ହେଡଲାଇନସ୍:

"ଖୋର୍ଦ୍ଧା ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ଇଭିଏମ୍ ଭାଙ୍ଗିବା ଘଟଣା ସମ୍ପୂର୍ଣ୍ଣ ଡାହା ମିଛ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଶାସକ ଦଳ ପାଇଁ ପୋଲିସ କର୍ମଚାରୀମାନେ କାମ କରିବା ଗଣତନ୍ତ୍ର ପ୍ରତି ବିପଦ: ପିତାମ୍ବର ଆଚାର୍ଯ୍ୟ

  •  ବିନା ସାକ୍ଷ ପ୍ରମାଣରେ ଏବଂ ପ୍ରତ୍ୟକ୍ଷ ଦର୍ଶୀମାନଙ୍କ ବୟାନକୁ ଅବଜ୍ଞା କରି ଶ୍ରୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଅପରାଧୀ ସଜାଇବା ପାଇଁ ବିଜେଡି ଚକ୍ରାନ୍ତ ଆଜି ଧରାପଡିଯାଇଛି

  •  ବିଧାୟକଙ୍କୁ ଗିରଫ କରିବା ଅତ୍ୟନ୍ତ ନିନ୍ଦନୀୟ ଓ ଗଣତନ୍ତ୍ର ପ୍ରତି ବିପଦ

  •  ପ୍ରଶାନ୍ତ ଜଗଦ୍ଦେବ ଦୋଷୀ ତାହାଲେ ସିସିଟିଭି ଭିଡିଓକୁ ସାର୍ବଜନୀନ କରାଯାଉ

  •  ବିଧାୟକ ଓ ସାଂସଦଙ୍କୁ ଦୁର୍ବ୍ୟବହାର କରିବା ସହ ଅପରାଧୀ ଭଳି ବ୍ୟବହାର କରିଛନ୍ତି ଏସ୍‌ଡିପିଓ ଶ୍ରୀ ଦୀଲିପ ଦାସ

