ହେଡଲାଇନସ୍:

"ମୁଁ ନୁହେଁ, ଓଡିଶାବାସୀ ବିରୋଧୀଙ୍କ ଅପଶବ୍ଦ ଓ ଅପପ୍ରଚାରର ଜବାବ ଦେବେ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର: ବିରୋଧୀ ଦଳ ନେତା ତ ରାଜ୍ୟ ବାହାରୁ ଆସୁଥିବା ନେତା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ପ୍ରୟୋଗ କରିଥିବା ଅପଶବ୍ଦର ଜବାବରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି ଯେ " ମୁଁ ନୁହେଁ, ଓଡିଶାବାସୀ ତାହାର ଜବାବ ଦେବେ" ବିରୋଧୀଙ୍କୁ ମୁଖ୍ଯମନ୍ତ୍ରୀ ପଟ୍ଟନାୟକଙ୍କ ଜବାବ ଦେଇ ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି " ସାଢ଼େ ୪ କୋଟି ଓଡ଼ିଆଙ୍କୁ ମୋର ପରିବାର ଭାବି ମୁଁ ସେମାନଙ୍କ ସେବା କରି ଆସୁଛି |ସୁଖରେ ଦୁଃଖରେ ମୁଁ ସବୁବେଳେ ଆପଣଙ୍କ ସାଥୀରେ ଅଛି । ବନ୍ଯା, ବାତ୍ଯାରେ ସବୁବେଳେ ମୁଁ ଆପଣଙ୍କ ପଛରେ ଅଛି । ଶେଷ ପର୍ଯ୍ଯନ୍ତ ମୁଁ ଆପଣଙ୍କ ସହିତ ଛିଡ଼ା ହୋଇଥିବି ।"
"ମାଆମାନଙ୍କ ସଫଳତା ମତେ ବହୁତ ଖୁସି ଦେଇଛି । ସେହିପରି ଯୁବ ପୀଢ଼ି ଆତ୍ମ ବିଶ୍ବାସର ସହିତ ଆଗକୁ ବଢୁଛି । ଯୁବ ଶକ୍ତି ହିଁ ଓଡ଼ିଶାକୁ ଆଗକୁ ନେବ ଓ ଦେଶରେ ରାଜ୍ଯକୁ ନମ୍ଵର ୱାନ କରିବ । ଦୁଃଖର କଥା ବାହାର ନେତା ଆସି ମତେ ବ୍ଯକ୍ତିଗତ ଭାବେ ଆକ୍ଷେପ କରୁଛନ୍ତି । କଟୁ କଥା କହୁଛନ୍ତି, ଅଭଦ୍ର ଭାଷା ବ୍ଯବହାର କରୁଛନ୍ତି । ଆପଣ ଭଲ ଭାବେ ଜାଣନ୍ତି, ମୁଁ କାହାକୁ ଅସମ୍ମାନ କରେ ନାହିଁ । କଟୁ କଥା କହେ ନାହିଁ । ଆପଣମାନେ ଏହାର ଜବାବ ଦେବେ ।" ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି |

0
0
0
s2sdefault