ହେଡଲାଇନସ୍:

"ଆଉ ରହି ପାରିବୁନି, ଆମକୁ ଓଡିଶା ଫେରାଇ ନିଅନ୍ତୁ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜ୍ୟ ସରକାରଙ୍କୁ ଅନୁରୋଧ କଲେ ଜଗା କାଳିଆଙ୍କ ବାପା 

ଭୁବନେଶ୍ୱର (ଶାସକ ପ୍ରଶାସକ): କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ ଦିଲ୍ଲୀ ଏମ୍ସ  ଛାଡି ନିଜ ଭିଟାମାଟି ମିଲୁପଡ଼ା ଫେରିବେ ।  ଜଗା-କାଳିଆଙ୍କ ବାପା ଭୂୟାଁ କହଁର କହିଛନ୍ତି ଯେ  ଘରେ ତାଙ୍କର ଅ ।ଉ ୨ ସନ୍ତାନ ଅଛନ୍ତି । ପ୍ରାୟ ଦେଢ ବର୍ଷ ହେବ ସେମାନେ ନିଜର ଅନ୍ୟ ୨ ସନ୍ତାନକୁ ଦେଖି ନାହାନ୍ତି । ତେଣୁ ସେମାନେ ଦିଲ୍ଲୀ ଛାଡି ନିଜ ଗାଁ ଫେରିବାକୁ ଚାହାନ୍ତି । ମାତ୍ର ଦିଲ୍ଲୀ ଏମସ୍ ଛାଡ଼ିବାକୁ ହେଲେ ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଅନୁମତି ଦରକାର ଥିବାରୁ ସେମାନେ ଆସି ପାରୁ ନାହାନ୍ତି । ତେଣୁ ଏଥିପାଇଁ ବ୍ୟବସ୍ଥା କରିବା ସହ ଜଗା କାଳିଆଙ୍କ ଚିକିତ୍ସା ପାଇଁ  ଓଡିଶାର ସରକାରୀ ହସ୍ପିଟାଲରେ ବ୍ୟବସ୍ଥା କରିବାକୁ ଭୂୟାଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ ଜଗା-କାଳିଆଙ୍କ ସ୍ୱାସ୍ଥ୍ୟରେ ବ୍ୟାପକ ଉନ୍ନତି ଆସିଛି । ଉଭୟ ଶିଶୁ ବର୍ତମାନ ପୂର୍ବାପେକ୍ଷା ଅଧିକ ସୁସ୍ଥ ଅନୁଭବ କରୁଛନ୍ତି । ଜଗା ହସ୍ପିଟାଲରେ ବେଡରୁ ଉଠି ବାହାରେ ବୁଲାବୁଲି କରୁଛି । ସେହିପରି କାଳିଆର ସ୍୍ୱାସ୍ଥ୍ୟଗତ ଉନ୍ନତି ହୋଇଥିବା ପରିଲକ୍ଷିତ ହେଉଛି । କାଳିଆ ତରଳ ଖାଦ୍ୟ ଖାଉଛି ।

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ମିଲୁପଡାର ଯୋଡାମୁଣ୍ଡ ଶିଶୁ ଜଗା କାଳିଆଙ୍କୁ ଅଲଗା କରିବାପାଇଁ  ଦିଲ୍ଲୀ ଏମ୍ସରେ ଭର୍ତି କରାଯାଇଥିଲା । ଗତବର୍ଷ ଅକ୍ଟୋବରରେ ଏମ୍ସ ଡାକ୍ତର ଟିମ ୨୧ ଘଂଟା ସର୍ଜରୀ କରିବା ପରେ ଜଗା-କାଳିଅ।ଙ୍କୁ ଅଲଗା କରିଥିଲେ । ସେବେଠାରୁ ସେମାନେ ଏମସ୍ ରେ ରହିଛନ୍ତି । 

0
0
0
s2sdefault