ପାରଳାଖେମୁଣ୍ଡି/ alakrushna ଗଜପତି ଜିଲ୍ଲାରେ ତିତଲି ବାତ୍ୟା ପ୍ରଭାବିତ ଅଞ୍ଚଳରେ ଭିନ୍ନକ୍ଷମ ମାନଙ୍କ ନିମନ୍ତେ ସହାୟତାର ହାତ ବଢାଇଛି ଭୁବନେଶ୍ୱରସ୍ଥିତ ଆକ୍ସନ ଏଡ୍ ସଂସ୍ଥା । ଏହି ଅବସରରେ ପାରଳାଖେମୁଣ୍ଡି ସ୍ଥିତ ସାମୁଦାୟିକ ବିକାଶ କେନ୍ଦ୍ର ସଂସ୍ଥା ସମ୍ମିଳନୀ କକ୍ଷ ଠାରେ ସିସିଡି ସଂସ୍ଥା ସହଯୋଗରେ କ୍ଷତିଗ୍ରସ୍ତ ଭିନ୍ନକ୍ଷମ ମାନଙ୍କ ନିମନ୍ତେ ଏµନ ଏଡ଼ ସଂସ୍ଥା ପକ୍ଷରୁ ତତ୍କାଳ ମାନବିକ ସହାୟତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିସିଡି ସଂସ୍ଥାର ମୁଖ୍ୟ ଏ.ଜଗନ୍ନାଥ ରାଜୁଙ୍କ ସଭାପତିତ୍ୱରେ ଆୟୋଜିତ ସହାୟତା ବଣ୍ଟନ କାର୍ଯ୍ୟକ୍ରମରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ବାବୁଲାଲ ଗନ୍ତାୟତ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିକାରୀ ରବିନ୍ଦ୍ର କୁମାର ବେହେରା ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇ ଭିନ୍ନକ୍ଷମ କ୍ଷତିଗ୍ରସ୍ତ ତଥା ଯେଉଁ ଭିନ୍ନକ୍ଷମ ମାନେ ନିଜେ ସ୍ୱବାଲମ୍ୱି ହେବା ପାଇଁ ମୁଦ୍ରା ଯୋଜନାରେ କି ଛୋଟିଆ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଆଗେଇ ଆସିବେ । ସେମାନଙ୍କୁ ବିଭାଗ ପକ୍ଷରୁ ସମ୍ପୁର୍ଣ୍ଣ ସହଯୋଗ କରାଯିବ ବୋଲି କହିଥିଲେ । ଅନ୍ୟପକ୍ଷରେ ଭିନ୍ନକ୍ଷମ ମାନଙ୍କ ପାଇଁ ସରକାର ପକ୍ଷରୁ ଯୋଗାଇଦିଆଯାଇଥିବା ବିଭିନ୍ନ ଯୋଜନା ଓ ସହାୟତା ଉପରେ କହିଥିଲେ । ଓଡିଶା ବିକଳାଙ୍ଗ ମଞ୍ଚର ରାଜ୍ୟ ସଭାପତି ନିରଞ୍ଜନ ବେହେରା ଯୋଗ ଦେଇ ତିତଲି ବାତ୍ୟା ପ୍ରଭାବରେ ଗଜପତି ଜିଲ୍ଲାରେ ୬୦୦ରୁ ଉର୍ଧ୍ଵ ଭିନ୍ନକ୍ଷମ ସମ୍ପୁର୍ଣ୍ଣ ଭାବେ ପ୍ରଭାବିତ ହୋଇଥିଲେ ହେଁ ଏ ଦିଗରେ ଜିଲ୍ଲା କି ରାଜ୍ୟ କି କେନ୍ଦ୍ର ସରକାରଙ୍କ ପ୍ରାଥମିକତା ଚିହ୍ନଟରେ ନା ନାହିଁ ପ୍ୟାକେଜ ଘୋଷଣା କରାଯାଇଛି କିନ୍ତୁ ଏଥିରେ ଭିନ୍ନକ୍ଷମ ମାନଙ୍କ ପାଇଁ କୌଣସି ସ୍ୱତନ୍ତ୍ର ଦୃଷ୍ଟି ନାହିଁ ବୋଲି ଅଭିଯୋଗ କରିଥିଲେ । ଆକ୍ସନ ଏଡର କାର୍ଯ୍ୟକ୍ରମ ଅଧିକାରୀ ବି.ଏନ ଦୁର୍ଗା ଏବଂ ବିତ୍ତ ତଥା ଅର୍ଥ ଅଧିକାରୀ ଶ୍ୟାମସୁନ୍ଦର ପାଲ ଯୋଗ ଦେଇ ଏµନ ଏଡ୍ ସଂସ୍ଥାର କାର୍ଯ୍ୟକ୍ରମ ଏବଂ ସଂସ୍ଥା କିଭଳି ନିଷ୍ପେଷିତ ଗରିବ ,ଦଳିତ, ବିପନ୍ନ ଓ ଭିନ୍ନକ୍ଷମ ମାନଙ୍କ ନିମନ୍ତେ ଆବଶ୍ୟକ ସ୍ଥଳେ ବିଭିନ୍ନ ସମୟରେ ସହାୟତା ଦେବାର ହାତ ବଢାଇଥାଏ ଏହା କହିଥିଲେ । ଜିଲ୍ଲାର ୬୭୦ଜଣ ଭିନ୍ନକ୍ଷମ ମାନଙ୍କ ମଧ୍ୟରୁ ଏହି କାର୍ଯ୍ୟକ୍ରମ ସିସିଡିର ସଂସ୍ଥା ସହଯୋଗରେ ଆକ୍ସନ ଏଡ ପକ୍ଷରୁ ୧୩୨ ଜଣ ଭିନ୍ନକ୍ଷମ ମାନଙ୍କୁ କମ୍ୱଳ ଓ ରେସନ ସାମଗ୍ରୀ ପ୍ରାୟ ୬୦୦ଟଙ୍କାରୁ ଉର୍ଧ୍ଵ ମୂଲ୍ୟର ବଣ୍ଟନ କରାଯାଇଥିଲା ।
ରାଜ୍ୟ
ତିତଲି ପ୍ରଭାବିତ ଅଞ୍ଚଳରେ ଭିନ୍ନକ୍ଷମ ମାନଙ୍କ ନିମନ୍ତେ ସହାୟତାର ହାତ ବଢାଇଲା ଆକ୍ସନ ଏଡ୍ ; ବାତ୍ୟା ପ୍ରଭାବିତ ଭିନ୍ନକ୍ଷମ ମାନଙ୍କ ପାଇଁ ତତ୍କାଳ ମାନବିକ ସହାୟତା
- Hits: 446