ଭୁବନେଶ୍ୱର, ତା.୨୭/୦୫: ଗତ ୨୫ତାରିଖ ଦିନ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ଚିଲିକାର ବିଧାୟକ ତଥା ଖୋର୍ଦ୍ଧା ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ଇଭିଏମ୍ ଭାଙ୍ଗିବା ଘଟଣା ସମ୍ପୂର୍ଣ୍ଣ ଡାହା ମିଛ । ରାଜସୁନାଖଳାର ନିର୍ଦ୍ଦିଷ୍ଟ ବୁଥ୍‌ରେ ଭୋଟିିଂ ଚାଲିଥିବା ବେଳେ ସାଂସଦ ଅପରାଜିତା ଷଡଙ୍ଗୀ ଓ ପ୍ରଶାନ୍ତ ଜଗଦ୍ଦେବ ପହଂଚିଥିଲେ । ଶ୍ରୀ ଜଗଦ୍ଦେବ ୩.୪୫ରେ ବୁଥ୍‌ରେ ଭୋଟ ଦେବାକୁ ପ୍ରବେଶ କରିଥିଲେ । ସେଠାରେ ପୂର୍ବରୁ ବିଜେଡି କର୍ମୀମାନେ ଯୋଜନାବଦ୍ଧ ଭାବେ ଉପସ୍ଥିତ ରହି ଶ୍ରୀ ଜଗଦ୍ଦେବଙ୍କ ଫସାଇବା ପାଇଁ ଚକ୍ରାନ୍ତ କରିଥିଲେ । ଏଥିସହ ବିଜେପି ସାଂସଦ ଓ ବିଧାୟକଙ୍କୁ ଗାଳିଗୁଲଜ କରିଥିଲେ । ଖୋର୍ଦ୍ଧା ଏସ୍‌ଡିପିଓ ଦିଲୀପ ଦାସ ସେଠାରେ ଖଣି ମାଫିଆ ଭାବରେ ପ୍ରସିଦ୍ଧ । ଏସ୍‌ଡିପିଓ ଶ୍ରୀ ଦାସ ମଧ୍ୟ ବିଧାୟକଙ୍କୁ ଦୁର୍ବ୍ୟବହାର କରିବା ସହ ଅପରାଧୀ ଭଳି ବ୍ୟବହାର କରିଛନ୍ତି । ପୋଲିସ ମୁଖ୍ୟାଳୟରୁ ଏହା ମନିଟରିଂ କରାଯାଉଥିଲା । ୪ଟା ୩୦ରେ ୩ଟି ପୋଲିସ ଗାଡି ଅପରାଧୀଙ୍କ ଭଳି ସାଂସଦ ଗାଡିକୁ ଅଟକାଇଥିଲେ । ବିଜେପିର ଦୁଇ ବିଧାୟକ ପ୍ରାର୍ଥୀଙ୍କୁ ଥାନାର ବାରଣ୍ଡାରେ ବସେଇ ଅତ୍ୟାଚାର କରାଯାଇଛି । ଏମିତିକି ପରିବାର ଲୋକଙ୍କୁ ଭେଟିବାକୁ ଦେଇନଥିଲେ । ଏଭଳି ଘଟଣା ପଛରେ ଏସଡିପିଓଙ୍କ ସମ୍ପୂର୍ଣ୍ଣ ହାତ ରହିଛି । ବିନା ପ୍ରମାଣରେ ଅପରାଧୀ ଭଳି ବିଧାୟକଙ୍କୁ ବ୍ୟବହାର କରିବା ଏସଡିପିଓ ନୀତି ଓ ନିୟମ ଉଲଘଂନ କରିଛନ୍ତି । ଏଥିସହ ଶାସକ ଦଳର କର୍ମୀ ଭଳି ଏସଡିପିଓ କାର୍ଯ୍ୟ କରିବା ସହ ଅନୁଶାସନ ଭାଙ୍ଗି ବିଜେଡି ପାଇଁ କାମ କରୁଛନ୍ତି ବୋଲି ରାଜ୍ୟ ମୁଖପାତ୍ର ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ବିଜେଡି ପୂର୍ବରୁ ଯୋଜନା କରିଥିଲା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିବ ବୋଲି । ଶାସକ ଦଳ ପାଇଁ ପୋଲିସ କର୍ମଚାରୀମାନେ କାମ କରିବା ଗଣତନ୍ତ୍ର ପ୍ରତି ବିପଦ । ଯଦି ଶ୍ରୀ ଜଗଦ୍ଦେବ ଦୋଷୀ ତାହାଲେ ସିସିଟିଭି ଭିଡିଓକୁ ସାର୍ବଜନୀନ କରାଯାଉ । ଜଣେ ବିଧାୟକଙ୍କୁ ଏଭଳି ଗିରଫ କରିବା ଅତ୍ୟନ୍ତ ନିନ୍ଦନିୟ ଏବଂ ଗଣତନ୍ତ୍ର ପ୍ରତି ବିପଦ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ବସିିଥିବା ବରିଷ୍ଠ ପୋଲିସ ଅଧିକାରୀ ଡି.ଏସ୍ କୁଟେ ଏବଂ ଏସଡିପିଓ ଶ୍ରୀ ଦାସ ମିଳିତ ଭାବେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନକୁ ଭ୍ରାନ୍ତ ବାଟରେ ନେବା ପାଇଁ ଚକ୍ରାନ୍ତ କରିଛନ୍ତି । ତାଙ୍କର କଲ୍ ରେଡର୍କ ଯାଂଚ କରାଯାଉ । ପୋଲିସକୁ ଆୟୁଧ କରି ଚିଲିକା ବିଧାୟକ ତଥା ବିଜେପିର ଖୋର୍ଦ୍ଧା ପ୍ରାର୍ଥୀ ଶ୍ରୀ ଜଗଦ୍ଦେବଙ୍କୁ ଜୋର ଜବରଦସ୍ତ ଏକ ମିଥ୍ୟା ମକଦ୍ଦମାରେ ଫସେଇ ଦିଆଯାଇଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault