାଳ ସମସ୍ତ ୱାର୍ଡ ମେମ୍ବର ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault