ହେଡଲାଇନସ୍:

ତିତଲି ଜିଲ୍ଲାରେ ଅତ୍ୟନ୍ତ ଭୟାନକ ପରିସ୍ଥିତି ସୃଷ୍ଟି କରିଛି : କେନ୍ଦ୍ରୀୟ ଦଳ ମୁଖ୍ୟ ଶ୍ରୀ ସାହି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ତିତଲି ବାତ୍ୟା ପ୍ରଭାବରେ ସର୍ବାଧିକ କ୍ଷତିଗ୍ରସ୍ତ ଓ ଜୀବନ ହାନୀ ହୋଇଥିବା ଗଙ୍ଗାବାଡ ପଞ୍ଚାୟତ ଅଞ୍ଚଳ ବୁଲିଦେଖିଲେ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ତିତଲି ବାତ୍ୟା ପ୍ରଭାବରେ ସର୍ବାଧିକ କ୍ଷତିଗ୍ରସ୍ତ ଓ ଜୀବନହାନୀ ହୋଇଥିବା ରାୟଗଡ ବ୍ଲକ ଗଙ୍ଗାବାଡ ପଞ୍ଚାୟତ ଅଞ୍ଚଳକୁ ଆଜି କେନ୍ଦ୍ରୀୟ ଅନୁଧ୍ୟାନକାରୀ ୭ଜଣିଆ ପ୍ରତିନିଧି ଦଳ ଗସ୍ତ କରି ବିଭିନ୍ନ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ ସାରି ଫେରିଯାଇଛନ୍ତି । ଭାରତ ସରକାରଙ୍କ ଗୃହମନ୍ତ୍ରଣାଳୟର ଯୁଗ୍ମ ସଚିବ ଏସ.କେ ସାହୀଙ୍କ ନେତୃତ୍ୱରେ ଏହି କେନ୍ଦ୍ରୀୟ ଅନୁଧ୍ୟାନକାରୀ ପ୍ରତିନିଧି ଦଳରେ ଶକ୍ତି ମନ୍ତ୍ରଣାଳୟର ମୁଖ୍ୟଯନ୍ତ୍ରୀ ବନ୍ଦନା ସିିଙ୍ଘଲ, ଆର.ଟି ଏବଂ ଏଚ ମନ୍ତ୍ରଣାଳୟ ଭୁବନେଶ୍ୱରର ଆଞ୍ଚଳିକ କାର୍ଯ୍ୟାଳୟ ନିର୍ଦ୍ଦେଶକ ରାକେଶ କୁମାର, ଜଳ ସମ୍ପଦ ବିଭାଗ ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ଜଳ ଆୟୋଗ ଆଞ୍ଚଳିକ କାର୍ଯ୍ୟାଳୟର ଅଧିକ୍ଷଣ ଯନ୍ତ୍ରୀ ସୁଶାନ୍ତ କୁମାର ସାମଲ, ବିରେନ୍ଦ୍ର ସିଂ, କୃଷି, ଯୋଗାଯୋଗ ଓ କୃଷକ କଲ୍ୟାଣ ଡିଆରିଡି ପାଟନାର ନିର୍ଦ୍ଦେଶକ, ଗୁଞ୍ଜରି ଲାଲ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ଅଣ୍ଡର ସେକ୍ରେଟେରୀ ଏବଂ ଜି.ଆର ଜାଗର ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ବରିଷ୍ଠ କନସାଲଟାଣ୍ଟ ପ୍ରମୁଖ ଉପସ୍ଥିତ ଥିଲେ ।

ଗସ୍ତ ବେଳେ ଅନୁଧ୍ୟାନକାରୀ ଦଳ ତିତଲି ବାତ୍ୟା ପ୍ରଭାବିତ ଅଞ୍ଚଳରେ ହୋଇଥିବା ବ୍ୟାପକ କ୍ଷୟକ୍ଷତି ଓ ଜୀବନହାନୀ ସ୍ଥିତିରେ ଟିକିନିଖି ଅନୁଧ୍ୟାନ କରିଥିଲେ । ସେମାନେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଗଙ୍ଗାବାଡ, ଖମ୍ୱଗାଁ, ମାଣିକପାଟନା, ବୁରିଙ୍ଗି ,ଛାମୁଣ୍ଡିଆ ଓ ବାରଘର ପ୍ରଭୃତି ଗ୍ରାମରେ କ୍ଷୟକ୍ଷତି ଦେଖିବା ସହ ବାରଘର ଗ୍ରାମ ଅଞ୍ଚଳରେ ଭୁସ୍ଥଳନ ତଥା ପାହାଡ କିଭଳି ଧସିଛି ସେ ସବୁ ସ୍ଥାନ ବୁଲିଦେଖିଥିଲେ । ଏତଦ୍‍ବ୍ୟତୀତ ରାସ୍ତା, ଜଙ୍ଗଲ ନଷ୍ଟ ପ୍ରଭୃତି ଦେଖି ବାରଘର ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ।ଯେ ଘଟଣା କେମିତି ଘଟିଲା ସରକାରୀ ସାହାଯ୍ୟ କଣ ସବୁ ମିଳିଛି ଏବଂ କଣ ସବୁ କ୍ଷୟକ୍ଷତି ହୋଇଛି କହି ପାହାଡ ତଳିଆଙ୍କୁ ଚାଲିଆସିବାପାଇଁ ପରାମର୍ଶ ଦେଇଥିଲେ ।

ଅନ୍ୟ ପକ୍ଷରେ ଜିଲ୍ଲାପାଳ ଅନୁପମ ସାହା ବାତ୍ୟା ପରବର୍ତ୍ତୀ ସ୍ଥିତି ଏବଂ ପରେ କିଭଳି ପୁନରୁଦ୍ଧାର କାର୍ଯ୍ୟକ୍ରମ ହୋଇଛି ତାର ଗ୍ରାଉଣ୍ଡ ଫୋଟଚିତ୍ର ଦେଖାଇଥିଲେ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳଙ୍କୁ ପରେ ଯୁଗ୍ମ ସଚିବ ଏସ. କେ .ସାହିଙ୍କ ତାଙ୍କ ଅଧ୍ୟକ୍ଷତାରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କୁ ସମ୍ମୀଳନୀ କକ୍ଷଠାରେ ସମୀକ୍ଷା ବୈଠକରେ ଯୋଗଦେଇ କୃଷି ଉଦ୍ୟାନ, ବିଦ୍ୟୁତ, ଉଠାଜଳ ସେଚନ କ୍ଷୁଦ୍ର ଜଳ ସେଚନ, ରାସ୍ତା, ଗ୍ରାମ୍ୟ ଉନ୍ୟନ ପ୍ରଭୃତି ବିଭାଗର କ୍ଷୟକ୍ଷତି ଉପରେ ପଚାରି ବୁଝି ସମୀକ୍ଷା କରିଥିଲେ । ଯୁଗ୍ମ ସଚିବ ଶ୍ରୀ ସାହୀ ସାମ୍ୱାଦିକ ମାନଙ୍କୁ ସୂଚନା ଦେଇ କହିଥିଲେ ତିତଲି ଜିଲ୍ଲାରେ ଅତ୍ୟନ୍ତ ଭୟାନକ ପରିସ୍ଥିତି ସୃଷ୍ଟି କରିଛି ସମସ୍ତ କ୍ଷୟକ୍ଷତି ବୁଲି ଦେଖିଲୁ ଆମେ ଫେରିଯିବା ପରେ ଏଭଳି ଭୟାନକ କ୍ଷୟକ୍ଷତିର ସଂପୁଣ୍ଣ ଆକଳନ କରି ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି କେନ୍ଦ୍ରକୁ ଦେବୁ କହିଥିଲେ ।

0
0
0
s2sdefault